Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅସହାୟଙ୍କ ସାହାର ସୁନିଲ, ସାଜିଛନ୍ତି ସୁଭଦ୍ରା ଯୋଜନାର ସାରଥୀ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଅସହାୟଙ୍କ ସାହାର ସୁନିଲ, ସାଜିଛନ୍ତି ସୁଭଦ୍ରା ଯୋଜନାର ସାରଥୀ

Key Points

  • ଘରେ ଆଣି ଦେଉଛନ୍ତି ସୁଭଦ୍ରା ଯୋଜନା ଫର୍ମ
  • ଅସହାୟଙ୍କ ସାହାରା ପାଲଟିଛନ୍ତି ସୁନିଲ
  • ନିଜେ କରିଛନ୍ତି ୩୦୦ରୁ ଅଧିକ ଆବେଦନ

 ସମ୍ବଲପୁର : କିଏ ଚାଲି ପାରୁ ନାହିଁ, ତ କିଏ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାପାଇଁ ଅନ୍ୟର ସାହାରା ଲୋଡୁଛି, ସେ ପରିସ୍ଥିତିରେ ଅନେକ ଅସହାୟ, ଗର୍ଭବତୀ, ଦିବ୍ୟାଙ୍ଗ ମହିଳାମାନେ ସୁଭଦ୍ରା ଯୋଜନାର ସୁବିଧାରୁ ବଞ୍ଚିତ ହେଉଛନ୍ତି । କିନ୍ତୁ ସେମାନଙ୍କୁ ସେମାନଙ୍କ ହକ୍ ଦେବାପାଇଁ ସୁଭଦ୍ରା ଯୋଜନାର ସାରଥୀ ପାଲଟିଛନ୍ତି ସୁନିଲ ସାଗର । ଘରେ ଘରେ ବୁଲି ଫର୍ମ ଯୋଗାଇ ଦେଉଛନ୍ତି । ଖାଲି ଯୋଗାଇ ଦେଉଛନ୍ତି ତା ନୁହେଁ ବରଂ ସୁଭଦ୍ରା ଯୋଜନା ଯୋଗ୍ୟା ହିତାଧିକାରୀଙ୍କ ପାଇଁ ଆବେଦନ ମଧ୍ୟ କରାଇ ଦେଉଛନ୍ତି । 

ଅସହାୟଙ୍କ ସାହାରା ପାଲଟିଛନ୍ତି ସମ୍ବଲପୁର ଯୁବ ଛାତ୍ର ନେତା ତଥା ସମାଜ ସେବୀ ସୁନିଲ ସାଗର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଆହ୍ବାନ କ୍ରମେ ଘରେ ଘରେ ସୁଭଦ୍ରା ନାରାରେ ଘରକୁ ଘର ପହଚି ଫର୍ମ ଆବେଦନ କରୁଛନ୍ତି । ସୁନିଲ ସାଗର ନିଜ ୨ ଜଣ ସାଙ୍ଗ ସହ ପ୍ରତି ଦିନ ସମ୍ବଲପୁର ଜିଲ୍ଲାର ବିଭନ୍ନ ଅଂଚଳ ପହଚି ସୁଭଦ୍ରା ଯୋଜନା ପାଇ ଯୋଗ୍ୟ ହିତାଧିକାରୀ ପାଖ କୁ ପହଚି ଫର୍ମ ଆବେଦନ କରାଉଛି । ମୁଖ୍ୟତ ଯେଉ ମହିଲା ମାନେ ସହଜ କେନ୍ଦ୍ର ରେ ଲମ୍ବା ଲାଇନ ଓ ଭିଡରେ ଛିଡା ହେବାରେ ଅସର୍ମଥ ସେଭଲି ମହିଳାଙ୍କ ପାଖକୁ ପହଞ୍ଚୁଛନ୍ତି ।
 

ଅଧିକ ପଢନ୍ତୁ : କାଲି ଆସିବ ସୁଭଦ୍ରା ଟଙ୍କା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତ ସେପ୍ଟେମ୍ବର ୨୦ ତାରିଖ ରୁ ସୁନିଲ ଏଭଲି ଘର ଘର ବୁଲି ଫର୍ମ ଆବେଦନ କରୁଥିବା ବେଳେ ବତ୍ତମାନ ସୁଦ୍ଧା ୩୦୦ ଶହ ରୁ ଅଧିକ ଆବେଦନ କଲେଣି । ପ୍ରଥମେ ସମ୍ବଲପୁର ମହାନଗର ନିଗମ ବୁର୍ଲା , ହୀରାକୁଦ ସହର ବସ୍ତି ଅଂଚଳ ପହଚି ଫର୍ମ ଆବେଦନ କରାଉଛନ୍ତି । ଏଥିପାଇ କୌଣସି ଦେୟ ଦେବାକୁ ପଡୁନାହି । ସୁନଲିଙ୍କ ଏଭଳି ପ୍ରୟାସ ନେଇ ହିତାଧିକାରୀ ମାନେ ଧନ୍ୟବାଦ ଜଣାଇଛନ୍ତି । ତତ୍କାଳିନ ସରକାର ସମୟରେ ସଚେତନ ଓ ପ୍ରଚାର ପ୍ରସାର ଅଭାବରୁ ରାଜ୍ୟ ସରକାର ଯୋଜନା ପ୍ରକୃତ ହିତାଧିକାରୀ ବଞ୍ଚିତ ରହୁଥିଲେ । ହେଲେ ମୋହନ ସରକାର ସମୟରେ ଯୋଜନାକୁ ହିତାଧିକାରୀ ପାଖରେ ପହଞ୍ଚାଇବା ସହ ସଚେତନ ଯୁବକ ମାନେ ସହଯୋଗର ହାତ ମଧ୍ୟ ବଢାଇଛନ୍ତି ।
 

Sponsored
sunil helping helpless people for subhadra scheme | Argus News