Videos
|
Odisha

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ! 37 ବର୍ଷ ହେଲା ବିନା ଖାଦ୍ୟରେ ବଞ୍ଚିଛନ୍ତି ଜଣେ

Ritu Das
Browse all articles by Ritu Das
·2 years ago·2 min read
ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ! 37 ବର୍ଷ ହେଲା ବିନା ଖାଦ୍ୟରେ ବଞ୍ଚିଛନ୍ତି ଜଣେ

ଅର୍ଗସ ବ୍ୟୁରୋ: ଏମିତି ବି ଜଣେ ମହିଳା ଅଛନ୍ତି ଯିଏକି 37 ବର୍ଷ ହେବ ବିନା ଖାଦ୍ୟ, ବିନା ଔଷଧରେ ଜୀବନ ଜୀଉଛନ୍ତି। ବିଶ୍ୱାସ ହେଉ ନ ଥିଲେବି କଥାଟା ଏକଦମ ସତ।  ଜଣେ 47 ବର୍ଷୀୟ ମହିଳା ବିନା ଖାଦ୍ୟ ଖାଇ ମଧ୍ୟ ଚାଲି ପାରୁଛନ୍ତି। ବୁଲିବି ପାରୁଛନ୍ତି। କିଛି ବି କାମ କରିପାରୁଛନ୍ତି l

ଭଲ କରି ନଜର ପକାନ୍ତୁ ଏହି ମହିଳାଙ୍କୁ ନାମ ତାଙ୍କର ଶାନ୍ତି ଲତା ଜେନା। ଘର ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅସିମିଳା ଗ୍ରାମ। ବୟସ 47 ବର୍ଷ ଛୁଇଁଲାଣି କିନ୍ତୁ ଦୀର୍ଘ 37 ବର୍ଷ ହେବ ବିନା ଖାଦ୍ୟ ଏବଂ ବିନା ଔଷଧରେ ଜୀବନ ଜିଉଛନ୍ତି l ଦିନ ସାରା କେବଳ ଦୁଇ ତିନି ଥର ପାଣି ପିଉଥିବା କହିଛନ୍ତି ନିଜେ ଶାନ୍ତି ଲତା l ଘର ପାଖରେ ଥିବା ଏକ ଶନିଶ୍ଚର ମନ୍ଦିରରେ ପୂଜକ ଭାବରେ କାର୍ଯ୍ୟ କରିଥାନ୍ତି l କାମ କରିବାକୁ ବଳ କମି ଗଲେ ଝୁଣା ଧୂଆଁ ଏବଂ ଧୂପ ଧୂଆ ମୁଁହ ପାଖରେ ଲଗାଇ ଦେଲେ ବଳ ଆସିଯାଏ ବୋଲି କହିଛନ୍ତି ଶାନ୍ତିଲତା। 

ଶାନ୍ତି ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ହଠାତ ତାଙ୍କର ବିଦ୍ୟାଳୟରେ ବାନ୍ତି ହୋଇଥିଲା। ଶିକ୍ଷକ ମାନେ ଘରକୁ ନେଇ ଆସିଥିଲେ ଶାନ୍ତିଙ୍କୁ ସେବେ ଠାରୁ ବେଶ କିଛି ଦିନ ଡାକ୍ତରଙ୍କୁ ଦେଖାଇଥିଲେ ମଧ୍ୟ ଭଲ ହୋଇ ନ ଥିଲା। ଯାହା ଖାଇଲେ ବି ବାନ୍ତି ହୋଇ ଯାଉଥିଲା, ଯାହା ଔଷଧ ଦେଲେ ମଧ୍ୟ କୌଣସି କାମ କରି ନ ଥିଲା l ସେବେ ଠାରୁ  ଖାଦ୍ୟ ଖାଇବା ବନ୍ଦ କରିବା ସହ କେବଳ ପାଣି ପିଇ ଶନିଶ୍ଚରଙ୍କୁ ପୂଜାର୍ଚ୍ଚନାରେ ଲାଗି ପଡିଛନ୍ତି ଏହି ମହିଳା ଜଣକ l
ଆମେ ସମସ୍ତେ ଜାଣିଛନ୍ତି ଖାଦ୍ୟ ନଖାଇଲେ ବଞ୍ଚିବା ଏକ ପ୍ରକାର ଅସମ୍ଭବ ହୋଇପଡିଥାଏ l କିନ୍ତୁ ଶାନ୍ତିଲତା ଙ୍କ କ୍ଷେତ୍ରରେ ଯେପରି ଅସମ୍ଭବ ସମ୍ଭବ ହୋଇ ପାରିଛି l ପରିବାରର ଭାଉଜ ମଧ୍ୟ ଶାନ୍ତି ବିନା ଖାଦ୍ୟ ଓ ବିନା ଔଷଧରେ ଜୀବନ ବଞ୍ଚିଥିବା କଥାକୁ କହିଛନ୍ତି l ଦୀର୍ଘ 37 ବର୍ଷ ହେବ ସେ ଖାଦ୍ୟ ଖାଇନାହାନ୍ତି କେବଳ ପାଣି ପିଉ ଥିବା କଥା କହିଛନ୍ତି l ଶନିଶ୍ଚରଙ୍କ କୃପାରୁ ସମ୍ଭବ ବୋଲି ଭାଉଜ ପ୍ରମିଳା ଜେନା କହୁଥିବା ବେଳେ ବିଜ୍ଞାନ ଯୁଗରେ କେତେକ ଏହା କିପରି ସମ୍ଭବ ବୋଲି ପ୍ରଶ୍ନ ଉଙ୍କି ମାରୁଛି l

ଦୀର୍ଘ 37 ହେବ ବିନା ଖାଦ୍ୟ, ବିନା ଔଷଧରେ ଜଣେ ମହିଳା ଜୀବନ ଯାପନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ l ତେବେ ଏହା କିପରି ସମ୍ଭବ ତାହା ମଧ୍ୟ ଗବେଷଣା କରିବାର ଆବଶ୍ୟକତା ରହିଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Surprising but true | Argus News