|
logo
Live

Argus News - ସୁନ୍ଦରପଦା ବୋମା ବିସ୍ଫୋରଣ ଘଟଣାରେ ଚାଞ୍ଚଲ୍ୟ, ଘଟଣାସ୍ଥଳରୁ ଜବତ ହେଲା RDX

Odisha

RDX seized Bhubaneswar / ସୁନ୍ଦରପଦା ବୋମା ବିସ୍ଫୋରଣ ଘଟଣାରେ ଚାଞ୍ଚଲ୍ୟ, ଘଟଣାସ୍ଥଳରୁ ଜବତ ହେଲା RDX

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ସୁନ୍ଦରପଦା ବୋମା ବିସ୍ଫୋରଣ ଘଟଣାରେ ଚାଞ୍ଚଲ୍ୟ, ଘଟଣାସ୍ଥଳରୁ ଜବତ ହେଲା RDX
Bhubaneswar Blast

Key Points

ସୁନ୍ଦରପଦା ବୋମା ବିସ୍ଫୋରଣ ଘଟଣାରେ ଚାଞ୍ଚଲ୍ୟ
ଘଟଣାସ୍ଥଳରୁ ଜବତ ହେଲା RDX
ବୋମାରେ ବ୍ୟବହାର ହେଉଥିଲା ମାରାତ୍ମକ ରସାୟନିକ
ଭୁବନେଶ୍ବର ସୁନ୍ଦରପଦା ବୋମା ବିସ୍ଫୋରଣ ଘଟଣାରେ ଚାଞ୍ଚଲ୍ୟ । ଘଟଣାସ୍ଥଳରୁ ଜବତ ହୋଇଛି RDX । ଯାହାକୁ ରାଜ୍ୟ ଫରେନସିକ ଲ୍ୟାବକୁ ପଠାଇଛି ପୋଲିସ । କୁହାଯାଉଛି ବୋମାରେ ବ୍ୟବହାର ହେଉଥିଲା ମାରାତ୍ମକ ରସାୟନିକ । ଏଠି ପ୍ରଶ୍ନ ଉଠୁଛି, ଓଡ଼ିଶାକୁ ଅଶାନ୍ତ କରିବାକୁ ହୋଇଥିଲା କି ବଡ଼ ଷଡ଼ଯନ୍ତ୍ର ? କେଉଁଠି କରାଯାଇଥାନ୍ତା ବିସ୍ଫୋରଣ ? କେବେଠାରୁ ବୋମା ତିଆରି ଚାଲିଥିଲା ?

ହେକ୍ସାହାଇଡ୍ରୋ ଟ୍ରାଇନାଇଟ୍ରୋ ଟ୍ରାୟାଯାଇନ- ଅତ୍ୟନ୍ତ ଶକ୍ତିଶାଳୀ ସାମରିକ ନାଇଟ୍ରାମାଇନ୍ ବିସ୍ଫୋରକ । ଯାହାକୁ ବଡ଼ ବଡ଼ ବିସ୍ଫୋରଣ ସମୟରେ ବ୍ୟବହାର କରାଯାଏ । ଆଉ ଏହି ମାରାତ୍ମକ ରସାୟନିକ ମିଳିଛି ସୁନ୍ଦରପଦା ଆଜାଦ ନଗର ବୋମା ବିସ୍ଫୋରଣ ସ୍ଥଳରୁ । ଏହାକୁ ରାଜ୍ୟ ଫରେନସିକ ଲ୍ୟାବକୁ ପଠାଯାଇଛି । ଫରେନସିକ ରିପୋର୍ଟ ଆସିବା ପରେ ବୋମା ବିସ୍ଫୋରଣର ଗୁମର ଖୋଲିବା ବୋଲି ପୋଲିସ ଆଶା ରଖିଛି ।

ସେପଟେ ଦୁଇଦିନ ଧରି ଆହତମାନଙ୍କ ବୟାନ ରେକର୍ଡ କରିବା ସହ ଘର ମାଲିକଙ୍କୁ ପଚରା ଉଚରା କରିଛି NIA । ପ୍ରଶ୍ନ ଉଠୁଛି ଓଡ଼ିଶାକୁ ଅଶାନ୍ତ କରିବାକୁ ହୋଇଥିଲା କି ବଡ଼ ଷଡ଼ଯନ୍ତ୍ର ? କେଉଁଠି କରାଯାଇଥାନ୍ତା ବିସ୍ଫୋରଣ ? RDX ରାସାୟନିକ କେଉଁଠୁ ଆଣିଥିଲେ ଅଭିଯୁକ୍ତ ? କାହାକୁ ଏଭଳି ବୋମା ତିଆରି କରିକି ଦିଆଯାଇଥାନ୍ତା ?

କେବେଠାରୁ ବୋମା ତିଆରି ଚାଲିଥିଲା ?

ଗତ ୨୭ ତାରିଖରେ କୁଖ୍ୟାତ ଅପରାଧୀ ସାହାନବାଜ ମଲ୍ଲିକ ଓରଫ ମଫି ସୁନ୍ଦରପଦା ଆଜାଦନଗରରେ ଭଡ଼ା ଘର ଛାତ ଉପରେ ବୋମା ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ହୋଇଥିଲା ଯେ, ସ୍ଥାନୀୟ ଅଞ୍ଚଳ ଥରହର ହୋଇଥିଲା । ପୋଲିସ ଓ ସାଇଣ୍ଟଫିକ ଟିମ୍ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଥିଲେ । ନମୁନାରୁ ଯାହା ମିଳିଥିଲା ତାହା କମିଶନରେଟ୍‌ ପୋଲିସକୁ ଚକିତ କରିଥିଲା । ବୋମା ବିସ୍ଫୋରଣ ଘଟଣାରେ NIA ଜୋରଦାର ତଦନ୍ତ କରୁଥିବା ବେଳେ, ଖୁବ୍‌ଶୀଘ୍ର ସମସ୍ତ ତଥ୍ୟ ସାମ୍ନାକୁ ଆସିବା ବୋଲି ଆଶା କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
RDX seized Bhubaneswar: ସୁନ୍ଦରପଦା ବୋମା ବିସ୍ଫୋରଣ ଘଟଣାରେ ଚାଞ୍ଚଲ୍ୟ, ଘଟଣାସ୍ଥଳରୁ ଜବତ ହେଲା RDX | Argus News