Videos
|
Odisha

ସୁକାନ୍ତ ପାଣିଗ୍ରାହୀଙ୍କୁ ହତ୍ୟା ଘଟଣା, ଜଣଙ୍କୁ ଗିରଫ କଲା ବୁଗୁଡ଼ା ପୋଲିସ୍

Banajyotshna Ray
Browse all articles by Banajyotshna Ray
·2 years ago
ସୁକାନ୍ତ ପାଣିଗ୍ରାହୀଙ୍କୁ ହତ୍ୟା ଘଟଣା, ଜଣଙ୍କୁ ଗିରଫ କଲା ବୁଗୁଡ଼ା ପୋଲିସ୍

ଅର୍ଗସ ବ୍ୟୁରୋ:  ଗଞ୍ଜାମ ବୁଗୁଡ଼ାରେ ଜିଆରଏସ୍ ସୁକାନ୍ତ ପାଣିଗ୍ରାହୀଙ୍କୁ ହତ୍ୟା ଘଟଣା । ଜଣଙ୍କୁ ଗିରଫ କଲା ବୁଗୁଡ଼ା ପୋଲିସ୍ । ଏବେ ବି ମୁଖ୍ୟ ଅଭିଯୁକ୍ତ ରାଘବ ସ୍ୱାଇଁ ଫେରାର୍ ଥିବାବେଳେ ଗିରଫ ଯୁବକ ମୁଖ୍ୟ ଅଭିଯୁକ୍ତର ଭାଇ ବୋଲି ଜଣାପଡିଛି । ଭାଇ ରାଘବକୁ ହତ୍ୟାକାଣ୍ଡ ଭିଆଇବା ସହ ଫେରାର କରାଇବାରେ ଭମିଥୁନ ସହଯୋଗ କରିଥିଲା ।

ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଈଁ ଭଞ୍ଜନଗର ଏସଡିପିଓ ନେତୃତ୍ବରେ ଆସ୍କା, ଗାଙ୍ଗପୁରର, ବୁଗୁଡ଼ା ଥାନା ଅଧିକାରୀଙ୍କୁ ନେଇ 3ଟି ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖାଯାଇଛି । ଗତ ୨୨ ତାରିଖ ଶୁକ୍ରବାର ଦିନ ଲିଫ୍ଟ ମାଗିବା ବାହାନାରେ ସୁକାନ୍ତଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିଲା । ଏନେଇ ସୁକାନ୍ତଙ୍କ ପରିବାର ପକ୍ଷର ଥାନାରେ ଏତଲା ଦିଆଯିବା ପରେ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଚଳାଇଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: