Subhamitra Murder Case / ଯାଜପୁର ବିଜେଡି ନେତାଙ୍କ ସୁରକ୍ଷାରେ ଥିଲେ ହତ୍ୟାକରୀ ଦୀପକ !

Key Points
ଶୁଭମିତ୍ରା ହତ୍ୟା ମାମଲାରେ ଗୃହ ରେ ତୁମ୍ଭି ତୋଫାନ
ମୂଲତବି ଆଲୋଚନା ବେଳେ ଶାସକ ବିରୋଧୀ ମୁଁହା ମୁଁହି
ଆଇନମନ୍ତ୍ରୀଙ୍କ ବୟାନ ବୀମା ଟଙ୍କା ହଡପ ପାଇଁ ପ୍ରଥମ ପତ୍ନୀଙ୍କୁ ହତ୍ୟା କରିଥିଲା ଦୀପକ
ଶୁଭମିତ୍ରା ହତ୍ୟାକୁ ନେଇ ଗୃହରେ ତମ୍ଭି ତୋଫାନ ବେଳେ ଆଇନମନ୍ତ୍ରୀ କଲେ ଚାଞ୍ଚଲ୍ୟକର ଖୁଲାସା । ୨୦୨୨ରେ ବୀମା ଟଙ୍କା ପାଇଁ ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କୁ ହତ୍ୟା କରିଥିଲା ଦୀପକ, ବିଜେଡି ସରକାରରେ କିଏ ଦେଇଥିଲା ସୁରକ୍ଷା । ବିଜେପି ବିଧାୟକଙ୍କ ପ୍ରଶ୍ନ, କେଉଁ ଯାଜପୁର ବିଜେଡି ନେତାଙ୍କ ସୁରକ୍ଷାରେ ଥିଲେ ଦୀପକ ।
ମହିଳା ଟ୍ରାଫିକ କାନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ମାମଲାରେ ବଡ଼ ଖୁଲାସା । 2022 ମସିହାରେ ବୀମା ଟଙ୍କା ହଡ଼ପ କରିବାକୁ ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କୁ ହତ୍ୟାକୁ କରିଥିଲା ଅଭିଯୁକ୍ତ ଦୀପକ ରାଉତ । ତଦନ୍ତ ସମୟରେ ଟ୍ରକ୍ ଧକ୍କାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । କିନ୍ତୁ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣା ଦିନ ଥିଲା ରାଉରକେଲାରେ । ଅପର୍ଣ୍ଣା ମୃତ୍ୟୁ ମାମଲାକୁ ପୋଲିସ ହତ୍ୟା ମାମଲା ଭାବେ ରି-ଓପନ କରି ତଦନ୍ତ ଚଳାଇଥିବା ବେଳେ ବିଧାନସଭାରେ ଏହି ତଥ୍ୟ ରଖି ବଡ଼ ଖିୁଲାସା କରିଛନ୍ତି ଆଇନ ମନ୍ତ୍ରୀ ।
ଏହାସହ ପଢ଼ନ୍ତୁ: ୯୯.୯୯ ପରସେଣ୍ଟାଇଲ ରଖିଥିଲେ, ତଥାପି ପରିବାର ଲୋକଙ୍କ ଚାପ ଆଗରେ ହାର ମାନିଲେ ଛାତ୍ର
📱 Get Argus News App
✨ବିଧାନସଭାରେ ଆଜି "ମହିଳା ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରାଙ୍କୁ ହତ୍ୟା, ଅପରାଧ ରାଜଧାନୀରେ, ଶବ ଜବତ ହେଲା ଘଟଗାଁରେ" ଶୀର୍ଷକରେ ହୋଇଥିଲା ସରଗରମ ଆଲୋଚନା । ଏତିକି ବେଳେ ଆଇନ ମନ୍ତ୍ରୀ କହିଛନ୍ତି ବିଜେପି ସରକାର ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ଦେଖାଇଛି । ପୋଲିସ ମାତ୍ର ୧୦ ଦିନରେ ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତଙ୍କ ସହ ଦୁଇ ସହଯୋଗୀଙ୍କୁ ଗିରଫ କରିଛି । ତେବେ ଦୀପକଙ୍କ ପ୍ରଥମ ପତ୍ନୀ ଅପର୍ଣ୍ଣା ମୃତ୍ୟୁ ମାମଲାକୁ ଦୁର୍ଘଟଣା ଜନିତ ମୃତ୍ୟୁ କହି ଫାଇଲ ବନ୍ଦ ହେବାକୁ ନେଇ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଆଇନ ମନ୍ତ୍ରୀ ।
ସେପଟେ ମୂଲତବି ପ୍ରସ୍ତାବ ବେଳେ ଶୁଭସ୍ମିତାଙ୍କ ହତ୍ୟାକୁ ନେଇ ମୁଁହାମୁଁହି ହୋଇଥିଲେ ଶାସକ ବିରୋଧୀ । ନିଖୋଜ ହେବାର ୧୧ ଦିନ ପରେ ଘଟଗାଁରୁ ଶୁଭମିତ୍ରା ଶବ ମାଟି ତଳୁ ମିଳିବା, ହତ୍ୟାକାରୀ ଜଣେ ପୋଲିସ କର୍ମଚାରୀ ହେବା ଓ ପୋଲିସ ପାର୍କିଂରେ କାର ଭିତରେ ଶବ ଥାଇ ବି ପୋଲିସ ଜାଣି ନପାରିବାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ ବିଜେଡି ବିଧାୟକ ।
ଏହାସହ ପଢ଼ନ୍ତୁ: ଜବରଦସ୍ତ ଝଟ୍କା ! ଭାରତୀୟ ନିୟମ ମାନିବାକୁ ବାଧ୍ୟ...
ତେବେ ୧୬ ବର୍ଷ ଧରି ବିନା ବଦଳିରେ ଅଭିଯୁକ୍ତ ଦୀପକ କିପରି ଗୋଟିଏ ସ୍ଥାନରେ ଥିଲା, କୋଉ ଗଳାବାଟ ଦେଇ 2009 ରେ କନେଷ୍ଟବଳ ଚାକିରି କରିଥିଲା ଓ କେଉଁ ଯାଜପୁର ବିଜେଡି ନେତାଙ୍କ ଛତ୍ର ଛାୟା ତଳେ ଥିଲେ ବୋଲି ପଚାରିଥିଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ ।
ସେପଟେ ଦୀପକ କେମିତି ନିଜ ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ କୋଟିଏ ଟଙ୍କା ବୀମା ରାଶି ହଡ଼ପ କରିଥିଲା ଓ ପିଏଫ ଓ ପେନସନ ଟଙ୍କା ହଡ଼ପ ପୂର୍ବରୁ ଧରାପଡ଼ିଥିଲା ତାର ଖୁଲାସା କରିଛନ୍ତି ଅପର୍ଣାଙ୍କ ଭଉଣୀ ।
ବିଧାନସଭା ଆରମ୍ଭରୁ ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ ପ୍ରଶ୍ନ କାଳ ଅଧାରୁ ଅଚଳ କରିଥିଲା କଂଗ୍ରେସ । ପରେ ଶୂନ୍ୟ କାଳରେ ଶୁଭମିତ୍ରା ହତ୍ୟା ମାମଲା ଉଠାଇ ଥିଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଷ । ତେବେ ମୂଳତବି ଆଲୋଚନା ଶୁଭମିତ୍ରା ହତ୍ୟା ମାମଲାରେ ବିଧାନସଭାରେ ଆଇନ ମନ୍ତ୍ରୀଙ୍କ ଖୁଲାସା ଏବେ ମାମଲାକୁ ନୂଆ ମୋଡ଼ ଦେଇଛି ।
Related Topics
Explore more stories