Sunstroke Death / ଆଉ ୫ ଦିନ ପ୍ରଚଣ୍ଡ ତାତି; ଖରାରେ ଗଲାଣି ୩ ଜଣଙ୍କ ଜୀବନ
·1 hour ago·2 min read

Key Points
ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ୩କୁ ବୃଦ୍ଧି
୨୪ ଘଣ୍ଟାରେ କ୍ଷତିପୂରଣ ମିଳିବ: ରାଜସ୍ବ ମନ୍ତ୍ରୀ
ଗରମ ସହ ଗୁଳୁଗୁଳି ସାଜିପାରେ ବିପଦ
ସତର୍କ ରହିବାକୁ ପରାମର୍ଶ ଦେଲା ସ୍ଵାସ୍ଥ୍ୟ ବିଭାଗ

ଭୁବନେଶ୍ଵର: ରାଜ୍ୟରେ ଏବେ ଆକାଶରୁ ବର୍ଷୁଛି ନିଆଁ, ଆଉ ତାତିର ତାଉରେ ସନ୍ତୁଳି ହେଉଛି ସାରା ଓଡ଼ିଶା । ସ୍ଥିତି ଏପରି ହୋଇଛି ଯେ, ଗରମ ଏବେ ଜୀବନ ନେବା ଆରମ୍ଭ କଲାଣି । ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।
ଆହୁରି ୫ ଦିନ ଏଭଳି ସ୍ଥିତି ଜାରି ରହିବ ବୋଲି ଚେତାବନୀ ଦେଇଛି ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅଧିକାଂଶ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ଏଭଳି ସଂକଟ ଜନକ ସ୍ଥିତିରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଏଥିସହ ପଢ଼ନ୍ତୁ: ଏକା ସାଙ୍ଗେ ଦେଖାଯିବ ବନ୍ୟା, ମରୁଡ଼ି ! ଅକ୍ଟୋବର ପର୍ଯ୍ୟନ୍ତ ରହିପାରେ ଗ୍ରୀଷ୍ମ ପ୍ରବାହ
ରାଜ୍ୟରେ ଅଂଶୁଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ୧୬ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ହୋଇଥିଲା । ତେବେ ପୋଷ୍ଟମର୍ଟମ ପରେ ୩ଟି ଅଂଶୁଘାତ ଜନିତ ହୋଇଥିବା ସ୍ପଷ୍ଟ ହୋଇଛି । ରାଜସ୍ବ ମନ୍ତ୍ରୀ କହିଛନ୍ତି, ଅଂଶୁଘାତରେ ମୃତ୍ୟୁ ହୋଇଥିଲେ ୨୪ ଘଣ୍ଟାରେ ମିଳିବ କ୍ଷତିପୂରଣ ।
କଲବଲ ଆଉ ୫ ଦିନ
ସେପଟେ ଆକାଶରୁ ଅଗ୍ନି ବର୍ଷା ହେଉଛି । ତାତିର ତାଉରେ ଜଳୁଛି ପଶ୍ଚିମ ଓଡ଼ିଶା । କଲବଲ କରୁଛି ଅସହ୍ୟ ଗୁଳୁଗୁଳି । ସନ୍ତୁଳି ହେଉଛି ଜନଜୀବନ। ଆହୁରି ୫ ଦିନ ଏଭଳି ସ୍ଥିତି ରହିବ । ଉପକୂଳରେ ଉଚ୍ଚ ତାପମାତ୍ରା ସହ ଉଚ୍ଚ ଆଦ୍ରତା ହେତୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି ।
୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଆସନ୍ତା ୨୪ ଘଣ୍ଟାରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର, ନୟାଗଡ଼ ଜିଲ୍ଲାକୁ ହିଟୱେଭ୍ ବା ଗ୍ରୀଷ୍ମ ପ୍ରବାହ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଭଦ୍ରକ, ଯାଜପୁର, ବରଗଡ଼, ଅନୁଗୁଳ, ସୋନପୁର ଓ ବୌଦ୍ଧ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।
ଗତ ୨୪ ଘଣ୍ଟାରେ ୨୮ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ୪୫.୫ ଡିଗ୍ରୀ ରେକର୍ଡ ହୋଇଥିଲା ।
ଗରମ ସହ ଗୁଳୁଗୁଳି ଲାଗି ରହିଥିବା ବେଳେ ଏହା ବିପଦ ସାଜିପାରେ । ଅଧିକ ଝାଳ ବାହାରିଲେ ଡିହାଇଡ୍ରେସନ ହେବାର ଆଶଙ୍କା ମଧ୍ୟ ରହିଛି । ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
ଏଥିସହ ପଢ଼ନ୍ତୁ: ଆକାଶରୁ ନିଆଁ ବର୍ଷା ଭିତରେ ଲୋକଙ୍କ ଯନ୍ତ୍ରଣା ବଢ଼ାଉଛି ବିଦ୍ୟୁତ୍; ଓଭରଲୋଡ୍ ଯୋଗୁଁ ହେଉଛି ପାୱାର କଟ୍
ଶରୀରରୁ ଅଧିକ ଝାଳ ବାହାରିଲେ ଓଦା କପଡ଼ାରେ ପୋଛି ହେବାକୁ କୁହାଯାଇଛି । ଓଆରଏସ ପିଇବା ସହ ଖୋଲା ସ୍ଥାନରେ ରହିବାକୁ ପରାମର୍ଶ ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ପୁଷ୍ପିତା ମହାନ୍ତି ।
ଆସୁଛି ଲଘୁଚାପ
ଆଇଏମ୍ଡିର ଆକଳନ ଅନୁଯାୟୀ, ଆସନ୍ତା ୨୮ ଓ ୨୯ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories