ସୁରଙ୍କ ଫିଟନେସ୍ ର ରାହାସ୍ ପଖାଳ

ଅର୍ଗସ ବ୍ୟୁରୋ : ସୁର ବତାଇଦେଲେ ଫିଟନେସର ରାହାସ୍ । ଆଉ ସେହି ରାହାସ ପାଇଁ ୮୦ ବର୍ଷରେ ବି ସେ ଫିଟ, ସତେଜ । ସକାଳ ହେଉକି ସଞ୍ଜ । ଗଣ୍ଡେ ପଖାଳ ଖାଇଲେ ତାଙ୍କୁ ବେଶ ଶାନ୍ତି ଲାଗେ ବୋଲି କୁହନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।
ଆଜି ପୂରା ଓଡ଼ିଶା ପାଳୁଛି ପଖାଳ ଦିବସ । ଏଥିରୁ ପୁଣି ସୁର ବାଦ ପଡିବେ ବା କେମିତି ? ସକାଳୁ ସକାଳୁ ସୁରଙ୍କ ଘରେ ଚାଲିଛି ପଖାଳ ଭୋଜି । ଚିଙ୍ଗୁଡି ମାଛ ଭଜା, ଚୁନା ମାଛ ଭଜା , ଶାଗ, ଭେଣ୍ଡି ଭଜା ଆଳୁଭର୍ତ୍ତା ଭଳି ସୁସ୍ବାଦୁ ବ୍ୟଞ୍ଜନ ସହ ପ୍ରସ୍ତୁତ ହୋଇଛି ପଖାଳ । ନିଜ ପରିବାର ଏବଂ ନିଜ ସମର୍ଥକଙ୍କ ସହ ମିଶି ପଖାଳକୁ ମନ ଭରି ଉପଭୋଗ କରୁଛନ୍ତି ସୁର ଭାଇ ।
ଅଧିକ ପଢନ୍ତୁ : ଛୋଟଠୁ ବଡ଼, ଗରିବଠୁ ଧନୀ, ଏଠି ସମସ୍ତଙ୍କର ପ୍ରିୟ ପଖାଳ
ଶୀତ ଦିନ ହେଉ କି ଖରାଦିନ ସେ ସବୁବେଳେ ପଖାଳ ଖାଇବାକୁ ପସନ୍ଦ କରନ୍ତି । କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ସେ ପଖାଳ ଖାଆନ୍ତି । ସୁରଙ୍କ ପୁଅ ଯେହେତୁ ବିଦେଶରେ ରୁହନ୍ତି, ସେମାନେ ମଧ୍ୟ ସେଠାରେ ପଖାଳ ଖାଆନ୍ତି ଏବଂ ବିଦେଶୀ ଲୋକଙ୍କୁ ଖୁଆନ୍ତି ବୋଲି କୁହନ୍ତି । ଆଜି ବିଶ୍ବ ପଖାଳ ଦିବସ ଉପଲକ୍ଷେ ବିଭିନ୍ନ ମାହୋଲରେ ପଖାଳର ଆସର ଜମିଛି । ସମସ୍ତେ ଓଡିଆଙ୍କ ଏହି ପ୍ରିୟ ଖାଦ୍ୟକୁ ଖାଇ ମନଭରି ଉପଭୋଗ କରୁଥିବା ଦେଖିବାକୁ ମିଳିଛି