Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୁରମା ପାଢୀ ହେଲେ ବାଚସ୍ପତି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ସୁରମା ପାଢୀ ହେଲେ ବାଚସ୍ପତି

ଅର୍ଗସ ବ୍ୟୁରୋ : ସୁରମା ପାଢୀ ବାଚସ୍ପତି ଭାବେ ନିର୍ବାଚିତ । ସର୍ବସମ୍ମତି କ୍ରମେ ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିଧାୟିକା ସୁରମା ପାଢୀ । ଘୋଷଣା କଲେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏକମାତ୍ର ପ୍ରାର୍ଥୀ ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ମୁଖ୍ୟମନ୍ତ୍ରୀ । ନିର୍ବାଚିତ ପରେ ଦାୟିତ୍ବ ଗ୍ରହଣ କଲେ ବାଚସ୍ପତି । ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା । 

ଅଧିକ ପଢନ୍ତୁ : ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ସୁରମା ପାଢ଼ୀ

ଗତକାଲି ବାତସ୍ପତି ପାଇଁ ସୁରମା ପାଢୀଙ୍କ ନାଁ ଘୋଷଣା କଲା ବିଜେପି । ଘୋଷଣା ପରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ସୁରମା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ, ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ ସେ ନାମାଙ୍କନ ଭରିଥିଲେ । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଥିଲେ, କେବଳ ସୁରମା ପାଢୀ ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
surama padhi is the speaker of assembly | Argus News