Diarrhoea Outbreak / ସୁନ୍ଦରଗଡରେ ଝାଡାବାନ୍ତିରେ ୪ ଜଣଙ୍କ ମୃତ୍ୟୁ, ଶ୍ରାଦ୍ଧ ଭୋଜି ଖାଇବା ପରେ ବ୍ୟାପିଲା ଝାଡାବାନ୍ତି
·3 months ago·2 min read

Key Points
ସୁନ୍ଦରଗଡରେ ଝାଡାବାନ୍ତିରେ ୪ ଜଣଙ୍କ ମୃତ୍ୟୁ
ଦଶାହ ଭୋଜି ଖାଇ ୪ ମୃତ, ୧୭ ଆକ୍ରାନ୍ତ
ଭୋଜି ଖାଇବା ପରେ ବ୍ୟାପିଲା ଝାଡାବାନ୍ତି
ଦଶାହ ଭୋଜି ଖାଇ ୪ ମୃତ, ୧୭ ଆକ୍ରାନ୍ତ
ଭୋଜି ଖାଇବା ପରେ ବ୍ୟାପିଲା ଝାଡାବାନ୍ତି
ଝାରସୁଗୁଡ଼ା,୨୪/୦୫: ଦଶାହ ଭୋଜି ଖାଇ ୪ ମୃତ, ୧୭ ଆକ୍ରାନ୍ତ । ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଅନ୍ତର୍ଗତ ନୂଆଡ଼ିହି ଗାଁରେ ଏକ ଦୁଃଖଦ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦଶାହ ଭୋଜି ଖାଇବା ପରେ ବିଷାକ୍ତ ଖାଦ୍ୟ ପ୍ରଭାବରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୭ ଜଣ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ଝାରସୁଗୁଡ଼ା ଜିଲ୍ଲାର । ନୂଆଡ଼ିହି ଗାଁରେ ଆୟୋଜିତ ଦଶାହ ଭୋଜି ଖାଇବା ପରେ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିଲା । ମୃତକଙ୍କ ମଧ୍ୟରେ ନୂଆଡ଼ିହି ଗାଁର ଦୁଇ ଜଣ ଥିବା ବେଳେ ଝାରସୁଗୁଡା ଜିଲ୍ଲା ଅତାବିରା ପଞ୍ଚାୟତ ଅନ୍ତର୍ଗତ ସୁନାଖାଏନ ଗାଁର ଦୁଇ ଜଣ ମହିଳା ରହିଛନ୍ତି। ଖାଦ୍ୟ ବିଷାକ୍ତ ହେବା ଯୋଗୁଁ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଥିବା ଅନୁମାନ କରାଯାଉଛି ।
ଏହି ଘଟଣାରେ ଝାରସୁଗୁଡ଼ା ଜିଲ୍ଲାର ୪ ଜଣ ବ୍ୟକ୍ତି ଗୁରୁତର ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୨୩ ମାସର ଶିଶୁ କନ୍ୟା ଏବଂ ଜଣେ ୧୧ ବର୍ଷର ନାବାଳିକା ମଧ୍ୟ ସାମିଲ ଅଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି ।
ନୁଆଡିହି ଗାଁରେ ହେମଗିରି ଡାକ୍ତରଖାନାର ଏକ ସ୍ବାସ୍ଥ୍ଯ ଦଳ ଯାଇ ଡେରା ପକାଇଥିବାବେଳେ ଆଜି ଜିଲ୍ଲା ସ୍ବାସ୍ଥ୍ଯ ବିଭାଗର ଏକ ଦଳ ଗାଁକୁ ଯାଉଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ଯ ଚିକିତ୍ସା ଓ ଜନସ୍ବାସ୍ଥ୍ଯ ଅଧିକାରୀ ଡା. ସୁରେଶଚନ୍ଦ୍ର ମହାନ୍ତି। ଗାଁରେ ଏକ ଶୁଦ୍ଧିକ୍ରିୟା ଭୋଜି ଖାଇ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ପ୍ରାଥମିକ ଭାବେ ସୂଚନା ମିଳିଥିବା କହିଛନ୍ତି ଡା. ମହାନ୍ତି। ଗାଁର ସମସ୍ତ ଜଳ ଉତ୍ସକୁ ବିଶୋଧିତ କରାଯାଇଥିବାବେଳେ ଗାଁକୁ କେହି ଆସିବା ଓ ଗାଁରୁ କେହି ଅନ୍ୟତ୍ର ଯିବା ଉପରେ ପ୍ରତିବନ୍ଧକ ଲଗାଯିବା ସହ ସତର୍କତା ଜାରି କରା ଯାଇଛି।
ପଢନ୍ତୁ ଏହି ଖବର: ଆଉ ୫ ଦିନ ପ୍ରଚଣ୍ଡ ତାତି; ଖରାରେ ଗଲାଣି ୩ ଜଣଙ୍କ ଜୀବନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୁନ୍ଦରଗଡ଼ରେ ଖାଦ୍ୟରେ ବିଷକ୍ରିୟା କିଛି ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ସୋସିଆଲ ମିଡିଆରେ ପୋଷ୍ଟ କରି ଚିକିତ୍ସାଧୀନ ଥିବା ସମସ୍ତ ଆକ୍ରାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।
ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମଧ୍ୟ ମୃତ୍ୟୁ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ଚିକିତ୍ସାଧୀନ ଥିବା ସମସ୍ତ ଆକ୍ରାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Related Topics
Explore more stories