Videos
|
Odisha

School Closed / ଏହି ଜିଲ୍ଲାରେ ବଢ଼ିଲା ଖରା ଛୁଟି ଅବଧି…ଜାଣନ୍ତୁ କେବେ ଖୋଲିବ ସ୍କୁଲ

Ritu Das
Browse all articles by Ritu Das
·2 months ago·2 min read
ଏହି ଜିଲ୍ଲାରେ ବଢ଼ିଲା ଖରା ଛୁଟି ଅବଧି…ଜାଣନ୍ତୁ କେବେ ଖୋଲିବ ସ୍କୁଲ
Odisha

Key Points

ଜିଲ୍ଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଖରାଛୁଟି ଅବଧିକୁ ବୃଦ୍ଧି କରାଯାଇଛି
ଦେବଗଡ଼ ଜିଲ୍ଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଖରାଛୁଟି ଅବଧିକୁ ବୃଦ୍ଧି କରାଯାଇଛି।

ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଆସନ୍ତା ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ଖରାଛୁଟି ଅବଧିକୁ ବଢ଼ାଇ ଦିଆଯାଇଛି। ଏହାପରେ ୨୧ ତାରିଖ ରବିବାର ପଡୁଥିବାରୁ, ଆସନ୍ତା ଜୁନ୍ ୨୨ ତାରିଖ (ସୋମବାର) ରେ ଦେବଗଡ଼ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବ।

ଏହାସହ ପଢ଼ନ୍ତୁ: ସରିଲା ଛୁଟି, ଖୋଲିଲା ସ୍କୁଲ,ନୂଆ ବହି, ନୂଆ ଉତ୍ସାହରେ ସ୍କୁଲ ଗଲେ ଛାତ୍ରଛାତ୍ରୀ


ସେହିଭଳି ସମ୍ବଲପୁର ଜିଲାରେ ମଧ୍ୟ ଖରାଛୁଟି ଅବଧିକୁ ବଢ଼ାଇ ଦିଆଯାଇଛି। ୨୦ ତାରିଖ ଯାଏ ସ୍କୁଲ ଗୁଡ଼ିକ ଛୁଟି ରହିବ। ୨୨ ତାରିଖରେ ସ୍କୁଲ ଖୋଲିବା ନିମନ୍ତେ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ତେବେ ପୂର୍ବରୁ ବଲାଙ୍ଗୀର, ସୁନ୍ଦରଗଡ଼, ସୂବର୍ଣ୍ଣପୁର, ଅନୁଗୋଳ ଆଦି ଜିଲାରେ ସ୍କୁଲ ଛୁଟି ରହିବା ନେଇ ଘୋଷଣା କରାଯାଇଛି।

ଏହି ସମୟରେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ପରୀକ୍ଷା ଆୟୋଜନ କରାଯାଇପାରିବ । ତେବେ ପରୀକ୍ଷା ସକାଳ ସମୟରେ ଖରା ପୂର୍ବରୁ ହେବ ।ଏଥିସହ ପରୀକ୍ଷା ସମୟରେ ସ୍କୁଲ୍ କର୍ତ୍ତୃପକ୍ଷ ଖରାରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେବେ । ଶିକ୍ଷାନୁଷ୍ଠାନରେ ପାନୀୟ ଜଳ ସହ ଅନ୍ୟ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଅନ୍ୟମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଆସନ୍ତାକାଲି ୧୮ ତାରିଖରେ ସମସ୍ତ ସ୍କୁଲ ଖୋଲିବାର ଥିଲା । ଏନେଇ ପୂର୍ବରୁ ସୂଚନା ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଥିଲେ, ଖରାର ପ୍ରକୋପ ବଢ଼ିଲେ ଛୁଟି ଅବଧି ବୃଦ୍ଧି ନେଇ ବିଚାର କରାଯିବ । ଏବେ ଖରାକୁ ଦେଖି ସୁବର୍ଣ୍ଣପୁର ଓ ଅନୁଜୁଳ ଜିଲ୍ଲାରେ ସ୍କୁଲ ଛୁଟି ଅବଧି ବୃଦ୍ଧି କରାଯାଇଛି ।
Summer Vacation Extended Again, Know Exact School Reopening Date | Argus News