Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

18 ଘଣ୍ଟା ବିତିଗଲାଣି ଶିଶୁକନ୍ୟାର ଶବକୁ ଛାଡୁନି ମାଆ 

Smruti Parija
Browse all articles by Smruti Parija
·2 years ago·1 min read
18 ଘଣ୍ଟା ବିତିଗଲାଣି ଶିଶୁକନ୍ୟାର ଶବକୁ ଛାଡୁନି ମାଆ 

ରାଉରକେଲା: ଏବେ ବି ସମାଜରେ ବଞ୍ଚି ରହିଛି ଅନ୍ଧବିଶ୍ବାସ । 21 ଦିନ ପୂଜା କଲେ ମୃତ ଝିଅ ଜୀବିତ ହୋଇଯିବ କହି ଜିଦରେ ଅଟଳ ମାଆ । 18 ଘଣ୍ଟା ବିତିଗଲାଣି ଶିଶୁକନ୍ୟାର ଶବକୁ ଛାଡୁନାହିଁ ମାଆ । ରାଉରକେଲା ଟାଙ୍ଗରପାଲି ଥାନା ସୋନାପର୍ବତ ଗାଁରୁ ସାମ୍ନାକୁ ଆସିଛି ଏଭଳି ଘଟଣା । 

ଗତକାଲି ଅପରାହ୍ନରେ ଘର ପାଖରେ ଖେଳୁଥିବାବେଳେ 5 ବର୍ଷ ଶିଶୁକନ୍ୟାକୁ ସାପ କାମୁଡ଼ି ଦେଇଥିଲା । ଶିଶୁକୁ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଶିଶୁକନ୍ୟାର ମୃତଦେହ ଶବଗୃହରେ ରଖାଯାଇଥିଲା । ହେଲେ ଅନ୍ଧବିଶ୍ବାର ବଶବର୍ତ୍ତୀ ହୋଇ ମୃତ ଶିଶୁର ମାଆ ଝିଅ ଦେହରେ ଜୀବନ ଅଛି, 21 ଦିନ ପୂଜା ପାଠ କଲେ ସେ ବଞ୍ଚିଯିବ କହି ଶବ ଗୃହର ତାଲା ଭାଙ୍ଗି ମୃତ ଝିଅକୁ ଧରି ଘରେ ପହଞ୍ଚିଥିଲା । 

ପରେ ରଘୁନାଥପାଲି ପୋଲିସ ଘରେ ପହଞ୍ଚି ବୁଝାସୁଝା କରିଥିଲେ । ହେଲେ ଦୀର୍ଘ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ମୃତ ଶିଶୁକନ୍ୟା ବଞ୍ଚିଯିବ କହି ଜିଦରେ ଅଟଳ ରହିଛି ମାଆ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
Superstition-in-sundargarh-rourkela | Argus News