Videos
|
Odisha

ଓଡ଼ିଶାର ପ୍ରମୁଖ ରେଳ ଷ୍ଟେସନରେ ମନ୍ଦିର ପ୍ରଶାସନ ତରଫରୁ ହେଉ ଭକ୍ତଙ୍କ ପାଇଁ ସୁଖା ପ୍ରସାଦ

Ritu Das
Browse all articles by Ritu Das
·1 year ago·1 min read
ଓଡ଼ିଶାର ପ୍ରମୁଖ ରେଳ ଷ୍ଟେସନରେ ମନ୍ଦିର ପ୍ରଶାସନ ତରଫରୁ ହେଉ ଭକ୍ତଙ୍କ ପାଇଁ ସୁଖା ପ୍ରସାଦ

ଅର୍ଗସ ବ୍ୟୁରୋ: ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ଆଜି ସଂସଦରେ ମାନନୀୟ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମ୍ମୁଖରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି ।ସମ୍ବିତ ପାତ୍ର  ଓଡ଼ିଶାର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଶ୍ରୀ ଗଜପତି ମହାରାଜା, ଏବଂ ମୁକ୍ତି ମଣ୍ଡପ ସହିତ ଚର୍ଚ୍ଚା କରି ଭକ୍ତମାନଙ୍କ ପାଇଁ ସୁଖା ପ୍ରସାଦ ଉପଲବ୍ଧ କରିବାର କେନ୍ଦ୍ର ଖୋଲିବାର ପ୍ରସ୍ତାବ ଦେଇଛନ୍ତି।

ସମ୍ବିତ ପାତ୍ର ଏହି ବିଷୟରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରତ୍ୟେକ ଭକ୍ତଙ୍କର ଆଶା ଓ ଭାବନା ରହେ ଯେ ସେ ଶ୍ରୀ ଜଗନ୍ନାଥଙ୍କ ପ୍ରସାଦ ନିଜ ଘରକୁ ନେବାକୁ। କିନ୍ତୁ, ବର୍ତ୍ତମାନର ଭିଡ଼ ଓ ପରିସ୍ଥିତି ଯୋଗୁଁ ଏହା ସମ୍ପୂର୍ଣ୍ଣ ଭାବେ ସମ୍ଭବ ହୋଇପାରୁ ନାହିଁ। ଯଦି ଓଡ଼ିଶାର ପ୍ରମୁଖ ରେଳ ଷ୍ଟେସନରେ ମନ୍ଦିର ପ୍ରଶାସନ ତରଫରୁ ସେବାୟତଙ୍କ ସହଯୋଗରେ ଏକ ସୁବ୍ୟବସ୍ଥିତ କେନ୍ଦ୍ର ଖୋଲି ଭକ୍ତମାନଙ୍କ ପାଇଁ ସୁଖା ପ୍ରସାଦ ଉପଲବ୍ଧ କରାଯାଏ, ତେବେ ଏହା ଭକ୍ତମାନଙ୍କ ଅନେକ ଅସୁବିଧା ଦୂର କରିବ।

ଏହି ପ୍ରସ୍ତାବ ଦ୍ବାରା ଜଗନ୍ନାଥ ଭକ୍ତମାନଙ୍କ ପାଇଁ ନୂଆ ସୁବିଧା ଉପଲବ୍ଧ ହେବ। ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏହା ଶ୍ରଦ୍ଧା ଏବଂ ଭକ୍ତିର ଅଭିବ୍ୟକ୍ତି ହେବ। ସେମାନେ ନିଜ ଘରକୁ ସୁବିଧାରେ ଶ୍ରୀଜଗନ୍ନାଥଙ୍କ ପବିତ୍ର ପ୍ରସାଦ ନେଇ ଯାଇ ପରିବା ସହ ମାନସିକ ସନ୍ତୋଷ ଅନୁଭବ କରିପାରିବେ। ଏହି ଅଭିନବ ପଦକ୍ଷେପ ଫଳରେ ମନ୍ଦିରର ପରମ୍ପରା ଓ ଭକ୍ତମାନଙ୍କ ଭକ୍ତିକୁ ଏକ ନୁଆ ଦିଗ ମିଳିବ ଓ ଜଗତ କଲ୍ୟାଣ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sukha Prasad | Argus News