Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯାଜପୁର ନଗଡାକୁ ନେଇ ମୁହାଁମୁହିଁ ସୁକିନ୍ଦା ବିଧାୟକ ଓ ପୂର୍ବ ବିଧାୟକ

Smruti Parija
Browse all articles by Smruti Parija
·1 year ago
ଯାଜପୁର ନଗଡାକୁ ନେଇ ମୁହାଁମୁହିଁ ସୁକିନ୍ଦା ବିଧାୟକ ଓ ପୂର୍ବ ବିଧାୟକ

ଅର୍ଗସ ବ୍ୟୁରୋ: ଯାଜପୁର ନଗଡାକୁ ନେଇ ମୁହାଁମୁହିଁ ସୁକିନ୍ଦା ବିଧାୟକ ଓ ପୂର୍ବ ବିଧାୟକ। ମୁଖ୍ୟମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ପରେ ସାମ୍ନାକୁ ଆସିଲେ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ଖୋଲାଖୋଲି ଚ୍ୟାଲେଞ୍ଜ କଲେ ସୁକିନ୍ଦାର 5 ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କୁ। କହିଲେ ଆସନ୍ତୁ ନଗଡା ଯିବା ମୁଁ ଆପଣଙ୍କୁ ଦେଖାଇବି ସେଠାକାର ଚିତ୍ର । 

ଗତକାଲି ଅର୍ଗସର ରୋକଠୋକ୍ କାର୍ଯ୍ୟକ୍ରମରେ ଇଣ୍ଟରଭ୍ୟୁ ଦେଇ ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯାଜପୁରକୁ  ଲୁଟିଛନ୍ତି 3 ପରିବାର । ସବୁଠାରୁ ବେଶୀ ଦୁର୍ନିତୀ କରିଛନ୍ତି ପ୍ରଫୁଲ୍ଲ ଘଡେଇ ଓ ପ୍ରିତି ରଂଜନ ଘଡେଇ । ସୁକିନ୍ଦାର ବିକାଶ ହୋଇଥିବା ନେଇ ପ୍ରଫୁଲ୍ଲ ଘଡେଇ ଦେଇଥିବା ବୟାନ ଉପରେ ସ୍ଥାନୀୟ ବିଧାୟକ କହିଛନ୍ତି ମିଛ କହୁଛନ୍ତି ପ୍ରଫୁଲ୍ଲ। 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sukinda MLA and former MLA face to face over Jajpur Nagada | Argus News