|
logo
Live
Argus News App
GET APP

Argus News - ଅଦିନିଆ କାଳବୈଶାଖୀ: ଉଜୁଡିଗଲା ଏକର ଏକର ପରିବା ଫସଲ

Odisha

ଅଦିନିଆ କାଳବୈଶାଖୀ: ଉଜୁଡିଗଲା ଏକର ଏକର ପରିବା ଫସଲ

Ritu Das
Browse all articles by Ritu Das
·2 years ago·1 min read
ଅଦିନିଆ କାଳବୈଶାଖୀ: ଉଜୁଡିଗଲା ଏକର ଏକର ପରିବା ଫସଲ

ଅର୍ଗସ ବ୍ୟୁରୋ: ସବୁ ଉଜାଡିଦେଲା ଅଦିନିଆ ବର୍ଷା l ଚଳନା ଗାଁ ରେ ପନିପରିବା, ପିଆଜ ଚାଷୀଙ୍କ ଦୁଃଖ l ମାଟିରେ ମିଶିଲା ଏକର ଏକର ପନିପରିବା ଏବଂ ପିଆଜ। ଚିନ୍ତାରେ ଚାଷୀ l ବିଭିନ୍ନ ପ୍ରକାର ପନିପରିବା ଫସଲ କରି ପରିବାର ପ୍ରତିପୋଷଣ କରିଥାନ୍ତି।  ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଚଳନା ଗାଁର ଚାଷୀମାନେ ପରିବା ଫସଲ କରିଥିଲେ। ଗାଁର ଜୟରାମ ବାଗ କରିଥିବା ଟମାଟୋ ଏବଂ ପିଆଜ ଫସଲ ଅଦିନିଆ ବର୍ଷାରେ ସବୁ ଉଜୁଡି ଯାଇଛି l ପ୍ରବଳ ବର୍ଷା ଯୋଗୁଁ ଟମାଟୋ ସବୁ ଗଛରୁ ପଡ଼ି ଯାଇ ତଳେ ପଡ଼ି ପଚି ସଢ଼ି ନଷ୍ଟ ହୋଇ ଯାଇଛି l ଖାଲି ସେତିକି ନୁହେଁ ବିଭିନ୍ନ ପ୍ରକାର ପନିପରିବା ଚାଷ ଆରମ୍ଭରୁ ପାଣି ସବୁ ଭର୍ତ୍ତି ହୋଇ ରହିବାରୁ ତାହା ସବୁ ନଷ୍ଟ ହୋଇଯାଇଛି l ଅମଳ ସମୟରେ ପାତଳଘଣ୍ଟା (ଟମାଟର ) ଏବଂ ପିଆଜ ସବୁ ନଷ୍ଟ ହେବାରୁ ଚିନ୍ତାରେ ଚଳନା ଗାଁର ଚାଷୀ l 

ଚଲନା ଗାଁର ଉଜୁଡି ଯାଇଥିବା ପିଆଜ ଚାଷ ଉପରେ ନଜର ପକାନ୍ତୁ l ପିଆଜ ଅମଳ ସମୟରେ କାଳବୈଶାଖୀ ଅଦିନିଆ ବର୍ଷା ଯୋଗୁଁ ପିଆଜ ସବୁ ପଚି ସଢ଼ି ନଷ୍ଟ ହୋଇଯାଇଛି l ପିଆଜ ଚାଷ ଉପରେ ପାଣି ମାଡ଼ି ବସିଛି l ଚଳନା ଗାଁର ବିଭୀଷଣ ବାଗ, ନୀଳାଞ୍ଚଳ ଗହୀର, ଦୀନବନ୍ଧୁ ମାଳି, ପରମେଶ୍ୱର ଭୋଇ, ଜୟରାମ ବାଗଙ୍କ ସମେତ ଅନେକ ଚାଷୀ ପିଆଜ ଚାଷ କରିଛନ୍ତି l ଚାଷ ସବୁ ଉଜୁଡିଯାଇଥିବା ନେଇ ଏବେ ଚିନ୍ତାରେ ଚଲନା ଗାଁର ଚାଷୀ। କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି l

ବର୍ଷକ ଯାକର ଚାଷକୁ ଅଦିନିଆ କାଳବୈଶାଖୀ ବର୍ଷା ଉଜାଡି ଦେଇଥିବା ବେଳେ, ଚାଷୀଙ୍କୁ କ୍ଷତି ପୂରଣ ଦେବାରେ ସରକାର ବ୍ୟବସ୍ଥା କେବେ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
ଅଦିନିଆ କାଳବୈଶାଖୀ: ଉଜୁଡିଗଲା ଏକର ଏକର ପରିବା ଫସଲ | Argus News