Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସଞ୍ଜୟ କୁମାର ଦାସଙ୍କୁ ହରାଇଲେ ସୂର୍ଯ୍ୟବଂଶୀ ସୁରଜ 

Manini Pattanayak
Browse all articles by Manini Pattanayak
·2 years ago
ସଞ୍ଜୟ କୁମାର ଦାସଙ୍କୁ ହରାଇଲେ ସୂର୍ଯ୍ୟବଂଶୀ ସୁରଜ 

ଭୁବନେଶ୍ୱର:  ଫୁଟିଲା ପଦ୍ମ।  ଓଡ଼ିଶାରେ ସରକାର ଗଢିବାକୁ ବିଜେପିକୁ ଆଉ ପାଦେ ବାକି। ଭାଙ୍ଗୁଛି ବିଜେଡିର ଏକଛତ୍ରବାଦର ଗଡ। ହାରୁଛନ୍ତି ବିଜଡିର ଟାଣୁଆ ଟାଣୁଆ ନେତା। କାମ କଲାନି ପାଣ୍ଡିଆନଙ୍କ ତାମିଲିଗିରି। ବର୍ତ୍ତମାନର ବଡ ଅପଡେଟ  ଧାମନଗରରୁ ବିଜୟ ଲାଭ କରିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ।

 ବିଜେଡିର ପ୍ରାର୍ଥୀ  ସଞ୍ଜୟ କୁମାର ଦାସଙ୍କୁ ହରାଇଛନ୍ତି  ସୂର୍ଯ୍ୟବଂଶୀ।  ୭୦୧୩ ଭୋଟରେ ସଞ୍ଜୟଙ୍କୁ ହରାଇଛନ୍ତି  ସୂର୍ଯ୍ୟବଂଶୀ ସୁରଜ।  ବିଜେପିର ମ୍ୟାଜିକ୍‌  ବିଜୟ ଉଡି ଉଡି ଆସୁଛି।  ଛତ୍ର ଭଙ୍ଗ ଦେଉଛନ୍ତି ବିଜେଡିର ଭ୍ରଷ୍ଟାଚାରି ନେତା। ମୂଳପୋଛ ହେଉଛନ୍ତି  ଅହଙ୍କାର ଶାସକ ଆଉ   ସରକାରରେ ଆଶ୍ରିତ ନେତା।  ଆଉ ମାତ୍ର କିଛି କ୍ଷଣକୁ  ଅପେକ୍ଷା  ପଦ୍ମତାର ପାଖୁଡା ମେଲି ପୁରା ଓଡ଼ିଶାକୁ ପ୍ରସ୍ଫୁଟିତ କରିବ। ଗଡିବ ବିଜେପି  ସରକାର।  
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Suryabanshi suraj won from Dhamnagar | Argus News