ପାଣିଟାଙ୍କି ଉପରେ ଚଢି ଜଣେ ଶ୍ରମିକଙ୍କ ଆତ୍ମହତ୍ୟା ଉଦ୍ୟମ
·2 years ago·1 min read

ଅର୍ଗସ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ଗଜବାହାଲ ଗ୍ରାମ ପଞ୍ଚାୟତର କଅଁସିଲ ଗାଁରେ ନିର୍ମାଣ ହେଉଥିବା ପାଣିଟାଙ୍କି ଉପରେ ଚଢି ଜଣେ ଶ୍ରମିକ ଆତ୍ମହତ୍ୟା ଉଦ୍ୟମ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ଯୁବକ ଜଣକ ନବରଙ୍ଗପୁର ଜିଲ୍ଲାର କୁମାର ଗୁଡା ଗାଁର ମହେଶ ହୋଇଥିବା ବେଳେ ତାଙ୍କ ବୟସ ୨୮ବର୍ଷ ମଧ୍ୟରେ ହେବ।
ତେବେ ଉକ୍ତ ପାଣି ଟାଙ୍କି ନିର୍ମାଣ କରିବାକୁ ଆସି ଏଭଳି କାଣ୍ଡ ଭିଆଇଛନ୍ତି। ପାଣି ଟାଙ୍କି ଉପରେ ଚଢି ଯାଇ ଆଉ ତଳକୁ ଓହ୍ଲାଉ ନଥିବା ବେଳେ ସହକର୍ମୀ ଶ୍ରମିକ ଓ ଗ୍ରାମବାସୀ ମାନେ ସ୍ଥାନୀୟ ରିଶିଡା ପୋଲିସ ଓ ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କରିବାକୁ ଓ ତଳକୁ ଆଣିବାକୁ ପ୍ରୟାସ କରିଥଲେ ବି ବିଫଳ ହୋଇଛନ୍ତି। ଯୁବକ ଜଣକ ହାତରେ ଗୋଟିଏ ଛୋଟ ବାଡି ଧରିଛନ୍ତି ପାଣିଟାଙ୍କିରୁ ତଳକୁ ଆସୁ ନାହାନ୍ତି। ଏଣୁ ଉଦ୍ଧାରକାରୀମାନଙ୍କୁ ନାକେଦମ ହେବାକୁ ପଡ଼ିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: