Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସରକାରୀ ସହାୟତା ଅପେକ୍ଷାରେ ସୁକୁମାରୀ

Odisha

ସରକାରୀ ସହାୟତା ଅପେକ୍ଷାରେ ସୁକୁମାରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସରକାରୀ ସହାୟତା ଅପେକ୍ଷାରେ ସୁକୁମାରୀ

ଅର୍ଗସ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲା, ବିଶୋଇ ବ୍ଲକ, ଭାତଛତ୍ର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଶିପାଣି ଗ୍ରାମର ବାସିନ୍ଦା ସୁକୁମାରୀ ଦେହୁରୀ । ଜମି ବାଡି କିଛି ବି ନାହିଁ। ସ୍ୱାମୀ କେବେ ଠାରୁ ଆରପାରିକୁ ଚାଲିଗଲେଣି। ଜରିପାଲ ଟଣା ଭଙ୍ଗା କୁଡିଆରେ ଏକାକୀ ନିଃସଙ୍ଗ ଜୀବନ ଅତିବାହିତ କରୁଛନ୍ତି ସୁକୁମାରୀ । ସରକାରୀ ସହାୟତା କହିଲେ କେବଳ  ୩୫କି.ଗ୍ରା.ଚାଉଳ। ବୟସର ଅପରାହ୍ନ ରେ ଦୁଃଖ ର ବୋଝ ଲୋଦି ହୋଇଯାଇଛି ତାଙ୍କ ଉପରେ। ଦେହ ରୁ ବଳ, ବୟସ କମିଯାଇଥିଲେ ବି ପେଟ ବିକଳରେ ମୂଲ ମଜୁରୀ କରି ଜିବନ ଯାପନ କରୁଛନ୍ତି। ଏ ଯାଏଁ ବିଧବା ଭତ୍ତା କି ସରକାରୀ ଆବାସ ଟିଏ ମଧ୍ୟ ମିଳିପାରିନାହିଁ। ଏ ନେଇ ପଞ୍ଚାୟତ, ବ୍ଲକ କାର୍ଯ୍ୟାଳୟ ରେ ନିବେଦନ କରି କରି ନିରାଶ ହୋଇପଡ଼ିଛନ୍ତି ।

ଅଭାବ ଅନାଟନ ଯୋଗୁଁ କେବେ କେବେ ସାହିବାସିନ୍ଦା ସହାୟତା କରିଦିଅନ୍ତି। ଏପଟେ ସରକାର ଶୁଶାସନ ର ଡିଣ୍ଡିମ ପିଟିଥିବା ବେଳେ ଏହା କିନ୍ତୁ ବାସ୍ତବ ଚିତ୍ର। ସୁକୁମାରୀ ଦେହୁରୀ ପାଇଁ ପ୍ରଶାସନ ତୁରନ୍ତ ଭତ୍ତା ଏବଂ ପକ୍କା ଘର ଟିଏ ଯୋଗାଇ ଦେଲେ ବାକି ଜୀବନ ସୁରୁଖୁର ରେ କଟିଯିବ ବୋଲି କହନ୍ତି ଗ୍ରାମବାସୀ । ବୟସର ଅପରାହ୍ନରେ ଏବେ ସୁକୁମାରୀ ଦେହୁରୀ ।ସରକାର ତାଙ୍କୁ କେବେ ଭତ୍ତା ଓ  ଆବାସ ଯୋଗାଇ ଦେଉଛନ୍ତି ତାକୁ ହିଁ ଅପେକ୍ଷା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Sukumari waiting for government help | Argus News