Sujata Entry in BJD / ଶଙ୍ଖ ଧରିବେ ପାଣ୍ଡିଆନଙ୍କ ସ୍ତ୍ରୀ,ସୁଜାତାଙ୍କ ଏଣ୍ଟ୍ରି ପାଇଁ ନବୀନଙ୍କ ବଡ଼ ପ୍ଲାନ,ସମୀକ୍ଷକ କହିଲେ, ବିଜେଡି ବିଭାଜନ ପାଇଁ ଖୋଲୁଛି ବାଟ
·2 months ago·2 min read

Key Points
ଶଙ୍ଖ ଧରିବେ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା
ସୁଜାତାଙ୍କ ଏଣ୍ଟ୍ରି ପାଇଁ ନବୀନଙ୍କ ବଡ଼ ପ୍ଲାନ
ସମୀକ୍ଷକ କହିଲେ ବିଜେଡି ବିଭାଜନ ପାଇଁ ଖୋଲୁଛି ବାଟ

ଭୁବନେଶ୍ବର,୨୫/୦୬: ଆଜି ଶଙ୍ଖ ଧରିବେ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା। ସୁଜାତାଙ୍କ ଏଣ୍ଟ୍ରି ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଡ଼ ପ୍ଲାନ କରିଛନ୍ତି । ଗତକାଲି ବିଧାୟକଙ୍କୁ ନବୀନ ନିବାସକୁ ଡାକରା ହୋଇଥିଲା । ଚର୍ଚ୍ଚା ହେଉଛି ସୁଜାତାଙ୍କୁ ନେଇ ବଡ଼ ଘୋଷଣା କରି ପାରନ୍ତି ନବୀନ । ସେପଟେ ସମୀକ୍ଷକ କହିଲେଣି, ବିଜେଡି ବିଭାଜନ ପାଇଁ ବାଟ ଖୋଲୁଛି। ବଡ଼ ଗୋଷ୍ଠୀ ବିଜେପିରେ ଯୋଗ ଦେବେ ବୋଲି ଗତକାଲି ବିଜେପି ନେତୃତ୍ବ ସୂଚନା ଦେଇଥିଲେ।
ବେଶ କିଛି ଦିନର ନୀରବତା ପରେ ଗତକାଲି ନବୀନ ନିବାସରେ ଦେଖିବାକୁ ମିଳିଥିଲା ପୁଣି ହଲ ଚଲ। ପ୍ରତାପ ଜେନା, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ ଓ ଟୁକୁନି ସାହୁଙ୍କୁ ଆସିଥିଲା ନବୀନଙ୍କ ଡକରା। ଆଉ ଘଣ୍ଟାଏ ରୁ ଅଧିକ ସମୟ ଧରି ବରିଷ୍ଠ ନେତାଙ୍କ ସହ ରୁଦ୍ଧ ଦ୍ୱାର ବୈଠକ କରିଥିଲେ ବିଜେଡି ସୁପ୍ରିମୋ। ଚର୍ଚ୍ଚା ହେଉଛି ଆଜି ବିଜେଡିରେ ଯୋଗ ଦେଇ ପାରନ୍ତି ଭି.କେ ପାଣ୍ଡିଆନ ଙ୍କ ଧର୍ମ ପତ୍ନୀ ସୁଜାତା ପାଣ୍ଡିଆନ। ଏଥିପାଇଁ ବରିଷ୍ଠଙ୍କ ସହ ଆଲୋଚନା ପରେ ଆଜି ବିଧାୟକଙ୍କୁ ଡାକିଛନ୍ତି ନବୀନ। ତେବେ ଏସ ଆଇ ଆର କୁ ନେଇ ଆଲୋଚନା ହୋଇଥିବା ବିଜେଡି ନେତା ପ୍ରତିକ୍ରିୟା ଦେଇଥିଲେ ବି ଟୁକୁନିଙ୍କ ବୟାନ ସବୁ କିଛି ସ୍ପଷ୍ଟ କରୁଛି।
ପଢନ୍ତୁ ଏହି ଖବର: ବିଜେଡି ଭୋଗିବ କି ଟିଏମ୍ସି, ଶିବସେନା ଦଶା ? ପ୍ରଦୀପଙ୍କ ପରେ ମନମୋହନଙ୍କ ବଡ଼ ଇଶାରା
ପାଣ୍ଡିଆନଙ୍କ ବିଜେଡିରେ ଏଣ୍ଟ୍ରି ପରେ ସୁଜାତା ସରକାରୀ ପଦବୀରେ ରହି ବି ଦଳ ପାଇଁ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଥିଲା। ଏ ନେଇ ଅଭିଯୋଗ ପରେ ସାଧାରଣ ନିର୍ବାଚନ ପୂର୍ବରୁ ସୁଜାତାଙ୍କୁ ନିଜ ପଦରୁ ହଟାଇଥିଲେ ନିର୍ବାଚନ କମିଶନ। ପରେ ଚାକିରୀ ଛାଡିବା, ନବୀନଙ୍କ ଅସୁସ୍ଥତା ବେଳେ ତାଙ୍କ ପାଖେ ପାଖେ ରହିବା ସୁଜାତାଙ୍କ ବିଜେଡିରେ ଏଣ୍ଟ୍ରି ଚର୍ଚ୍ଚା ବଢ଼ାଇଥିଲା। ତେବେ ସୁଜାତା ଶଙ୍ଖ ଧରିବା ଚର୍ଚ୍ଚା ଭିତରେ ଶ୍ରୀମୟୀ ମିଶ୍ର ବିଜେଡିକୁ କଟାକ୍ଷ କରି ସୋସିଆଲ ମେଡିଆରେ ଲେଖିଛ,ନ୍ତି କାଲି ଦଳ ନିଶ୍ଚିହ୍ନ ହେବାର ମୁଳଦୁଆ ପଡିବ। ଏଲିନା ଦାସ ଲେଖିଛନ୍ତି ବିଜେଡିର ନେତୃତ୍ବ ଜଣେ ମହିଳା ନେଲେ ଦଳର ମହିଳା ସୁରକ୍ଷିତ ରହିବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୪ ନିର୍ବାଚନରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପାଇଁ ବିଜେଡିର ବିପର୍ଯ୍ୟୟ ହେଲା ବୋଲି ଅନେକ କହିଲେ। ଖୋଦ ପାଣ୍ଡିଆନ ରଜନୀତିରୁ ସନ୍ୟାସ ନେଲେ। ହେଲେ ପରଦା ପଛରେ ରହି ବିଜେଡିର ସର୍ବେସର୍ବା ସାଜିଥିବାର ଅଭିଯୋଗ ଭିତରେ ନେତାଙ୍କ ଭିତରେ ଏବେ ବି କୁହୁଳୁଛି ଅସନ୍ତୋଷ। ପାଣ୍ଡିଆନଙ୍କ ହାକିମାତିକୁ ପସନ୍ଦ କରୁ ନଥିବା ନେତା ବିଜେଡିକୁ ବାଏ ବାଏ କରୁଛନ୍ତି। ଏପରି ସ୍ଥିତିରେ ସୁଜାତାଙ୍କ ଏଣ୍ଚ୍ରିକୁ କର୍ମୀ କେମିତି ଗ୍ରହଣ କରିବେ ତା ଉପରେ ନଜର।
Related Topics
Explore more stories