Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍କର୍ପିଓ ଡ୍ରାଇଭରର ଉନ୍ମକ୍ତ କାଣ୍ଡ, ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟି ଚାଲିଲା

Jitendra Dash
Browse all articles by Jitendra Dash
·2 years ago
ସ୍କର୍ପିଓ ଡ୍ରାଇଭରର ଉନ୍ମକ୍ତ କାଣ୍ଡ, ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟି ଚାଲିଲା

ଅର୍ଗସ ବ୍ୟୁରୋ : ସୁନ୍ଦରଗଡ଼ ଟାଉନ୍ ଥାନା ମିଶନ ରୋଡରେ ସ୍କର୍ପିଓ ଡ୍ରାଇଭରର ଉନ୍ମକ୍ତ କାଣ୍ଡ । ଯାହାକୁ ବାଟରେ ପାଇଲା ତାକୁ ଧକ୍କା ଦେଲା ଉପରେ ପୋଲିସ ଲେଖା ଯାଇଥିବା ସ୍କର୍ପିଓ । ଡ୍ରାଇଭରର ଗାଡ଼ି ଚାଳନାକୁ ଦେଖି ରାସ୍ତାରେ ଯାଉଥିବା ଲୋକେ ଜୀବନବିକାଳେ ଦୌଡ଼ି ପଳାଇଥିଲେ । କିଛି ସମୟ ପାଇଁ ରାସ୍ତା ପାଲଟିଯାଇଥିଲା ଜନଶୂନ୍ୟ । ଆଉ ଶେଷରେ ଉତ୍ତ୍ୟକ୍ତ ଲୋକେ ସ୍କପିଓ ଡ୍ରାଇଭରକୁ କାବୁ କରି ଉତ୍ତମ ମଧ୍ୟମ ଦେବା ସହ ପୁଲିସ୍‌ ଜିମାରେ ଦେଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଟାଉନ୍ ଥାନା ମିଶନ ରୋଡରେ । ଦୁର୍ଘଟଣାରେ ୪ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତାରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଡ୍ରାଇଭରକୁ ଅଟକ ରଖିଛି । ସ୍କର୍ପିଓ ଡ୍ରାଇଭର ଜଣଙ୍କ ହେଲେ ସେଲୁନ ମାଲିକ ଶଙ୍କରା ଶର୍ମା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sundargarh Scorpio driver | Argus News