Mao deadline / ମାଓ ବିରୋଧୀ ଲଢ଼େଇରେ ମିଳିଛି ସଫଳତା,୨୭ ମାଓବାଦୀଙ୍କୁ ନିପାତ କରାଯାଇଛି
·4 hours ago·2 min read

Key Points
ସରିଲା ସରେଣ୍ଡରର ସମୟସୀମା,ଆଜିଠୁ ଏକକାଉଣ୍ଟର
୨୭ ନିପାତ, ୧୨୦ ନକ୍ସଲ ଆତ୍ମସମର୍ପଣ କରିଛନ୍ତି
ଏଡିଜି ଆଣ୍ଟି ନକ୍ସଲ ଅପରେସନ୍ ସଞ୍ଜୀବ ପଣ୍ଡାଙ୍କ ସୁଚନା

ଭୁବନେଶ୍ବର,୦୧/୦୪: ସରିଲା ସରେଣ୍ଡରର ସମୟସୀମା,ଆଜିଠୁ ଏକକାଉଣ୍ଟର। ଓଡିଶା ପୁଲିସକୁ ମାଓ ବିରୋଧୀ ଲଢ଼େଇରେ ମିଳିଛି ଗୁରୁତ୍ଵପୂର୍ଣ୍ଣ ସଫଳତା। ଗତ ୨୦୨୫ ଏବଂ ୨୬ ବର୍ଷରେ ଏପର୍ଯ୍ୟନ୍ତ ୨ କେନ୍ଦ୍ରୀୟ କମିଟି ସଦସ୍ୟଙ୍କ ସମେତ ୨୭ ଜଣ ମାଓବାଦୀଙ୍କୁ ନିପାତ କରାଯାଇଛି। ଏହି ସମୟ ମଧ୍ୟରେ ୯ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଏବେ ଆତ୍ମସମର୍ପଣର ସମୟସୀମା ଶେଷ ହୋଇଛି। ଆମେ ସମ୍ପୂର୍ଣ ସଫଳତା ପାଇବା ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ୍ ଜାରି ରଖିବୁ। ମାଓବାଦୀଙ୍କୁ ଖୋଜି ଖୋଳି ଏନ୍କାଉଣ୍ଟର କରିବୁ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଏଡିଜି ଆଣ୍ଟି ନକ୍ସଲ ଅପରେସନ୍ ସଞ୍ଜୀବ ପଣ୍ଡା।
ଦେଶକୁ ମାଓମୁକ୍ତ କରିବାକୁ କେନ୍ଦ୍ର ସରକାର ମାର୍ଚ୍ଚ ୩୧ ତାରିଖ ଧାର୍ଯ୍ୟ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଆହ୍ବାନ ପରେ ଓଡ଼ିଶା ଭଳି ମାଓପ୍ରବଣ ରାଜ୍ୟରେ ମାଓ ସଂଗଠନକୁ ମୂଳପୋଛ କରିବା କାଠିକର ଥିଲା। କାରଣ ୨୦୨୫ ବେଳକୁ ରାଜ୍ୟର କନ୍ଧମାଳ, ମାଲକାନଗିରି, କୋରାପୁଟ, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡି ଏଭଳି ୯ଟି ଜିଲ୍ଲାରେ ମାଓ ଉପଦ୍ରବ ଚରମ ସୀମାରେ ଥିଲା। ମାଓବାଦୀ ୩୫୯ଜଣଙ୍କୁ ହତ୍ୟା କରିଥିଲେ | ଲଢ଼େଇ କରି ପୁଲିସ କର୍ମଚାରୀ ବି ସହିଦ ହେଉଥିଲେ। ଏହି ସମୟରେ ରାଜ୍ୟ ସରକାର ଏଡିଜି ସଂଜୀବ ପଣ୍ଡାଙ୍କୁ ମାଓ ଅପରେସନ୍ର ମଙ୍ଗ ଧରାଇ ଏଡିଜି ଆଣ୍ଟି ନକ୍ସଲ ଅପରେସନ୍ସ ଭାବେ ନିଯୁକ୍ତି ଦେଇଥିଲେ। ତେବେ ଏହି ଦୁର୍ଗମ ଓ ଅଭେଦ୍ୟ ଗଡ଼ରୁ କିଭଳି ମାଓମୁକ୍ତ କରାଯିବ ବିରାଟ ଚ୍ୟାଲେଞ୍ଜ ଥିଲା ବୋଲି ଏଡିଜି ଶ୍ରୀ ପଣ୍ଡା କହିଛନ୍ତି।
