Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାତ୍ୟା ସମୟରେ ଲୋକଙ୍କ ସେବା କଲେ ସୁରଜ

Odisha

ବାତ୍ୟା ସମୟରେ ଲୋକଙ୍କ ସେବା କଲେ ସୁରଜ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବାତ୍ୟା ସମୟରେ ଲୋକଙ୍କ ସେବା କଲେ ସୁରଜ

ଅର୍ଗସ ବ୍ୟୁରୋ:  ମନ୍ତ୍ରୀ ହେବ ତ ଏମିତି। କେବଳ ଯେ ନିର୍ବାଚନ ବେଳେ ଲୋକଙ୍କ ପାଖକୁ ଯାଆନ୍ତି ତାହା ନୁହେଁ,  ଲୋକମାନେ ଦୁଃଖ ଏବଂ କଷ୍ଟରେ ଥିବାବେଳେ ମଧ୍ୟ ତାଙ୍କ ପାଖରେ ପହଞ୍ଚି ମହାନତା ଦେଖାଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ବାତ୍ୟା ଆସିବା ଆଗରୁ ବଦ୍ରକ ଜିଲ୍ଲାରେ ଡେରା ପକାଇ ରିଲିଫ, ଉଦ୍ଧାର ଓ ବାତ୍ୟା ମୁକାବିଲାର ତଦାରଖକରୁଥିବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ କାର୍ଯ୍ୟକୁ  ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ସୂର୍ଯ୍ୟବଂଶୀ ସୁରଜ ବିଧାୟକ ହେବା ପୂର୍ବରୁ ଯେମିତି ଲୋକଙ୍କ ପାଖରେ ପହଞ୍ଚି ସେବା କରୁଥିଲେ ବିଧାୟକ ହେବା ପରେ ଏହାକୁ ଆହୁରି ଜୋରଦାର କରିଛନ୍ତି।

ଏପରିକି ରାତି ଅଧରେ ବାତ୍ୟା ଆଶ୍ରୟ ସ୍ଥଳୀରେ ପହଞ୍ଚି ଲୋକମାନଙ୍କର ହାଲ ବୁଝିଥିଲେ ସୁରଜ। ବାତ୍ୟା ଖବର ଆସିବା ପରେ ୨୨ ତାରିଖରେ ଭଦ୍ରକରେ ପହଞ୍ଚିଥିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ସେହି ଦିନ ଭଦ୍ରକରେ ଜିଲ୍ଲା ପ୍ରଶାସନ ସହ ସମୀକ୍ଷା କରିଥିଲେ ସୁରଜ। ଏହାସହ ନିଜେ ପ୍ରତ୍ୟେକ ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚିଥିଲେ। ବାତ୍ୟା ଦାନା ରଚିଥିଲା ତାଣ୍ଡବ। ସୁନାର ଫସଲ ଫଳାଇଥିଲା ଚାଷୀ । , ପରିବାର ପ୍ରତିପୋଷଣ କରିବେ ବୋଲି ଆଖିରେ ଥିଲା ଅନେକ ସ୍ବପ୍ନ। ହେଲେ ସବୁ ଉଜାଡି ଦେଲା ବାତ୍ୟା ଦାନା। ବାତ୍ୟା ଦାନା ପ୍ରଭାବରେ ଏବେ ଭୂଇଁରେ ଲୋଟିଛି କଷ୍ଟ ଉପାର୍ଜିତ ଧାନ ଗଛ। ନିଜ ଚାଷ ଜମିରେ ଝାଳ ବୁହାଇ ଛିଡା କରିଥିବା ଧାନ ଚାଷ ଏବେ ସମ୍ପୂର୍ଣ୍ଣ ନଷ୍ଟ। ବାତ୍ୟା ଦାନା ଯିବା ପରେ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି ଚାନ୍ଦବାଲି ବ୍ଲକ ତଳିଆ ଅଂଚଳ ମାଧପୁର ପଂଚାୟତ କୃଷ୍ଣପୁର ଗାଁରେ । ଚାନ୍ଦବାଲି ବ୍ଲକରେ ଧାମରା 8 ପଂଚାୟତ ଓ ଚାନ୍ଦବାଲି ଏନ ଏ ସି ସମେତ ଅନ୍ୟ 29ପଂଚାୟତରେ ଧାନ ଚାଷ ବ୍ୟାପକ ଭାବେ ନଷ୍ଟ ହୋଇଛି। ଯାହାକୁ ନେଇ ଚିନ୍ତାରେ ଚାଷୀ କୂଳ।

ବାତ୍ୟା ପରେ ଏବେ ବନ୍ୟା ଚିନ୍ତା । ରେବ କପାଳି ନଦୀର ବନ୍ୟା ସ୍ଥିତି। ବନ୍ୟା ପାଣିରେ ଧାମନଗର ଅସୁରାଳି ଅଞ୍ଚଳର ଅନେକ ଗାଁ ବିଛିନ୍ନ। ଅସୁରାଳି ଅଞ୍ଚଳର ହେକ୍ଟର ହେକ୍ଟର ଧାନ ଚାଷ ଜମି ସହ ପରିବାର ଚାଷ ନଷ୍ଟ । କେବଳ ସେତିକି ନୁହେଁ ଭଦ୍ରକ ଜିଲ୍ଲାର ଅନେକ ଗାଁରେ ପାଣି ପଶି ସବୁକିଛି ଉଜାଡି ଦେଇଛି ବାତ୍ୟା। ବାତ୍ୟା ପୂର୍ବରୁ ଭଦ୍ରକରେ ଡେରା ପକାଇଥିବା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବନ୍ୟା ବେଳେ ମଧ୍ୟ ଗାଁ ଗାଁ ବୁଲି ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ଅସ୍ଥାୟୀ ଆଶ୍ରୟ ସ୍ଥଳୀ ଗୁଡିକରେ ପହଞ୍ଚି ଲୋକମାନଙ୍କର ଭଲ ମନ୍ଦ ବୁଝିଛନ୍ତି। ଲୋକମାନେ ଯେଉଁ ଖାଦ୍ୟ ଖାଉଛନ୍ତି ତାହାର ମାନ ନିଜେ ଖାଇ ଯାଞ୍ଚ କରିଛନ୍ତି। କେବଳ ସେତିକି ନୁହେଁ ରାତି ଅଧରେ ମଧ୍ୟ ଅଫିସର ମାନଙ୍କୁ ନେଇ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ଯେଉଁସବୁ ଜିନିଷ ନଷ୍ଟ ହୋଇଛି ତାହାର ତଦାରଖ କରିଛନ୍ତି ମନ୍ତ୍ରୀ। ମନ୍ତ୍ରୀଙ୍କର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Education Next Season 5
Sponsored
suryabanshi suraj served the people during the cyclone | Argus News