Videos
|
Odisha

Sudhansu Slams Rahul / ରାହୁଲ ଗାନ୍ଧୀ ଭାରତୀୟ ଗଣତନ୍ତ୍ର ପାଇଁ ବଡ଼ ବିପଦ, କଂଗ୍ରେସକୁ ଟାର୍ଗେଟ୍ କଲେ ସୁଧାଂଶୁ ତ୍ରିବେଦୀ

Bikash Mohanty
Browse all articles by Bikash Mohanty
·1 hour ago·2 min read
ରାହୁଲ ଗାନ୍ଧୀ ଭାରତୀୟ ଗଣତନ୍ତ୍ର ପାଇଁ ବଡ଼ ବିପଦ, କଂଗ୍ରେସକୁ ଟାର୍ଗେଟ୍ କଲେ ସୁଧାଂଶୁ ତ୍ରିବେଦୀ
Sudhansu Trivedi

Key Points

ରାହୁଲ ଗାନ୍ଧୀ ଲୋକତନ୍ତ୍ର ପାଇଁ ବିପଦ
ରାମଲୀଳା ମଇଦାନରେ ବସିଥିବା ଲୋକେ ଲସ୍କରେ ଏ ରାହୁଲର ଗ୍ୟାଙ୍ଗ
ଏସ୍‌ଆଇଆର୍‌କୁ ନେଇ କଂଗ୍ରେସ ଉପରେ ବର୍ଷିଲେ  ସୁଧାଂଶୁ ତ୍ରିବେଦୀ
ବିଜେପି ସାଂସଦ ତଥା ମୁଖପାତ୍ର ସୁଧାଂଶୁ ତ୍ରିବେଦୀ
ଭୁବନେଶ୍ୱର: ଭାରତର ବିଶ୍ୱସ୍ତରୀୟ ଅଗ୍ରଗତିକୁ କିଛି ଶକ୍ତି ସହ୍ୟ କରିପାରୁନାହାନ୍ତି। ଦେଶ ଭିତରେ ଓ ବାହାରେ ଏଭଳି ଶକ୍ତି ସକ୍ରିୟ ଥିବା ବେଳେ ବିରୋଧୀ ଦଳ ସେମାନଙ୍କ ହାତରେ କ୍ରୀଡ଼ନକ ସାଜିଛି। ଭୁବନେଶ୍ୱରରେ ଏଭଳି ଅଭିଯୋଗ କରି କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପିର ଜାତୀୟ ମୁଖପାତ୍ର ଡ. ସୁଧାଂଶୁ ତ୍ରିବେଦୀ।

ଭାରତୀୟ ଗଣତନ୍ତ୍ର ପାଇଁ ସବୁଠାରୁ ବଡ଼ ଆହ୍ୱାନ ହେଉଛି କଂଗ୍ରେସ ଦଳ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଆଭିମୁଖ୍ୟ। ଭାରତ AI, ପ୍ରତିରକ୍ଷା ଉତ୍ପାଦନ, ଆଧୁନିକ ଜ୍ଞାନକୌଶଳ ଓ ଜାତୀୟ ସୁରକ୍ଷା କ୍ଷେତ୍ରରେ ଆଗକୁ ବଢ଼ୁଥିବା ବେଳେ ବିରୋଧୀ ଏହି ପ୍ରଗତିକୁ ଗ୍ରହଣ କରିପାରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

‘ରାମଲୀଳା ମଇଦାନରେ ପରିବାରବାଦୀ ଦଳଙ୍କ ସମାବେଶ’


ରାମଲୀଳା ମଇଦାନରେ ଏକାଠି ହୋଇଥିବା ବିରୋଧୀ ଦଳଗୁଡ଼ିକୁ ମଧ୍ୟ କଟାକ୍ଷ କରିଛନ୍ତି ସୁଧାଂଶୁ ତ୍ରିବେଦୀ। ତାଙ୍କ କହିବା ଅନୁସାରେ, ଏହି ଦଳଗୁଡ଼ିକ ଗଣତନ୍ତ୍ରର ଆବରଣ ତଳେ ପରିବାରବାଦକୁ ପ୍ରୋତ୍ସାହନ ଦେଉଛନ୍ତି। ୨୦୪୭ରେ ଭାରତକୁ ମହାନ କରିବା ଅପେକ୍ଷା ନିଜ ପରିବାରର ରାଜନୈତିକ ଭବିଷ୍ୟତ ନେଇ ସେମାନେ ଅଧିକ ଚିନ୍ତିତ ବୋଲି ସେ ମତ ରଖିଛନ୍ତି। ଏହି ପ୍ରସଙ୍ଗରେ ସେ ବିରୋଧୀ ଦଳଗୁଡ଼ିକୁ ନେଇ ତୀବ୍ର କଟାକ୍ଷ କରିଥିଲେ।

