Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Sun Halo / ସୂର୍ଯ୍ୟ ଚାରିପଟେ ଗୋଲାକାର ବୃତ୍ତ ଦେଖାଗଲେ ? ଜାଣନ୍ତୁ କଣ ସଙ୍କେତ

Rashmita Mishra
Browse all articles by Rashmita Mishra
·4 months ago·2 min read
ସୂର୍ଯ୍ୟ ଚାରିପଟେ ଗୋଲାକାର ବୃତ୍ତ ଦେଖାଗଲେ ? ଜାଣନ୍ତୁ କଣ ସଙ୍କେତ
Sun Halo

Key Points

ଆକାଶରେ ଇଏ କ'ଣ ? 
ସୂର୍ଯ୍ୟ ଚାରିପଟେ ଗୋଲାକାର ବୃତ୍ତ ଦେଖିଲେ ? ଜାଣନ୍ତୁ କଣ ସଙ୍କେତ

ମଙ୍ଗଳବାର ଆର୍ଥାତ ଆଜି ଆକାଶରେ ଦେଖାଯାଇଛି ସୁନ୍ଦର ଓ ବିରଳ ଦୃଶ୍ୟ ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ବିରଳ ଦୃଶ୍ୟକୁ କୁହାଯାଏ ସୂର୍ଯ୍ୟ ହାଲୋ କିମ୍ବା '୨୨-ଡିଗ୍ରୀ ହାଲୋ', ପ୍ରାୟ ୨୨ ଡିଗ୍ରୀ ବ୍ୟାସାର୍ଦ୍ଧ ମଧ୍ୟରେ ସୂର୍ଯ୍ୟ କିମ୍ବା ଚନ୍ଦ୍ରକୁ ଘେରି ରହିଥିବା ଏକ ଇନ୍ଦ୍ରଧନୁ ଭାବରେ ଦେଖାଯାଏ । ଏହି ବିରଳ ଘଟଣା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା, ଅନେକ ଲୋକ ଘଟଣାଟିକୁ ନିଜ କ୍ୟାମେରାରେ କଏଦ କରିଛନ୍ତି ।

ଯଦି ବିଜ୍ଞାନ ଅନୁସାରେ ଦେଖିବା ତେବେ ଆକାଶରେ ଏମିତି ଦୃଶ୍ୟ ଦେଖାଗଲେ ଆଗକୁ ବର୍ଷା ଆଶଙ୍କା ଦେଖାଯାଇଥାଏ। ସେପଟେ ପାଣିପାଗ ବିଭାଗ ମଧ୍ୟ ୨୦ ତାରିଖ ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରିଛି । ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ୨୦ ତାରିଖ ପର୍ଯ୍ୟନ୍ତ। ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି ।

ତେବେ କ'ଣ ପାଇଁ ସୂର୍ଯ୍ୟଙ୍କ ଚାରିପଟେ ପଡ଼ିଥାଏ ଏହି ବିଶାଳ ବୃତ୍ତ ? ଏହା ପଛର କାରଣ କ'ଣ ? ଫେବୃଆରୀ ରୁ ମାର୍ଚ୍ଚ ଏବଂ ସେପ୍ଟମ୍ବର ରୁ ଅକ୍ଟୋବର ମାସରେ ଦେଖିବାକୁ ମିଳେ ଏଭଳି ଦୃଶ୍ୟ । ଏଭଳି ଦୃଶ୍ୟ ଦେଖାଯିବା ମାନେ ହେଉଛି ବର୍ଷା ଆସିବାର ସଂଙ୍କେତ ।

ଯେତେବେଳେ ସୂର୍ଯ୍ୟକିରଣ ବାୟୁମଣ୍ଡଳରେ ଲୁଚିକି ରହିଥିବା ୬ କୋଣିଆ ବରଫ କଣିକା ଉପରେ ପଡ଼େ ସେତେବେଳେ ସୂର୍ଯ୍ୟଙ୍କ କିରଣର ଗତିପଥରେ ସାମାନ୍ୟ ପରିବର୍ତ୍ତନ ହୁଏ । ଏହି କିରଣ ଅଧିକ ଉଜ୍ଵଳ ଏବଂ ୨୨ ଡିଗ୍ରିରେ ଗତି କରି ମଣିଷଙ୍କ ଆଖିରେ ପଡ଼ିଲେ ହାଲୋ ବା ସୂର୍ଯ୍ୟଙ୍କ ଚାରିପଟେ ଏକ ଗୋଲାକାର ବୃତ ଦେଖା ଯାଇଥାଏ ।

ଏହି ଘଟଣା ଥଣ୍ଡା ଦେଶରେ ଅଧିକ ଦେଖିବାକୁ ମିଳେ । କିନ୍ତୁ ଭାରତରେ ଏହା କେତେବେଳେ କେମିତି ଦେଖିବାକୁ ମିଳିଥାଏ । ଯେତେବେଳେ ବି ଏହି ଦୃଶ୍ୟ ଦେଖାଯାଏ ସେତେବେଳେ ବାୟୁମଣ୍ଡଳରେ ଆଦ୍ରତା ଥିଲେ ହିଁ ଦେଖିବାକୁ ମିଳିଥାଏ । ଯାହାର ମାନେ ହେଉଛି ଏହି ଦୃଶ୍ୟ ବର୍ଷା ଆଶଙ୍କା ନେଇ ଆସିବାର ସମ୍ଭାବନା ରହିଥାଏ । ଏବେ ରାଜ୍ୟରେ କାଳବୈଶାଖୀ ଲାଗି ରହିଥବାରୁ ଏମିତି ଆଶଙ୍କା କରାଯାଉଛି ।

ଏଥିସହ ପଢ଼ନ୍ତୁ:  ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଭୟଙ୍କର ସୌର ଝଡ଼, ହୋଇ ପାରେ ବ୍ଲାକ ଆଉଟ !

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sun Halo | Sun Halo Around the Sun: What Does It Mean? Rain Signal Explained | Argus News