Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

No powercut / ଖରାଦିନରେ କଟିବନି କରେଣ୍ଟ, ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ଜାରି ରଖିବାକୁ ନିର୍ଦ୍ଦେଶ

Bikash Mohanty
Browse all articles by Bikash Mohanty
·4 months ago·2 min read
ଖରାଦିନରେ କଟିବନି କରେଣ୍ଟ, ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ଜାରି ରଖିବାକୁ ନିର୍ଦ୍ଦେଶ
Suresh pujari

Key Points

ଖରା ଦିନେ ହେବନି ବିଦ୍ୟୁତ କାଟ
୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ଜାରି ରଖିବାକୁ  ନିର୍ଦ୍ଦେଶ
ଗୃହରେ ଉତ୍ତର ରଖିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ 


ଖରାଦିନ ପାଇଁ ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରସ୍ତୁତି । ଚଳିତ ଖରା ଦିନେ ହେବନି ବିଦ୍ୟୁତ କାଟ । ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଖରାଦିନରେ ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ଜାରି ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ଲୋକେ କିପରି ହଇରାଣ ନହେବେ, ସେଥିପାଇଁ ସରକାର ଗୁରୁତ୍ବ ଦେଉଛନ୍ତି ।

ଏବେ ଚାଲିଛି ମାର୍ଚ୍ଚ । ଏପ୍ରିଲ ନଆସୁଣୁ ତାଉ ଦେଖାଇଲାଣି ତାତି । ସଠି ଖରାର ପ୍ରକୋପ । ଅସହ୍ୟ ଖରାକୁ ଦେଖି ସରକାର ବି ତପ୍ତରତା ପ୍ରକାଶ କଲେଣି । ରାଜ୍ୟ ସରକାରଙ୍କୁ ଘାରିଛି ଅଂଶୁଘାତ ମୁକାବିଲା ଚିନ୍ତା । ସେସବୁକୁ ଦୃଷ୍ଟିରେ ରଖି ସରକାର ହେଉଛି ବଡ଼ ବଡ଼ ନିଷ୍ପତ୍ତି । ସେଥିପାଇଁ ଖରାଦିନେ ହେବନି ବିଦ୍ୟୁତ କାଟ୍ ।

ଖାସ୍ କରି ଶକ୍ତି ବିଭାଗକୁ ନିର୍ଦେଶ ଦେଇଛି ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗ । ରାଜ୍ୟର  ୩୧ ପୌରାଞ୍ଚଳ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ହିଟୱେଭ ଆକ୍ସନ ପ୍ଲାନ । ୧୦ ପୌରାଞ୍ଚଳ ହିଟୱେଭ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇସାରିଛି । ୩୦ ଜିଲ୍ଲା ଓ ଟ୍ୱିନ ସିଟି ପାଇଁ ପ୍ରସ୍ତୁତ ହୋଇଛି ହିଟୱେଭ ଆକ୍ସନ ପ୍ଲାନ । ରାଜ୍ୟ ଓ ଜିଲ୍ଲାସ୍ତରରେ ଖୋଲିଛି କଣ୍ଟ୍ରୋଲ ରୁମ ଜାତୀୟ ବିପର୍ଯୟ ତାଲିକାରେ ସାମିଲ ହେବ ହିଟୱେଭ । ଏନେଇ ସୁପାରିଶ କରିଛନ୍ତି ୧୬ ତମ ଅର୍ଥ କମିସନ । ଗୃହରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
   ରାଜ୍ୟରେ ଆ ଜିଠାରୁ ବଢିବ ତାତି । ଆହୁରି ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା । ମାର୍ଚ୍ଚରୁ ଅସହ୍ୟ ହେଲାଣି ତାତି । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ୩୯ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର । ୧୩ଟି ସହରରେ ଦିନ ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି । ଉପକୂଳ ଓଡ଼ିଶାରେ ତାପମାତ୍ରା ବିଶେଷ ବୃଦ୍ଧି ପାଇନାହିଁ ।

ସେପଟେ ଦକ୍ଷିଣ ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ଓ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏକ ନିମ୍ନ ଚାପରେଖା ସକ୍ରିୟ ରହିଛି ।ପ୍ରଭାବରେ ସୁନ୍ଦରଗଡ଼ ,ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି । ଆଜି ବର୍ଷା ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ଦିଆଯାଇଥିବା ବେଳେ କିଛି ସ୍ଥାନରେ ଦିନ ତାପମାତ୍ରା ୩ ଡିଗ୍ରୀ ଯାଏଁ ବୃଦ୍ଧି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ରହିଛି । ଆସନ୍ତା ୧୬ ତାରିଖ ଯାଏ ରାଜ୍ୟର ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି  ବୋଲି ପାଣିପାଗ ବିଭାଗ ବୈଜ୍ଞାନିକ ଡକ୍ଟର ରାଜଶ୍ରୀ କହିଛନ୍ତି। 

ପଢନ୍ତୁ ଏହି ଖବର: ରାଜ୍ୟର ଆଉ ୪ ଜିଲ୍ଲାରେ ଖୋଲିବ ଚାଉଳ ATM



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
No powercut | Suresh Pujari Orders 24-Hour Power Supply During Summer in Odisha | Argus News