Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୂତ ଖାଉଛି ଭତ୍ତା ଟଙ୍କା!

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଭୂତ ଖାଉଛି ଭତ୍ତା ଟଙ୍କା!

ଅର୍ଗସ ବ୍ୟୁରୋ: ଚଞ୍ଚକତା କରି ବିଭାଗୀୟ ଅଧିକାରୀ ସରକାରୀ ଅର୍ଥ ଡହପ କରୁଥିବା ଅଭିଯୋଗ। ଚାଉଳ ଓ ଭତ୍ତା ବଣ୍ଟନରେ ବ୍ୟାପକ ଦୁର୍ନୀତି । ମୃତ ବ୍ୟକ୍ତିଙ୍କ ନାଁରେ ମାସ ମାସ ଧରି ଉଠିଛି ପିଡିଏସ ସାମଗ୍ରୀ ଓ ଭତ୍ତା ଟଙ୍କା । ବର୍ଷ ବର୍ଷ ଧରି ମୃତକ ମାନଙ୍କ ନାଁରେ ଉଠାଯାଉଛି ପେନସନ ଓ ଚାଉଳ । ମୟୂରଭଞ୍ଜ ଜିଲ୍ଲାରେ ଭୁତ ହିତାଧିକାରୀଙ୍କ  ତାଲିକା ଲମ୍ବି ଚାଲିଛି । ଶୁଳିଆପଦା ବ୍ଲକରୁ ମିଳିଛି ଦୁର୍ନୀତିର ତଥ୍ୟ । ବର୍ଷ ବର୍ଷ ଧରି ମୃତକଙ୍କ ନାଁରେ ପେନସନ ଓ ଚାଉଳ ଉଠାଯାଉଛି । ତେବେ ଭୂତ ହିତାଧିକାରୀଙ୍କ  ତାଲିକାରେ ସରକାରୀ ଅର୍ଥ ହଡପ କରି ସରକାରୀ ବାବୁମାନେ ମାଲାମାଲା ହେଉଥିବା ଅଭିଯୋଗ ହୋଇଛି ।

VRPଙ୍କ ଅଡିଟ ରିପୋର୍ଟ ଖୋଲିଦେଇଛି ଶୁଳିଆପଦା ଦୁର୍ନୀତିର ଗୁମର ପେଡ଼ି । କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ଲୋକଙ୍କୁ ମୁଣ୍ଡ ପିଛା ମାସକୁ ପାଞ୍ଚ କେଜି ମାଗଣାରେ ଚାଉଳ ଦେଉଛନ୍ତି। ନିୟମ ଅନୁସାରେ ଯେଉଁ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି ତାଙ୍କ ନାମ ରେଜିଷ୍ଟରରୁ କଟିଯିବା କଥା ମାତ୍ର ଦୁର୍ନୀତିଖୋର୍ ଅଧିକାରୀ, ଯଗାଣସହାୟକ ଓ କିଛି ଶ୍ବୟଂ ସହାୟକ ଗୋଷ୍ଠୀର ଗ୍ରୁପମାନେ ରେଜିଷ୍ଟାରରୁ ମୃତ ବ୍ୟକ୍ତିଙ୍କ ନାମକୁ ନକାଟି ବର୍ଷ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାମରେ ରାସନ୍ ଚାଉଳକୁ ହଡ଼ପ କରୁଛନ୍ତି। କଉ ପଞ୍ଚାୟତରେ ବର୍ଷ ବର୍ଷ ଧରି ମୃତ ଲୋକଙ୍କ ନାମରେ ପିଡ଼ିଏସ୍ ଚାଉଳ ଉଠୁଛି, ତ ପୁଣି ଆଉ କଉ ପଞ୍ଚାୟତରେ ମନରେଗା ଯୋଜନାରେ ହେରଫେର ହୋଇ ହୋଇଛି ଫଲ୍ସ ବିଲ୍ । ସରକାରୀ ଯୋଜନାର ହେଉଛି ଆତ୍ମସାତ୍। ଆଉ ସ ବୁ ଜାଣି ଚୁପ୍ ସରକାରୀ ଅଧିକାରୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Suliapada block has become a den of corruption | Argus News