Videos
|
Odisha

Sundargarh CWC Child Line / ଭୋକ ଆଗରେ ହାର ମାନିଲା ବାପ; ୩ ପିଲାଙ୍କୁ ସିଡବ୍ଲ୍ୟୁସି ହାତକୁ ଦେଲେ ଟେକି

Subhramjit Ray
Browse all articles by Subhramjit Ray
·1 month ago·2 min read
ଭୋକ ଆଗରେ ହାର ମାନିଲା ବାପ;  ୩ ପିଲାଙ୍କୁ ସିଡବ୍ଲ୍ୟୁସି ହାତକୁ ଦେଲେ ଟେକି
Sundargarh CWC Child Line

Key Points

ଭୋକ ଆଗରେ ହାର ମାନିବା ପରେ ଜଣେ ବାପା ନିଜର ୩ ପିଲାଙ୍କ ଲାଳନ ପାଳନ ଭାର ଶିଶୁ କଲ୍ୟାଣ କମିଟି ହାତରେ ଦେଇଛନ୍ତି।
Starvation forces father to give children to CWC: ୪ ବର୍ଷ ତଳେ ମାଆ କେଉଁଆଡ଼େ ଚାଲି ଯାଇଥିଲା। ୩ କୁନି କୁନି ପୁଅ ଝିଅଙ୍କ ଲାଳନ ପାଳନ ଭାର ଦିନ ମଜୁରିଆ ବାପା ଉପରକୁ ଆସିଥିଲା। ଏଭଳି ସ୍ଥିତିରେ ପିଲାଙ୍କୁ ଠିକ୍ ଭାବେ ଲାଳନପାଳନ କରିବା ଦୂରର କଥା, ଅନେକ ସମୟରେ ସେମାନଙ୍କ ମୁହିଁରେ ଦୁଇ ବେଳା ଦୁଇ ମୁଠା ଖାଦ୍ୟ ଯୋଗାଇବାକୁ ସକ୍ଷମ ହେଉନଥିଲା ବାପା। ଶେଷରେ ଛାତିକୁ ପଥର କରି ନିଜର ୩ ପିଲାଙ୍କୁ ଶିଶୁ କଲ୍ୟାଣ କମିଟି ହାତରେ ଟେକି ଦେଇଛି ବାପା।

ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଦାରିଦ୍ର୍ୟର ଏଭଳି କରୁଣ ଦୃଶ୍ୟ। ବାପା, ନିଜର ୩ ପିଲାଙ୍କ ଖାଦ୍ୟ, ପାଠପଢ଼ା କଥା ଚିନ୍ତା କରି ସେମାନଙ୍କ ଲାଳନପାଳନ ଭାର ସରକାରଙ୍କ ହାତରେ ଦେବାକୁ ଚାହୁଁଥିଲେ। ଆଇନଗତ ପ୍ରକ୍ରିୟା ଏବଂ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତି ପରେ ସେହି ୩ ଶିଶୁଙ୍କୁ ଚାଇଲ୍ଡ ଲାଇନ୍ ଆଣି ଶିଶୁ କଲ୍ୟାଣ କମିଟି ହାତକୁ ହସ୍ତାନ୍ତର କରିଥିଲା। ସେମାନଙ୍କୁ ରାଉରକେଲା ଏସ୍ଓଏସ୍ ଭିଲେଜ ଠାରେ ଥଇଥାନ କରାଯାଇଛି।

ହେଲେ ପରିବାରର କାହାରି ପାଖରେ ଆଧାର କାର୍ଡ ନଥିବାରୁ କୌଣସି ସରକାରୀ ସୁବିଧା ପାଇ ପାରିନାହାଁନ୍ତି ଏହି ପରିବାର। ଏପରିକି ସେମାନଙ୍କ ଘରେ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ। ଏପରିକି ସେହି ୩ ପିଲାଙ୍କ ଜନ୍ମ ପ୍ରମାଣପତ୍ର ମଧ୍ୟ ପ୍ରସ୍ତୁତ ହୋଇନାହିଁ। ସେଥିପାଇଁ ସେମାନେ ବିଦ୍ୟାଳୟ ମଧ୍ୟ ଯାଇପାରୁ ନଥିଲେ। ଏଭଳି ସ୍ଥିତିରେ ପିଲାଙ୍କୁ ସରକାରଙ୍କୁ ଦେଇଦେବା ଭଲ ବୋଲି ବିଚାର କରିଥଲେ ବାପା।

ଅନ୍ୟପଟେ ପରିବାରକୁ ୪ ଦିନ ପଯ୍ୟନ୍ତ ସମୟ ଦିଆଯାଇଛି। ସେହି ସମୟ ଭିତରେ ଯଦି ପରିବାର ଲୋକେ ମନ ପରିବର୍ତ୍ତନ କରନ୍ତି, ତାହାଲେ ସେହି ପିଲାଙ୍କୁ ପରିବାରକୁ ଫେରାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ। ସରକାରଙ୍କ ପାଖକୁ ଗଲେ ଭଲକି ଦି' ମୁଠେ ଖାଇବାକୁ ମିଳିବା, ସେଇ ଆଶାରେ ସେହି ୩ ପିଲା ଘରୁ ଯିବା ପାଇଁ ରାଜି ହୋଇଥିଲେ। ଏତିକି କଥା କହୁ କହୁ ବାପାଙ୍କ ଆଖିରେ ଆସି ଯାଇଥିଲା ଲୁହ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sundargarh Tragedy: Helpless Father Hands Over 3 Kids to CWC Due to Hunger | Argus News