BMC Corporator Death / BMC କର୍ପୋରେଟର ସୁକୁମାର ସାହୁଙ୍କ ପରଲୋକ, ହୃଦଘାତରେ ହେଲା ପରଲୋକ
·59 mins ago·1 min read

Key Points
କର୍ପୋରେଟର ସୁକୁମାର ସାହୁଙ୍କର ଅକାଳ ବିୟୋଗ
ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା
ଭୁବନେଶ୍ବର ମହାନଗର ନିଗମ ୱାର୍ଡ ନମ୍ବର ୪ର ଯୁବ କର୍ପୋରେଟର ସୁକୁମାର

ଭୁବନେଶ୍ବର୨୩/୦୯: ଭୁବନେଶ୍ବର ମହାନଗର ନିଗମ ୱାର୍ଡ ନମ୍ବର ୪ର ଯୁବ କର୍ପୋରେଟର ସୁକୁମାର ସାହୁଙ୍କର ଅକାଳ ବିୟୋଗ ଘଟିଛି। ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ସେ ଭାରତୀୟ ଜନତା ପାର୍ଟି (ବିଜେପି) ଟିକେଟରୁ ଭୁବନେଶ୍ବର ମହାନଗର ନିଗମର କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ଅକାଳ ବିୟୋଗ ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ସୁକୁମାର ଜଣେ କର୍ପୋରେଟର ଭାବେ ନିଜ ୱାର୍ଡର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ଜନସମସ୍ୟା ଏବଂ ବିକାଶ ପ୍ରସଙ୍ଗରେ ସବୁବେଳେ ବେଶ୍ ସକ୍ରିୟ ଓ ଆଗୁଆ ରହୁଥିଲେ। ସେ ସାଧାରଣ ଜନତାଙ୍କ ସୁଖଦୁଃଖର ସାଥୀ ହୋଇ କାର୍ଯ୍ୟ କରୁଥିବାରୁ ସ୍ଥାନୀୟ ଏବଂ ଜନପ୍ରତିନିଧି ମହଲରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା। ତାଙ୍କର ଏପରି ପରଲୋକ ଖବର ପ୍ରଚାରିତ ହେବା ପରେ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସହକର୍ମୀ, ସମର୍ଥକ ଏବଂ ସ୍ଥାନୀୟ ଅଞ୍ଚଳର ବହୁ ଲୋକେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ପଢନ୍ତୁ ଏହି ଖବର: ଆରମ୍ଭ ହେଉ ହେଉ ଗୃହରେ ହଙ୍ଗାମା: ବହି ତ୍ରୁଟି ପ୍ରସଙ୍ଗରେ ବିଜେଡିର ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବୀ
ପରଲୋକ ବେଳକୁ ସେ ତାଙ୍କ ପରିବାରବର୍ଗ, ବନ୍ଧୁବାନ୍ଧବ ଏବଂ ଅନେକ ନିକଟ ସହଯୋଗୀଙ୍କୁ ଛାଡ଼ି ଚାଲିଯାଇଛନ୍ତି। ତାଙ୍କ ବିୟୋଗରେ ପରିବାରରେ ଗଭୀର ଶୋକର ବାତାବରଣ ଦେଖାଦେଇଥିବାବେଳେ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ସମସ୍ତେ ପ୍ରାର୍ଥନା କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories