Soumya Murder Case / ବଢିଲା ନିଲମ୍ବିତ ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କ ଅଡୁଆ

Key Points
ବଢିଲା ନିଲମ୍ବିତ ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କ ଅଡୁଆ
୮ ଜିଆରପି କନଷ୍ଟେବଲଙ୍କୁ ଘରେ ଖଟାଉଥିଲେ ଗଙ୍ଗୱାର
କ୍ରାଇମବ୍ରାଞ୍ଚ ତଦନ୍ତ ପରିସରକୁ ଆସିପାରନ୍ତି ଏଡିଜି
ପରିବାରର ଦାବି ନିଲମ୍ବନ ନୁହେଁ ବହିଷ୍କାର
ଭୁବନେଶ୍ଵର ବାଲିଅନ୍ତାରେ କନଷ୍ଟେବଳ ସୌମ୍ୟ ହତ୍ୟା ପଛରେ ବଡ଼ ଷଡଯନ୍ତ୍ର କି...ବଢ଼ିଲା ନିଲମ୍ବିତ ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କ ଅଡୁଆ । ୮ ଜିଆରପି କନଷ୍ଟେବଲଙ୍କୁ ଘରେ ଖଟାଉଥିଲେ ଗଙ୍ଗୱାର । କ୍ରାଇମବ୍ରାଞ୍ଚ ତଦନ୍ତ ପରିସରକୁ ଆସିପାରନ୍ତି ଏଡିଜି । ପରିବାରର ଦାବି, ନିଲମ୍ବନ ନୁହେଁ କରାଯାଉ ବହିଷ୍କାର ।
ବାଲିଅନ୍ତା ଭିଡ଼ ହିଂସା ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ସରକାର ବଡ଼ ଆକ୍ସନ ନେଇଛନ୍ତି । ବିବାଦରେ ଥିବା ବରିଷ୍ଠ IPS ଦୟାଲ ଗଙ୍ଗୱାର ଙ୍କୁ ସସପେଣ୍ଡ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଆଦେଶ ଅନୁସାରେ ୧୯୯୮ ବ୍ୟାଚର IPS ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଗୁରୁତର ଅନୁଶାସନହୀନତା ଅଭିଯୋଗ ଆସିଥିଲା ।
ପୂର୍ବରୁ ADGP Railway ଏବଂ Coastal Security ପଦରେ ଥିବା ବେଳେ ସେ ଅନୁମତି ବିନା ୮ ଜଣ GRP କର୍ମଚାରୀଙ୍କୁ ନିଜ ଘରେ କାମରେ ଲଗାଇଥିବା ନେଇ DGP ଗୋପନୀୟ ରିପୋର୍ଟ ଦେଇଥିଲେ । ଏହି ରିପୋର୍ଟ ଆଧାରରେ ରାଜ୍ୟ ସରକାର All India Services Conduct Rules ଅନୁଯାୟୀ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ରାଜଧାନୀରୁ ରାୟଗଡ଼ା... କାହିଁକି ହିଂସ୍ର ପାଲଟି ଯାଉଛି ମଣିଷ ?
ସେହି ପରିପ୍ରେକ୍ଷୀରେ ତାଙ୍କୁ ତୁରନ୍ତ ପ୍ରଭାବରୁ ସସ୍ପେଣ୍ଡ କରାଯାଇଛି । କିନ୍ତୁ ଏଭଳି କାର୍ଯ୍ୟାନୁଷ୍ଠାନରେ ଖୁସି ନଥିବା କହିଛନ୍ତି ପରିବାର ଲୋକେ । ସୌମ୍ୟଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ପରିବାର ଅଭିଯୋଗ କରିଛନ୍ତି । IPS ଦୟାଲ ଗଙ୍ଗୱାର ଷଡଯନ୍ତ୍ର କରି ପୁଅକୁ ହତ୍ୟା କରିଛନ୍ତି । ବକେୟା ଟଙ୍କା ମାଗିବାରୁ ପୁଅକୁ ADG ବିଭିନ୍ନ ସମୟରେ ମାନସିକ ନିର୍ଯ୍ୟାତନା ଦେଉଥିଲେ । ତେଣୁ ଓମ ଜରିଆରେ ରାସ୍ତାରୁ ହଟେଇ ଦେଇଥିବା ଅଭିଯୋଗ କରିଛନ୍ତି ସୌମ୍ୟଙ୍କ ମା । ADG ଙ୍କୁ ବହିଷ୍କାର କରି ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସୌମ୍ୟ ଙ୍କ ମା କହିଛନ୍ତି ।
ସୌମ୍ୟଙ୍କ ପରିବାର କହିଛନ୍ତି, ସୌମ୍ୟ ଚାକିରି କରିବା ପରେ ନିତିଦିନ ADG ଙ୍କ ଘରକୁ ଯାଇଥିଲା । ସେଠି ତାଙ୍କୁ ମସାଜ କରୁଥିଲା । ତାଙ୍କ ପୁଅ ମାନଙ୍କର ମଧ୍ୟ ଘସାମୋଡା କରୁଥିଲା । ପୁଅ ସବୁବେଳେ ମାନସିକ ଅଶାନ୍ତିରେ ଥିଲା । ଡ୍ୟୁଟି କରିବା ପରିବର୍ତ୍ତେ ଏସବୁ କାମ କରୁଥିବାରୁ ସେ ମାନସିକ ଅବସାଦରେ ରହୁଥିଲା । ବାଧ୍ୟ ବଧକତାରେ ADG ଙ୍କ ପାଖରେ କାମ କରୁଥିଲା । ତେଣୁ ଏସବୁକୁ ନେଇ କ୍ରାଇମବ୍ରାଞ୍ଚ ଠିକ ତଦନ୍ତ କରୁ ।
ମେ ୭ତାରିଖ GRP କନେଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ଙ୍କୁ ବାଲିଅନ୍ତା କାଜ ବ୍ରିଜ ପାଖରେ ପିଟି ପିଟି ହତ୍ୟା କରିଥିଲେ । ଘଟଣାରେ ଏବେସୁଦ୍ଧା ୧୮ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଘଟଣା ସହ ଜଡିତ ଆଉ କିଛି ଜଣ ଫେରାର ଅଛନ୍ତି । ସେପଟେ ADGଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ ଛିଡ଼ା ହେଉଥିବା ବେଳେ ସୌମ୍ୟ ହତ୍ୟା ପଛରେ ପ୍ରକୃତ ଷଡ଼ଯନ୍ତ୍ରକାରୀ କେବେ ଧରାପଡୁଛି ତାକୁ ହିଁ ଅପେକ୍ଷା ।
📱 Get Argus News App
✨Related Topics
Explore more stories
