ଉତ୍ତରକାଶୀର ଟନେଲ ରେଶକ୍ୟୁ ଟିମକୁ ବାଲୁକାକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
·2 years ago

ଅର୍ଗସ ବ୍ୟୁରୋ: ଉତ୍ତର କାଶୀର ଟନେଲ ରେଶକ୍ୟୁ ଟିମକୁ ବାଲୁକାକଳାରେ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଟନେଲର ଏକ ବାଲୁକା ଚିତ୍ର ଆଙ୍କି ପୁରୀ ବେଳାଭୂମିରେ ସାଲ୍ୟୁଟ ଆୱାର ରେସକ୍ୟୁ ଟିମର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ।
ଉତ୍ତରକାଶୀର ଟନେଲରେ ୪୧ ଜଣ ଶ୍ରମିକ ଫସି ରହିଥିବା ବେଳେ ଦୀର୍ଘ ୧୬ ଦିନ ପରେ ଆସୁଛି ଖୁସି ଖବର। ତେଣୁ ଟନେଲ ରେସକ୍ୟୁରେ ଥିବା ସିପାହୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ। ୪୧ ଶ୍ରମିକଙ୍କ ଭିତରେ ରହିଛନ୍ତି ୫ ଓଡ଼ିଆ। ମହାପ୍ରଭୁଙ୍କ ପାଖରେ ୫ଓଡ଼ିଆଙ୍କ ସମେତ ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାର୍ଥନା କରିଛନ୍ତି ସୁଦର୍ଶନ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: