ରାସନ କାର୍ଡ ଦୁର୍ନୀତିକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବଡ ବୟାନ

ଅର୍ଗସ ବ୍ୟୁରୋ: ରାଜ୍ୟରେ ରାସନ କାର୍ଡ ଦୁର୍ନୀତିକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବଡ ବୟାନ । ରାଜ୍ୟରେ୨୫ ଲକ୍ଷ ଭୂତ ହିତାଧିକାରୀ ରାସନ କାର୍ଡ ନେଇଛନ୍ତି । ଏମାନଙ୍କୁ ସରକାରୀ ଚାଉଳ ପ୍ରଦାନ କରାଯାଉଛି । ରାଜ୍ୟରେ ବିଜେପି ସରକାର ଦାୟିତ୍ବ ନେବା ପରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଅଯୋଗ୍ୟ ହିତାଧିକାରିଙ୍କୁ ଚହ୍ନଟ କରିବା ପାଇଁ । ବର୍ତ୍ତମାନ ୨୫ ଲକ୍ଷ ଅଯୋଗ୍ୟ ହିତାଧିକାରି ଚିହ୍ନଟ ହୋଇଛନ୍ତି । ୧୦୦ ଦିନ ଭିତରେ ଅଯୋଗ୍ୟ ହିତାଧିକାରିଙ୍କୁ ବାଦ ଦିଆ ଯାଇ ଯୋଗ୍ୟ ହିତଧିକାରୀଙ୍କୁ ଚାଉଳ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ପୂର୍ବ ବିଜେଡି ସରକାର ସମୟରେ ରାସନ କାର୍ଡ ବଡ ଧରଣର ଦୁର୍ନୀତି ହୋଇଥିବା ମନ୍ତ୍ରୀ କହିଛନ୍ତି । ଅଯୋଗ୍ୟଙ୍କୁ ବିଜେଡି ଦେଇଥିଲା ରାସନ କାର୍ଡ।
ସେପଟେ ଯାଜପୁରରେ ପିଏଡିଏସ ସ୍କାମରେ ବିଜେଡି ନେତାଙ୍କ ସଂପୃକ୍ତିର ସଂଙ୍ଗୀନ ଅଭିଯୋଗ ଆଣିଛନ୍ତି ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର ସାହୁ । ବିଧାୟକଙ୍କ ଅଭିଯୋଗ ମାମୁ ଭଣଜା ଘାଇ ପରି କୋଟି କୋଟି ଟଙ୍କାର ମାମୁ ଭଣଜା ପିଡିଏସ ସ୍କାମରେ ଅଛନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ମାମୁଁ ପ୍ରଫୁଲ୍ଲ ସାହୁ । ଅର୍ଗସର ମହାପଞ୍ଚାୟତରେ ବିଧାୟକ ଏହି ପୋଲ୍ ଖୋଲି ଥିବା ବେଳେ ଧର୍ମଶାଳାର ପିଡିଏସ ଡିଲରେ ଏଥିରେ ମୋହର ମାରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...