Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମା' ଭଦ୍ରକାଳୀଙ୍କ ଆଶୀର୍ବାଦ ନେଲେ ସୂର୍ଯ୍ୟବଂଶୀ ସୁରଜ

Smruti Parija
Browse all articles by Smruti Parija
·2 years ago·1 min read
ମା' ଭଦ୍ରକାଳୀଙ୍କ ଆଶୀର୍ବାଦ ନେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ: ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କୁ ଦର୍ଶନ କଲେ ଯୁବ ଧାମନଗର ବିଧାୟକ ତଥା ରାଜ୍ୟର ଉଚ୍ଚ ଶିକ୍ଷା, ଯୁବ କ୍ରୀଡା ବ୍ୟାପାର ଓ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ମନ୍ତ୍ରୀ ଭଦ୍ରକରେ ପହଞ୍ଚିବା ପରେ ଜିଲ୍ଲାବାସୀ ଓ ବିଜେପି କର୍ମୀ ମାନଙ୍କ ତରଫରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ଏକ ଖୋଲା ଜିପ୍ ରେ ବିଶାଳ ଶୋଭାଯାତ୍ରାରେ ମାଆ ଭଦ୍ରକାଳୀ ପୀଠକୁ ଯାଇଥିଲେ । 

ସେଠାରେ ମାଆଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ଜିଲ୍ଲାର ଥିବା ସମସ୍ୟାକୁ ସମାଧାନ କରାଯିବ ବୋଲି କହିଛନ୍ତି । ନିର୍ବାଚନ ପୂର୍ବରୁ ଯାହା ସବୁ ପ୍ରତିଶୃତି ଦିଆଯାଇଥିଲା, ତାହା ସବୁ ପୂରଣ କରାଯିବ । ମାଆଙ୍କ ଆଶୀର୍ବାଦ ଲାଭ କରି ନିଜକୁ ଧନ୍ୟ ମନେ କରୁଛି । ଓଡିଶା ସରକାର ମୋ ଉପରେ ଯେଉଁ ଗୁରୁ ଦାୟିତ୍ୟ ମିଳିଛି ତାହାକୁ ଭଲ ଭାବରେ ତୁଲାଇବା ପାଇଁ ମାଆ ମୋତେ ଶକ୍ତି ପ୍ରଦାନ କରନ୍ତୁ ବୋଲି ଯୁବ ମନ୍ତ୍ରୀ କହିଛନ୍ତି । 

ଏହି ପରିପକ୍ଷେ ବୁନ୍ଦିଆ ଲଡ଼ୁକୁ ଜନସାଧାରଣଙ୍କୁ ବାଣ୍ଟି ଥିଲେ ଯୁବ ମନ୍ତ୍ରୀ । ସେହିପରି ଯୁବ ମନ୍ତ୍ରୀଙ୍କ ସହିତ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇ ମାଆ ଭଦ୍ରକାଳୀଙ୍କୁ ଦର୍ଶନ କରିଛନ୍ତି । ଆମ ଜିଲ୍ଲା ଯୁବ ମନ୍ତ୍ରୀଙ୍କ ପାଇଁ ଗର୍ବିତ ଭଦ୍ରକିଆ ହିସାବରେ ମୁଁ ଆଜି ବହୁତ ଖୁସି ଅଛି । ରାଜ୍ୟରେ ପରିବର୍ତ୍ତନ ହୋଇଛି, ବିଜେପି ସରକାର ହୋଇଛି । ଏଥର ବିକାଶ ନିଶ୍ଚିତ ବୋଲି ଭଦ୍ରକ ବିଧାୟକ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
Suryasulhi Suraj took-blessings-of Ma Bhadrakali | Argus News