Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୃତ ଝିଅକୁ ଜୀବିତ କରିବାକୁ ମଶାଣିରେ ଚାଲିଛି ଝଡାଫୁଙ୍କା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ମୃତ ଝିଅକୁ ଜୀବିତ କରିବାକୁ ମଶାଣିରେ ଚାଲିଛି ଝଡାଫୁଙ୍କା

ବାଲେଶ୍ବର : ଆଜିବି ରହିଛି ଅନ୍ଧବିଶ୍ବାସ । ମୃତ ଶରୀରକୁ ଜୀବିତ କରିବା ପାଇଁ ଝଡାଫୁଙ୍କାରେ ବିଶ୍ବାସ କରୁଛନ୍ତି ଲୋକେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଗେଙ୍ଗୁଟିଆ ଗାଁରେ । ସୂଚନା ମୁତାବକ, ଏହି ଗାଁର ଜଣେ ବ୍ୟକ୍ତି ଶନିବାର ପରିବାର ସହିତ ଡଗରା ବରୁଣି ସ୍ନାନ କରିବାକୁ ଯାଇଥିଲେ , ସେଠାରୁ ଫେରିବା ପରେ ଅତ୍ୟଧିକ ଗରମ ଓ ଗୁଳୁଗୁଳି ଯୋଗୁଁ ତାଙ୍କର ୩ ବର୍ଷର ଝିଅ ଶ୍ବାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲା । 

ଅଧିକ ପଢନ୍ତୁ : ନାତିକୁ ମାରି ଲହୁଲୁହାଣ କରିଦେଲା ଅଜା

ଝିଅକୁ ବଞ୍ଚାଇବା ପାଇଁ ଏହି ବ୍ୟକ୍ତି ଜଣକ ସେହି ଅଞ୍ଚଳର ଜଣେ ଗୁଣିଆର ସାହାଯ୍ୟ ନେଇଥିଲେ । ଗୁଣିଆ ଜଣକ ଝଡାଫୁଙ୍କା କରିବା ସହ ଲୋକଙ୍କ ଅଜାଣତରେ ମଶାଣିରେ ପୂଜାର୍ଚ୍ଚନା କଲେ ଜୀବିତ ହୋଇପାରିବ ବୋଲି କହିଥିଲେ । ତେଣୁ ଦୁଇଦିନ ଧରି ମଶାଣିରେ ପୂଜାର୍ଚ୍ଚନା କରିବା ସହ ଝଡାଫୁଙ୍କା କରି ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି ଗୁଣିଆ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
superstition still exist today | Argus News