Videos
|
Politics

Odisha Assembly / ଆରମ୍ଭ ହେଉ ହେଉ ଗୃହରେ ହଙ୍ଗାମା: ବହି ତ୍ରୁଟି ପ୍ରସଙ୍ଗରେ ବିଜେଡିର ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବୀ

Banajyotshna Ray
Browse all articles by Banajyotshna Ray
·1 hour ago·2 min read
ଆରମ୍ଭ ହେଉ ହେଉ ଗୃହରେ ହଙ୍ଗାମା: ବହି ତ୍ରୁଟି ପ୍ରସଙ୍ଗରେ ବିଜେଡିର ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବୀ
Odisha Assembly

Key Points

ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ବିତୀୟ ଦିନ
୪ଟା ଯାଏଁ ଗୃହ ମୁଲତବୀ
ବହି ତ୍ରୁଟି ପ୍ରସଙ୍ଗରେ ବିଜେଡିର ହଙ୍ଗାମା
MMDR ସଂଶୋଧନକୁ ନେଇ କଂଗ୍ରେସର ହଟ୍ଟଗୋଳ
ଗତକାଲିଠାରୁ ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ । ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ବିତୀୟ ଦିନ । ଦ୍ବିତୀୟ ଦିନରେ ଗୃହ ବେଶ ସରଗରମ ରହିଛି । ଗତକାଲି ଭଳି ବହି ତ୍ରୁଟି ପ୍ରସଙ୍ଗରେ ବିଜେଡି ଏବଂ ଏମଏମଡିଆର ସଂଶୋଧନକୁ ନେଇ କଂଗ୍ରେସ ହଟଗୋଳ କରିଛନ୍ତି । ସେହିପରି ପ୍ରଶ୍ନ କାଳରେ କୃଷି , ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ଏବଂ ମତ୍ସ୍ୟ ଏବଂ ପଶୁ ସମ୍ପଦ ଭଳି ବିଭାଗର ପ୍ରଶ୍ନୋତ୍ତର ରହିଛି । କିନ୍ତୁ ପ୍ରଶ୍ନକାଳ ସ୍ୱାଭାବିକ ହୋଇନାହିଁ। ଗତକାଲି ପ୍ରଶ୍ନକାଳ ଆରମ୍ଭରୁ ବହି ତ୍ରୁଟି ଏବଂ mmdr ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇଥିଲା । ଆଜି ସମାନ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ। ଯାହାକୁ ଦୃଷ୍ଟିରେ ରଖି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରହିଛି। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ ରହିଛି।''

.ବିରୋଧୀଙ୍କ ହଟ୍ଟଗୋଳ:

ରିପୋର୍ଟର ଟେବୁଲ୍ ଉପରେ ଚଢ଼ିଗଲେ ତାରା ପ୍ରସାଦ ବାହିନୀପତି, ଧୃବ ଚରଣ ସାହୁ ଓ ଯୋଗେଶ ସିଂ। ମାତ୍ର ୭ ମିନିଟ ଚାଲିଲା ଗୃହ, ଅପରାହ୍ନ 4 ଟା ପର୍ଯ୍ୟନ୍ତ ଗୃହକୁ ମୂଲତବୀ ଘୋଷଣା କଲେ ଉପବାଚସ୍ପତି। ପ୍ରଶ୍ନକାଳରେ ପ୍ରଶ୍ନ ଉତ୍ତର ଅଛି.. ଗୋଟିଏ ହିଁ ପ୍ରଶ୍ନ ଆଜି ଆଲୋଚନା ହୋଇଛି। ବ୍ୟାନର ପିନ୍ଧି ପ୍ରବଳ ହଟ୍ଟଗୋଳ କଲେ କଂଗ୍ରେସ ବିଧାୟକ। MMDR ବିଲ୍‌କୁ ନେଇ ମୋସନ୍ ଆଣିବାକୁ ବିଜେଡିର ଦାବି ।''

ଏଥିସହ ପଢ଼ନ୍ତୁ: ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ; ଗୁରୁତ୍ୱପୂର୍ଣ୍ଣ ବିଭାଗରେ ହେବ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
. କୃଷ୍ଣ ପାତ୍ରଙ୍କ ଉତ୍ତର:

ବିଧାୟକ ମାନସ ଦାସଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଉତ୍ତର କଣ ଥିଲା ଜାଣି ରଖନ୍ତୁ। ବାଲେଶ୍ୱରରେ ପ୍ରତିଷ୍ଠା ହେବ ସାଇନ୍ସ ପାର୍କ । ଏଥିପାଇଁ ଜମି ଚି଼ହ୍ନଟ କରି ବିଭାଗକୁ ହସ୍ତାନ୍ତର କରିବାକୁ ଜିଲ୍ଲା ପ୍ରଶାସନକୁ କୁହା ଯାଇଥିବା କହିଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ । ଏଥିପାଇଁ 15 କୋଟି ଟଙ୍କା ଖର୍ଚ୍ଚ ହେବ । 4ଟି ଚିଠି ଜିଲ୍ଲା ପ୍ରଶାସନ କୁ କରାଯାଇଥିବା ବେଳେ କୌଣସି ଉତ୍ତର ହସ୍ତଗତ ହୋଇ ନାହିଁ । 5 ଏକର ଜାଗାର ଚି଼ହ୍ନଟ ପାଇଁ ଶୀଘ୍ର ଜିଲ୍ଲାପାଳଙ୍କୁ ଭୁବନେଶ୍ୱର ଡକାଇ ଆଲୋଚନା କରାଯିବ କହିଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ପାତ୍ର।''

ଅଧିକ ପଢ଼ନ୍ତୁ ରାଜନୀତି ଖବର: