କଥାର ବାହାସ୍ପୋଟ ମାରୁଛନ୍ତି ପାଣ୍ଡିଆନ

ସୁନ୍ଦରଗଡରେ ବି ସୁନ୍ଦର ଭାଷଣ ଦେଲେ
ହଇଜା ବାବଦରେ ମୁହଁ ଖୋଲିଲେନି
କେବଳ ବାହାସ୍ପୋଟ ମାରୁଛନ୍ତି ପାଣ୍ଡିଆନ
ଅର୍ଗସ ବ୍ୟୁରୋ : ସୁନ୍ଦରଗଡ ଗସ୍ତରେ ଯାଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ ତଥା ଆମ ଓଡ଼ିଶା ନବୀନ ଓଡିଶାର ଚେୟାରମ୍ୟାନ ଭି.କେ ପାଣ୍ଡିଆନ । ପାଣ୍ଡିଆନଙ୍କ ଗସ୍ତ ଥିବାରୁ ପ୍ରଶାସନ ପୂରା ତତ୍ପରତା ସହ ସବୁ ଆଯୋଜନ କରିଥିଲା । ହେଲେ ବିକାଶର କଥା କହୁଥିବା ପାଣ୍ଡିଆନ କିନ୍ତୁ ହଇଜା ସମ୍ପର୍କରେ ମୁହଁ ଖୋଲିନଥିଲେ । ଯାହାକୁ ନେଇ ଏବେ ବଢିଲାଣି ଚର୍ଚ୍ଚା ।
କିଛି ଦିନ ତଳେ ରାଉରକେଲାରେ ଅଣାୟତ୍ତ ହୋଇଥିଲା ହଇଜା । ଶହଶହ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୧୭ ଜଣଙ୍କ ମୁଣ୍ଡ ଯାଇଥିଲା । ଆଉ ପଦାରେ ପଡ଼ିଥିଲା ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାର ସତ । ତେବେ ଏଥିରୁ ଜଣା ପଡ଼ୁଛି ରାଉରକେଲା ଭଳି ସ୍ମାର୍ଟ ସିଟିର ଯଦି ହଇଯା ହେଉଛି ତେବେ ଉପାନ୍ତ ଅଞ୍ଚଳର ଅବସ୍ଥା କଣ ଥିବ ଆପଣ ମାନେ ଅନୁମାନ କରିପାରୁଥିବେ ।
ସହରରେ ୱାଟକୋ ଯୋଗାଉଥିବା ପିଇବା ପାଣି ହିଁ ଏତେ ଲୋକଙ୍କ ଜୀବନ ନେଲା । ହେଲେ ଘଟଣାକୁ ନେଇ କେତେ ସମ୍ବେଦନଶୀଳତା ଦେଖାଇଲେ ମୁଖ୍ୟମନ୍ତ୍ରୀ ତାହା ସମସ୍ତେ ଦେଖିଲେ । ହଇଜାରେ ଆଖି ସାମ୍ନାରେ ଆତ୍ମୀୟ ସୋଜନ ଆଖି ବୁଜିଲେ ସତ କିନ୍ତୁ ଅନୁକମ୍ପାମୂଳକ ସହାୟତା ରାଶି ଏଯାଏଁ ମିଳିଲା ନାହିଁ । ସେପଟେ ବିରୋଧୀ କହିଛନ୍ତି, ୫ଟି ଅଧକ୍ଷ କେବେଳ ପ୍ରଚାର ପସାର ପାଇଁ ଜିଲ୍ଲା ଗସ୍ତରେ ଆସୁଛନ୍ତି ଆଉ ବଡ଼ ବଡ଼ କଥା କହୁଛନ୍ତି । ଯଦି ସରକାର ଲୋକଙ୍କ କଥା ବୁଝୁଥାନ୍ତେ ତେବେ ମୃତକଙ୍କ ପାରିବାରକୁ ଭେଟି ସମବେଦନା ଜଣାଇଥାନ୍ତେ ଓ ସାହାଯ୍ୟ ହାତ ମଧ୍ୟ ବଢାଇଥାନ୍ତେ ।
📱 Get Argus News App
✨
ଏଠି ପ୍ରଶ୍ନ ଉଠୁଛି...
ରାଜ୍ୟ ସରକାର କାହା ସ୍ବାର୍ଥରେ କାମ କରୁଛନ୍ତି ?
କେବେ ଖୋଜି ପାଇବେ କେଉଁ କାରଣରୁ ବ୍ୟାପିଲା ହଇଜା ?
କେବେ ମିଳିବ ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ?
ସେପଟେ ରାଉରକେଲାରେ ଝାଡାବାନ୍ତି ବ୍ୟାପିବା ପଛର କାରଣ ଖୋଜା ଚାଲିଛି । ହଇଜା ବ୍ୟାପିଥିବା ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ୬ଟି ହଟସ୍ପଟ୍ ସ୍ଥାନ ପରିଦର୍ଶନ କରିଛନ୍ତି ୫ ଜଣିଆ କେନ୍ଦ୍ରୀୟ ସ୍ବାସ୍ଥ୍ୟ ବିଶେଷଜ୍ଞ ଦଳ । ଗତ କାଲି ସରକାରୀ ଡାକ୍ତରଖାନା ବୁଲିବା ସହ ରୋଗୀଙ୍କ ସହ ଆଲୋଚନା କରିଥିଲା ଏହି ଟିମ୍ । ୱାଟକୋ ଲୋକଙ୍କୁ ଯୋଗାଉଥିବା ଦୂଷିତ ପାଣି ଯୋଗୁଁ ରାଉରକେଲାରେ ପ୍ରଥମେ ଝାଡାବାନ୍ତି ପରେ ଏହା ହଇଜାର ରୂପ ନେଇଥିଲା ବୋଲି କହିଛନ୍ତି କେନ୍ଦ୍ରୀୟ ଟିମ ।