ପଢନ୍ତୁ ଏହି ଖବର:  ‘ନବୀନ କେଉଁଠି?’ ହିଞ୍ଜିଳିରେ ଲାଗିଲା ପୋଷ୍ଟର, ସ୍ଥାନୀୟ ବିଧାୟକଙ୍କୁ ଖୋଜୁଛନ୍ତି ଲୋକେ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କଂଗ୍ରେସ ଲୋକଙ୍କ ଦ୍ବାରା ପ୍ରତ୍ୟାକ୍ଷାତ

ରାହୁଲ ଗାନ୍ଧୀ ଦେଶରେ ଆଣ୍ଟି-ଇନକମ୍ବେନ୍ସି ବା ସରକାର ବିରୋଧୀ ଜନମତକୁ ନେଇ ଭୁଲ୍ ଧାରଣା ସୃଷ୍ଟି କରୁଥିବା ଅଭିଯୋଗ କରି ସୁଧାଂଶୁ କହିଛନ୍ତି, ଓଡ଼ିଶାରେ ଗତ ୨୫ ବର୍ଷ ହେଲା କଂଗ୍ରେସର କୌଣସି ମୁଖ୍ୟମନ୍ତ୍ରୀ ନାହାନ୍ତି । ୧୯୯୫ ପରଠାରୁ ଗୁଜରାଟରେ ଏବଂ ୧୯୯୦ ପରଠାରୁ ଉତ୍ତରପ୍ରଦେଶ ଓ ବିହାରରେ କଂଗ୍ରେସ କ୍ଷମତାରୁ ବାହାରେ ରହିଛି । ଏହି ରାଜ୍ୟଗୁଡ଼ିକରେ ମୋଟ ୧୨୦ଟି ଲୋକସଭା ଆସନ ରହିଛି । ଏହାସହ ଆହୁରି ଅନେକ ରାଜ୍ୟର ୨୩୦ଟି ଲୋକସଭା ଆସନରେ କଂଗ୍ରେସ ୧୦ଟି ଆସନ ଜିତିବା ସ୍ଥିତିରେ ମଧ୍ୟ ନଥିଲା।  ତେବେ ଅବଶିଷ୍ଟ ୩୦୦ ଆସନରୁ ୨୭୨ଟି ଆସନ ଜିତିବା ଆଶା କିପରି କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।

SIRକୁ ନେଇ ବିରୋଧୀଙ୍କ ଅଭିଯୋଗର ଜବାବ

ଏସ୍‌ଆଇଆର୍‌ (SIR) ପ୍ରକ୍ରିୟାକୁ ନେଇ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ସେ କହିଛନ୍ତି, ଭୋଟର ତାଲିକାରେ ନାମ ଯୋଡ଼ିବା କିମ୍ବା ବାଦ୍ ଦେବା ପ୍ରକ୍ରିୟାରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ BLO ନିଯୁକ୍ତ ହୋଇଥାନ୍ତି। ସେହିପରି ରାଜନୈତିକ ଦଳଗୁଡ଼ିକ ନିଜ ପକ୍ଷରୁ BLA ନିଯୁକ୍ତ କରିଥାନ୍ତି। ଦେଶରେ ୧୨ ଲକ୍ଷ BLO ଏବଂ ୨୨ ଲକ୍ଷ BLA ନିଯୁକ୍ତ ହୋଇଛନ୍ତି। ତେବେ କଂଗ୍ରେସର BLA ମାନେ କ'ଣ ଶୋଇପଡ଼ିଥିଲେ ନା ଅନ୍ୟ କିଛି ନିଶାରେ ଥିଲେ ବୋଲି କଟାକ୍ଷ କରିଛନ୍ତି ସୁଧାଂଶୁ ।

ଭୋଟର ତାଲିକା ଯାଞ୍ଚ ସମୟରେ ସେମାନେ ତାଲିକାରେ ସ୍ୱାକ୍ଷର କରିଥିଲେ କି ନାହିଁ ଏବଂ ଆପତ୍ତି ଥିଲେ କାହିଁକି ଅଭିଯୋଗ ଉଠାଇନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ବିରୋଧୀଙ୍କ ଏହି ଆଭିମୁଖ୍ୟର ପ୍ରକୃତ ଉଦ୍ଦେଶ୍ୟ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ନେଇ ଦେଶରେ ଦ୍ୱନ୍ଦ୍ୱ ଓ ଅସ୍ଥିରତା ସୃଷ୍ଟି କରିବା ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ କେରଳରେ କ୍ଷମତାରେ ଥିବା ଦଳର ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା ନିଜେ ଏସ୍‌ଆଇଆର୍‌ ପ୍ରକ୍ରିୟାରୁ ତାଙ୍କ ଦଳ ଲାଭବାନ ହୋଇଥିବା କହିଥିବା ଉଦାହରଣ ଦେଇ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ଜାତୀୟ ମୁଖପାତ୍ର ଡ. ସୁଧାଂଶୁ ତ୍ରିବେଦୀ।