Videos
|
Odisha

ରାତି ୧୧ଟାରେ ବନ୍ଦ ହେବ ସୁନାବେଶ ଦର୍ଶନ

Ritu Das
Browse all articles by Ritu Das
·2 years ago
ରାତି ୧୧ଟାରେ ବନ୍ଦ ହେବ ସୁନାବେଶ ଦର୍ଶନ

ଅର୍ଗସ ବ୍ୟୁରୋ: ରାତି ୧୧ଟାରେ ସୁନାବେଶ ଦର୍ଶନ ହେବ ବନ୍ଦ। ଆସନ୍ତାକାଲି ଭିତରଭଣ୍ଡାର କମିଟିର ପରିଦର୍ଶନ ଥିବାରୁ ୧୧ଟାରେ ବନ୍ଦହେବ ସୁନାବେଶ ଦର୍ଶନ। ଭକ୍ତ ମାନଙ୍କୁ ଶ୍ରୀମନ୍ଦୀର ମୁଖ୍ୟ ପ୍ରଶାସକ କଲେ ନିବେଦନ। ନିର୍ଦ୍ଧାରିତ ସମୟ ମଧ୍ୟରେ ଶୀଜିଉ ଙ୍କୁ ଦର୍ଶନ କରି ଫେରନ୍ତୁ। ଆସନ୍ତାକାଲି ବନ୍ଦ ରହିବ ଶ୍ରୀମନ୍ଦୀର ଚାରିଦ୍ବାର। କେବଳ ଅଧିକୃତ ବ୍ୟକ୍ତିମାନେ ସିଂଘଦ୍ବାର ଦେଇ ପ୍ରବେଶ କରିବେ। 

ଆସନ୍ତା କାଲି କେବଳ ଭିତର ରତ୍ନଭଣ୍ଡାର ଖୋଲା ହୋଇ ରତ୍ନ ଅଳଙ୍କାର ସ୍ଥାନାନ୍ତରିତ ହେବ। ପରେ ରତ୍ନଭଣ୍ଡାର ମରାମତି, ତା ପରେ ଗଣତି ମଣନ୍ତି ପାଇଁ ହେବ ଆଲୋଚନା। ଶୁଙ୍ଖଳିତ ଭାବରେ ସେବାୟତ ନିୟୋଗମାନେ ସୁନାବେଶକୁ ଶେଷ କରିଥିବାରୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢି ଜଣାଇଲେ ଧନ୍ୟବାଦ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sunabesha Darshan | Argus News