ଭଟଲିରେ ସୁଶାନ୍ତ ସିଂଙ୍କ ଦାଦାଗିରି

ଭୁବନେଶ୍ୱର: ଭଟଲିରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଦାଦାଗିରି । ରାମାୟଣ ପରେ ମହାଭାରତ କରିବାକୁ ଚେତାବନୀ । ଭୋଟରଙ୍କୁ ଧମକ ଦେଉଛନ୍ତି ସୁଶାନ୍ତଙ୍କ ଗୁଣ୍ଡାବାହିନୀ । ନିରବଦ୍ରଷ୍ଟା ସାଜିଛି ପୋଲିସ । ବିଜେପି ସମର୍ଥକଙ୍କୁ ପୋଲିସ ଧମକାଉଥିବାର ସଙ୍ଗୀନ ଅଭିଯୋଗ । ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସିଇଓଙ୍କୁ ଅନୁରୋଧ ।
ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ଦାଦାଗିରି ସେତେ ବଢି ଚାଲିଛି । ବିଜେପି ସମର୍ଥକ ଓ କର୍ମୀଙ୍କୁ ଖୋଲାଖୋଲି ଧମକ ଦେଉଛନ୍ତି ସୁଶାନ୍ତଙ୍କ ଗୁଣ୍ଡାବାହିନୀ । ଆଉ ପୋଲିସ ସବୁ ଦେଖି ଆଖି ବୁଜି ଦେଇଥିବାର ସଙ୍ଗୀନ ଅଭିଯୋଗ ଆସିଛି ।
ସୁଶାନ୍ତଙ୍କ ସମର୍ଥକ ମାନେ ଏତେ ଉଗ୍ର ହୋଇଛନ୍ତି ଯେଉଁମାନେ ବିଜେପିକୁ ସମର୍ଥନ କରୁଛନ୍ତି ସେମାନଙ୍କୁ ଖୋଲାଖୋଲି ଧମକ ମଧ୍ୟ ଦିଆଯାଉଛି । ଅଭିଯୋଗ ଅନୁସାରେ ସୋହେଲା ଅଞ୍ଚଳରେ ବିଜେପିର ପାର୍ଟି ଅଫିସ ଖୋଲିଥିବା ବେଳେ ଯେଉଁମାନେ ଦଳରେ ସାମିଲ ହେଉଛନ୍ତି ସେମାନଙ୍କୁ ପୋଲିସ ଲଗାଇ ଧମକ ଚମକ ଦିଆଯାଉଥିବାର ଅଭିଯୋଗ ହୋଇଛି । ଦେଖନ୍ତୁ ଏହି ଭିଡିଓକୁ କେମିତି ବିଜେପି କର୍ମୀଙ୍କ ଘରେ ପୋଲିସ ପଶି ଯାଞ୍ଚ କରୁଛି । କେବଳ ଏତିକିରେ କଥା ରହିନାହିଁ, ବିଜେପି ପ୍ରଚାରରେ ଯେଉଁମାନେ ସାମିଲ ହେଉଛନ୍ତି ସେମାନଙ୍କୁ ଧମକ ଚମକ ଦିଆଯାଉଥିବାର ଅଭିଯୋଗ ଆସିଛି । ଭଟଲିରେ ଦିନକୁ ଦିନ ସୁଶାନ୍ତ ସିଂ ଓ ତାଙ୍କ ସମର୍ଥକଙ୍କ ଉତ୍ପାତ ବଢି ଚାଲିଥିବା ବେଳେ ପୋଲିସ ଚୁପ୍ ହୋଇ ବସିବା ଏବେ ସାଧାରଣରେ ଅନକେ ପ୍ରଶ୍ନ ସୃଷ୍ଟି କରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର