Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସର୍ଭେ କହୁଛି ଲୋକସଭା ନିର୍ବାଚନରେ ଓଡିଶାରେ ଆଗରେ ବିଜେପି

Manini Pattanayak
Browse all articles by Manini Pattanayak
·2 years ago·2 min read
ସର୍ଭେ କହୁଛି ଲୋକସଭା ନିର୍ବାଚନରେ ଓଡିଶାରେ ଆଗରେ ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ବିଜେଡିଠାରୁ ଢେର ଆଗୁଆ ବିଜେପି । ନ୍ୟୁଜ୍ ଏକ୍ସ ଓପିନିଅନ୍ ପୋଲରେ ବିଜେପିକୁ 14 ଓ ବିଜେଡିକୁ ମାତ୍ର 7ଟି ଲୋକସଭା ଆସନ ମିଳୁଥିବା ଆକଳନ କରାଯାଇଛି । ପୂର୍ବରୁ ସବୁ ଜନମତ ସର୍ଭେରେ ବି ଆସିଥିଲା ସମାନ ଟ୍ରେଣ୍ଡ । ରାଜ୍ୟରେ ଲୋକପ୍ରିୟତା ଗ୍ରାଫରେ ଶୀର୍ଷରେ ନରେନ୍ଦ୍ର ମୋଦି, ଖସୁଛନ୍ତି ନବୀନ । ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ବି କରିଛନ୍ତି ପୂର୍ବାନୁମାନ- ଏଥର ଓଡ଼ିଶାରେ 1 ନଂ ଦଳ ହେବ ଭାରତୀୟ ଜନତା ପାର୍ଟି । ଗୋଟିଏ ପରେ ଗୋଟିଏ ଓପିନିୟନ ପୋଲରେ ବିଜେପି ଓଡିଶାରେ ଆଗରେ ଥିବାରୁ ଉତ୍ସାହିତ ଅଛି ଗେରୁଆ କ୍ୟାମ୍ପ।

2019 ଲୋକସଭା ନିର୍ବାଚନରେ ବିଜେଡି ପାଇଥିଲା 12 ଆସନ, ବିଜେପି ଖାତାକୁ ଯାଇଥିଲା 8 ଓ କଂଗ୍ରେସକୁ ଗୋଟିଏ ଆସନ  ମିଳିଥିଲା ତେବେ ଏହା ଭିତରେ  25 ବର୍ଷର ସରକାର ବିରୋଧରେ ବଢୁଛି ସରକାରୀ ବିରୋଧୀ ହାୱା। ଯେଉଁଥିପାଇଁ  ବିଭିନ୍ନ ଓପିନିୟନ ପୋଲ ଓ ସର୍ଭେରେ ବିଜେପିକୁ ଅଧିନ ଆସନ ମିଳୁଥିବାର ପୂର୍ବାନୁମାନ କରିଛନ୍ତି ଅନେକ ସଂସ୍ଥା।  ଏଇ ଯେମିତି ପାଣ୍ଡିଆନଙ୍କ ରାଜ୍ୟର ଲୋକପ୍ରିୟ ଚ୍ୟାନେଲ ପୁଥିୟାଥାଲାଇମୁରାଇର  ଓପିନିୟନ ପୋଲ୍ ରେ ବିଜେପି ଖାତାକୁ ଯାଇଥିଲା 20 ଲୋକସଭା ଆସନ.. ବିଜେଡିକୁ ମିଳିଥିଲା ମାତ୍ର ଗୋଟିଏ ଆସନ।  1 କୋଟିରୁ ଅଧିକ ସବସ୍କ୍ରାଇବର ଥିବା ତାମିଲ ଚ୍ୟାନଲ ପୁଥିୟାଥାଲାଇମୁରାଇ କରିଥିବା ସର୍ଭେରେ ବିଜେପିକୁ 54.90 ପ୍ରତିଶତ ଭୋଟ ମିଳୁଥିବା ବେଳେ ବିଜେଡିର ଭୋଟ ହାର 19.35 ଥିଲା।  ବିଶିଷ୍ଠ ରାଜନୈତିକ ରଣନିତିକାର ପ୍ରଶାନ୍ତ କିଶୋର ଗତ ସପ୍ତାହରେ କହିଥିଲେ, ଓଡିଶାର ଲୋକସଭା ଲଢେଇରେ  ବିଜେପି ନମ୍ବର 1 ଦଳ ହେବ।.
 ପୂର୍ବରୁ ଟାଇମ୍ସ ନାଓ ଓ ଇଣ୍ଡିଆଟୁଡେର ସର୍ଭେରେ ମଧ୍ୟ ବିଜେପି ବଢୁଥିବା ଓ ବିଜେଡି ଖସୁଥିବାର ଆକଳନ କରିଥିଲେ ।

ଇଣ୍ଡିଆ ଟୁଡେ ମୁଡ୍ ଅଫ ଦି ନେସନ୍ ସର୍ଭେରେ ନବୀନଙ୍କ ଲୋକପ୍ରିୟତା କମୁଥିବାର ତଥ୍ୟ ଆସିଥିଲା ସାମ୍ନାକୁ। ସାରା ଦେଶରେ ନିଜ ରାଜ୍ୟରେ ନବୀନ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ହେଲେ ତାଙ୍କ ଲୋକପ୍ରିୟତା ଦେଢ ବର୍ଷରେ 25 ପ୍ରତିଶତ ହ୍ରାସ ପାଇଛି। 2022 ଅଗଷ୍ଟରେ ନବୀନଙ୍କ ଲୋକପ୍ରିୟତା 78 ପ୍ରତିଶତ ଥିଲା, ଏବେ ଖସିଆସିଛି 53 ପ୍ରତିଶତକୁ। ସେପଟେ ଏବିପି ସି- ଭୋଟରର ସର୍ଭେ କହୁଛି ଦେଶର ପୂର୍ବା଼୍ଚଳ ରାଜ୍ୟମାନଙ୍କ ଭିତରେ ଓଡ଼ିଶାରେ ସବୁଠାରୁ ଅଧିକ ଲୋକପ୍ରିୟ ମୋଦି। ସିଧାସଳଖ ପ୍ରଧାନମନ୍ତ୍ରୀ ପଦ ପାଇଁ ଭୋଟ ହେଲେ ଓଡ଼ିଶାର 75 ପ୍ରତିଶତ ଲୋକ ମୋଦିଙ୍କୁ ଭୋଟ ଦେବେ ବୋଲି ସର୍ଭେରେ ଉଲ୍ଲେଖ ଥିଲା । ନବୀନଙ୍କ ଲୋକପ୍ରିୟତା କମିବା ଓ ମୋଦିଙ୍କ ସୁନାମୀ ନେଇ ବିଭିନ୍ନ ସର୍ଭେକୁ ନେଇ ବିଜେଡି ଶିବିରରେ  ବଢୁଛି ଚିନ୍ତା। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Survey says BJP ahead in Lok Sabha elections in Odisha | Argus News