ପଢନ୍ତୁ ଏହି ଖବର: ଉପସ୍ଥାପିତ ହେଲା ଶ୍ୱେତପତ୍ର,ବାମପନ୍ଥୀ ଉଗ୍ରବାଦ ଓ ଦୁଷ୍କର୍ମ ଘଟଣା ପୂର୍ବ ବର୍ଷ ତୁଳନାରେ କମିଛି
ସିଅର୍ପିଏଫ୍, ବିଏସ୍ଏଫ୍, ସିଆଇଏସ୍ଏଫ ଏବଂ ଏସ୍ଆଇଡବ୍ଲ୍ୟୁକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ଗତ ୨୦୨୫ ଓ ୨୦୨୬ ମସିହା ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ମାଓବାଦୀ ଦମନ ଅଭିଯାନରେ ୨ ସେଣ୍ଟ୍ରାଲ୍ କମିଟି ମେମ୍ବରଙ୍କ ସମେତ ୨୭ଜଣ ମାଓବାଦୀଙ୍କୁ ନିପାତ କରାଯାଇଛି। ୯ଜଣ ମାଓବାଦୀ ଗିରଫ ହୋଇଛନ୍ତି | ୪ ଜଣ ରାଜ୍ୟ କମିଟି ସଦସ୍ୟଙ୍କ ସମେତ ୭୮ ଜଣ ମାଓବାଦୀ ଓଡ଼ିଶା ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ | ସୁରକ୍ଷା ବାହିନୀ ଦ୍ବାରା ଓଡ଼ିଶାରେ ବ୍ୟାପକ ମାଓବିରୋଧୀ ଅଭିଯାନ ଯୋଗୁଁ ୨ ଜଣ ରାଜ୍ୟ କମିଟି ସଦସ୍ୟଙ୍କ ସମେତ ୪୨ ଜଣ ମାଓବାଦୀ ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ।
୨୦୨୫ ଜାନୁଆରି ୨୦ ତାରିଖରେ ଓଡ଼ିଶା-ଛତିଶଗଡ଼ ପୁଲିସର ମିଳିତ ଅଭିଯାନରେ ଗରିଆବନ୍ଧ ଅଞ୍ଚଳରେ ସେଣ୍ଟ୍ରାଲ କମିଟି ସଦସ୍ୟ ଚେଲ୍ପତି ସହ ୧୬ ଜଣ ମାଓବାଦୀଙ୍କୁ ନିପାତ କରାଯାଇଥିଲା ଡିସେମ୍ବର ୨୫ରେ କନ୍ଧମାଳ ଜିଲ୍ଲାରେ ସେଣ୍ଟ୍ରାଲ କମିଟି ସଦସ୍ୟ ଗଣେଶ ଉଇକେ ସହ ଅନ୍ୟ ୩ ମାଓବାଦୀଙ୍କୁ ନିପାତ କରାଯାଇଥିଲା ବୋଲି ଏଡିଜି ଶ୍ରୀ ପଣ୍ଡା କହିଛନ୍ତି।l
ନକ୍ସଲ ବିରୋଧୀ ଲଢ଼େଇରେ ୨୩୯ ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିଲେ। ଯେଉଁଥିରେ ୧୪୨ ଜଣ ଓଡ଼ିଶା ପୁଲିସ, ୨୫ ଜଣ ସିଆର୍ପିଏଫ୍, ୧୫ ଜଣ ବିଏସ୍ଏଫ୍, ୩୮ ଜଣ ଆନ୍ଧ୍ର ପ୍ରଦେଶ ପୁଲିସ, ୧୦ ଜଣ ସିଆଇଏସ୍ଏଫ୍ ଏବଂ ୯ ଜଣ ଛତିଶଗଡ଼ ପୁଲିସ ଅଛନ୍ତି | ବର୍ତମାନ ସୁଧା କନ୍ଧମାଳ ଜିଲ୍ଲାକୁ ଛାଡ଼ିଲେ ବାକି ୮ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ମାଓ ମୁକ୍ତ କରାଯଇଛି। ଏବେ କେବଳ କନ୍ଧମାଳ ଜିଲ୍ଲାରେ ୮-୯ଜଣ ମାଓବାଦୀ ସକ୍ରିୟ ରହିଛନ୍ତି|| ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପ ପୁନର୍ବାର ଆରମ୍ଭ ନହେବା ପାଇଁ ଅପରେସନ୍ ଜାରି ରହିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories