|
logo
Live

Argus News - ସୁରମା ପାଢୀ ହେବେ ବାଚସ୍ପତି

Odisha

ସୁରମା ପାଢୀ ହେବେ ବାଚସ୍ପତି

Manini Pattanayak
Browse all articles by Manini Pattanayak
·1 year ago·1 min read
ସୁରମା ପାଢୀ ହେବେ ବାଚସ୍ପତି

ଭୁବନେଶ୍ୱର:  ସୁରମା ପାଢୀ ହେବେ ବାଚସ୍ପତି।  ରଣପୁର ବିଧାୟକ  ହେଉଛନ୍ତି ସୁରମା ପାଢୀ।  ସେହିପରି ଆଜିଠୁ ଆରମ୍ଭ ହୋଇଛି ମୋହନ ଯୁଗ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝୀ।    ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ  ରଘୁବର ଦାସ। ରାଜ୍ୟର ୧୫ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ବିଜେପି ବିଧାୟକ ଦଳର ନେତା ମୋହନ ମାଝୀ । ବିଜେପି ସରକାରରେ ଆଜିଠାରୁ ମୋହନ ମାଝୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ପାଇଛି ସାରା ଓଡ଼ିଶା । ତେବେ ମୋହନ ମାଝୀଙ୍କ କ୍ୟାବିନେଟରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଛାଡିଦେଲେ, ଅନ୍ୟ କୌଣସି ମହିଳା ଚେହେରାଙ୍କୁ ସ୍ଥାନ ମିଳିନି । ତେଣୁ ସୁରମା ପାଢୀଙ୍କୁ ଦଳ ବାଚସ୍ପତି ଆସନରେ ବସାଇପାରେ ବୋଲି ଚର୍ଚ୍ଚା ହେଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ଅନ୍ୟ ନେତା-ମନ୍ତ୍ରୀଙ୍କ ଉପସ୍ଥିତିରେ ଶପଥପାଠ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ୱରର ଜନତା ମଇଦାନରେ ହଜାର ହଜାର ସମର୍ଥକ ଏବଂ ଜନତାଙ୍କ ଭିଡ଼ ଭିତରେ ମୋହନ ମାଝୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥପାଠ କରିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସୁରମା ପାଢୀ ହେବେ ବାଚସ୍ପତି | Argus News