Videos
|
Odisha

ଐତିହାସିକ ଜଗନ୍ନାଥ ଦାସଙ୍କ ବହିରେ ରେଭେନସାଙ୍କ ଜୁଲମର କଳା କାହାଣୀ

Smruti Parija
Browse all articles by Smruti Parija
·2 years ago·2 min read
ଐତିହାସିକ ଜଗନ୍ନାଥ ଦାସଙ୍କ ବହିରେ ରେଭେନସାଙ୍କ ଜୁଲମର କଳା କାହାଣୀ

Key Points

  • ରେଭେନସା ନାଁ ପରିବର୍ତ୍ତନ ପ୍ରସଙ୍ଗରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ
  • ସୂର୍ଯ୍ୟବଂଶୀ ସୂରଜ କହିଲେ ସଭ୍ୟ ସମାଜ ତର୍ଜମା କରିବା ଦରକାର
  • କର୍ଣ୍ଣଟପ୍ୟାଲେସ ନାଁ କାହିଁକି ବଦଳିଲା ବୋଲି ପଚାରିଲେ ପ୍ରଶ୍ନ
  • ଟି.ଇ ରେଭେନସାଙ୍କୁ ଓଡ଼ିଶାର ଖଳନାୟକ ଭାବେ କରିଲେ ଚିତ୍ରଣ
  • ଐତିହାସିକ ଜଗନ୍ନାଥ ଦାସଙ୍କ ବହିରେ ରେଭେନସାଙ୍କ ଜୁଲମର କଳା କାହାଣୀ
  • ନ'ଅଙ୍କ ଦୁର୍ଭିକ୍ଷ କମିଶନଙ୍କ ରିପୋର୍ଟରେ ରେଭେନସାଙ୍କୁ ଦର୍ଶାଇଥିଲେ ଦୋଷୀ

ଅର୍ଗସ ବ୍ୟୁରୋ: ରେଭେନସା ନାଁ ପରିବର୍ତ୍ତନ ବିବାଦ ଭିତରେ ମୁହଁ ଖୋଲିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସଭ୍ୟ ସମାଜ ଏ ପ୍ରସଙ୍ଗରେ ତର୍ଜମା କରିବା ଦରକାର ବୋଲି କହିଛନ୍ତି ମନ୍ତ୍ରୀ। କନ୍ନଟ ପ୍ୟାଲେସର ନାଁ କାହିଁକି ପରିବର୍ତ୍ତନ ହେଲା, ରାଜ ପଥ କାହିଁକି କର୍ତ୍ତବ୍ୟ ପଥ ହେଲା ଏହା ଚିନ୍ତା କରିବା ଆବଶ୍ୟକ ବୋଲି କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ। 

ଏଥିସହ ଜଣେ ଅତ୍ୟାଚାରୀ ବ୍ରିଟିଶ୍ ପ୍ରଶାସକ ଭାବେ ଟି. ଇ ରେଭେନସା କିପରି ଓଡ଼ିଆଙ୍କୁ ଯାତନା ଦେଉଥିଲେ ଏବଂ ନଅଙ୍କ ଦୁର୍ଭିକ୍ଷ ବେଳେ ଓଡ଼ିଆ ଅନାହାରରେ ମରୁଥିବାବେଳେ ରେଭେନସା ସାହେବ କିପରି ୭୦ ଦିନିଆ ଟୁରର ବାହାରିଥିଲେ ତାହା ବର୍ଣ୍ଣନା କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ। 

ଐତିହାସିକ ଜଗନ୍ନାଥ ପ୍ରସାଦ ଦାସ ତାଙ୍କ ପୁସ୍ତକ ଦେଶ କାଳ ପାତ୍ରରେ ନଅଙ୍କ ଦୁର୍ଭିକ୍ଷର ଖଳନାୟକ ଭାବେ ଟି.ଇ ରେଭେନସାଙ୍କ ଭୂମିକାର କରିଛନ୍ତି ବର୍ଣ୍ଣନା। ବହିର ୧୫୦ ପୃଷ୍ଠାରେ ସେ ଲେଖିଛନ୍ତି ଦୁର୍ଭିକ୍ଷର କାରଣ ଅନୁସନ୍ଧାନ ପାଇଁ ଗଠିତ କମିଶନ ଯେଉଁ ଅଫିସରମାନଙ୍କର ଜମାନବନ୍ଦୀ ନେଇଥିଲେ ସେମାନେ ରେଭେନସାଙ୍କୁ ଦୁର୍ଭିକ୍ଷ ପରିସ୍ଥିତି ପାଇଁ ଦାୟୀ ମଣୁଥିଲେ। କାରଣ ଓଡ଼ିଶାରେ ପ୍ରଚୁର ଶସ୍ୟ ଅଛି ବୋଲି ଭାବି ରେଭେନସା ଚାଉଳ ମଗାଇବାକୁ ମନା କରିଥିଲେ।  ସେହିପରି ଦୁର୍ଭିକ୍ଷ କମିଶନ ତାଙ୍କ ରିପୋର୍ଟରେ ରେଭେନସା କମିଶନର ପଦ ପାଇଁ ଉପଯୁକ୍ତ ନୁହନ୍ତି ବୋଲି ଦର୍ଶାଇବା ସହ ତାଙ୍କୁ ଦୋଷୀ ବୋଲି ଲେଖିଥିଲେ। ଐତିହାସିକ ଜଗନ୍ନାଥ ଦାସ ତାଙ୍କ ପୁସ୍ତକରେ ଏହା ଲେଖିଛନ୍ତି। ଏହା ସ୍ପଷ୍ଟ କରୁଛି ରେଭେନସା ଓଡ଼ିଶା ପାଇଁ ଜଣେ ଖଳନାୟକ ଥିଲେ। ଏବେ ପ୍ରଶ୍ନ ଉଠୁଛି ଏଭଳି । 

ଅତ୍ୟାଚାରୀ ବ୍ରିଟିଶ୍ ଅଫିସରର ନାଁ ପରିବର୍ତ୍ତନକୁ କାହିଁକି ବିଜେଡି ସମେତ କିଛି ମୁଷ୍ଟିମେୟ ଛାତ୍ର ଓ ପୂରାତନ ଛାତ୍ର ବିରୋଧ କରୁଛନ୍ତି। ଲକ୍ଷ ଲକ୍ଷ ଓଡ଼ିଆଙ୍କ ମୃତ୍ୟୁ ପାଇଁ ଦୋଷୀ ଜଣେ ବିଦେଶୀ କିପରି କାହା ପାଇଁ ଗୌରବର ଅଧିକାରୀ ହୋଇପାରିବ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

suryabansi-suraj-reaction-about-name-change-suggestion-of-revenshaw-university | Argus News