Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି-ବିଜେପି ମେଣ୍ଟ ନେଇ ସସପେନ୍ସ ଜାରି

Odisha

ବିଜେଡି-ବିଜେପି ମେଣ୍ଟ ନେଇ ସସପେନ୍ସ ଜାରି

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବିଜେଡି-ବିଜେପି ମେଣ୍ଟ ନେଇ ସସପେନ୍ସ ଜାରି

ଅର୍ଗସ ବ୍ୟୁରୋ: କେବେ ହଁ କେବେ ନାଁ, କାହା ମୁହଁରେ ପଜିଟିଭ୍ ଆଉ କାହା ମୁହଁରେ ନିଗେଟିଭ୍। ଏମିତି 5 ଦିନ ବିତିଲାଣି। କିନ୍ତୁ ଛିଡୁନି ଅଙ୍କ। ଦୂର ହେଉନି ଦ୍ବନ୍ଦ୍ବ। ବିଜେଡି-ବିଜେପି ମେଣ୍ଟକୁ ନେଇ ଏବେ ବି ଲାଗି ରହିଛି ସସପେନ୍ସ । ଦ୍ଵନ୍ଦ୍ବରେ ଉଭୟ ଦଳର ନେତା ଓ କର୍ମୀ। ବିଜେପିର ରାଜ୍ୟ ସଭାପତି, ନିର୍ବାଚନ ପ୍ରାଭାରୀଙ୍କ ପରେ ଆଜି ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ନିର୍ବାଚନ ସହ ପ୍ରଭାରୀ ଲତା ଉସେନ୍ଦି। ସିଧାସଳଖ ମେଣ୍ଟ ଆଲୋଚନାକୁ ଖଣ୍ଡନ କରିଛନ୍ତି । କହିଛନ୍ତି ଦିଲ୍ଲୀ ବୈଠକରେ କେବଳ ନିର୍ବାଚନ ଲଢ଼ିବା ନେଇ ହୋଇଥିଲା ଆଲୋଚନା । ଅନ୍ୟପଟେ ଶନିବାର ସଂଧ୍ୟାରେ ବିଜେଡ଼ି ସୁପ୍ରିମୋ ନବୀନ ପାଣ୍ଡିଆନଙ୍କର ଏହି ଇନଷ୍ଟା ରିଲ୍ସ ବଢ଼ାଇ ଦେଇଛି ମେଣ୍ଟ ଦ୍ବନ୍ଦ୍ବ।

ରାଜନୀତିରେ ମିଛ ଆଉ ଗୁଜବ ଖରାପ ବୋଲି କହିଲେ ବିଜେଡି ସୁପ୍ରିମୋ। ନବୀନ ଓ ପାଣ୍ଡିଆନଙ୍କ ଏ ଭିଡିଓ ବାର୍ତ୍ତା ଏମିତି ସମୟରେ ଆସିଛି ଯେତେବେଳେ ଜୋରଦାର ଚାଲିଛି ମେଣ୍ଟ ଚର୍ଚ୍ଚା। କୁହାଯାଉଛି ମେଣ୍ଟ ଆଡ଼କୁ ଇଙ୍ଗିତ କରି ଗୁଜବ ଓ ମିଛ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କଲେନାହିଁ କିଏ କହୁଛି ମିଛ ଆଉ କିଏ କରୁଛି ଗୁଜବ ପ୍ରଚାର। ପ୍ରଶ୍ନ ହେଲା ମେଣ୍ଟ ନେଇ ନିଜ ଦଳର ନେତା ଓ କର୍ମୀଙ୍କ ଭିତରେ ଦ୍ଵନ୍ଦ୍ବ ଲାଗି ରହିଥିବା ବେଳେ କାହିଁକି ସ୍ପଷ୍ଟ କରୁ ନାହାନ୍ତି ନବୀନ ।  ମେଣ୍ଟ ନେଇ ବିଜେଡି-ବିଜେପି ଭିତରେ ଆଲୋଚନା ଚାଲିଛି ନା ନାହିଁ କାହିଁକି ଦ୍ବନ୍ଦ୍ବ ଦୂର କରୁନାହାନ୍ତି । ବିଜେପି ନେତୃତ୍ବ ଏକାକୀ ଲଢ଼ିବେ ବୋଲି ଦୃଢ଼ୋକ୍ତି କରୁଥିବାବେଳେ ନବୀନ ସେମିତି କିଛି କହିନାହାନ୍ତି। ପ୍ରଶ୍ନ ହେଲା ବିଜେଡି ପାଖରେ ରହିଛି କି କିଛି ବାଧ୍ୟ ବାଧ୍ୟକତା । ଆଉ ଏ ନେଇ ବିଜେଡି ନେତା କହୁଛନ୍ତି ସୁପ୍ରିମୋଙ୍କ ନିଷ୍ପତ୍ତି ଚୂଡ଼ାନ୍ତ।

ପ୍ରକୃତରେ ମେଣ୍ଟ ପାଇଁ କସରତ ଚାଲିଛି ନା ଏହା ଗୁଜବ। ତାକୁ ନେଇ ଏବେ ବି ସସପେନ୍ସ।  କେଉଁଠି ରହିଛି ଅସୁବିଧା। ତୁଟୁନି କେଉଁ ଗଣିତ । ଛିଣ୍ଡୁନି କି ଆସନ ଭାଗ ବଣ୍ଟା। ନା ଶୀର୍ଷ ନେତୃତ୍ବଙ୍କ ସହମତିରେ ସହମତ ହେଇପାରୁ ନାହାଁନ୍ତି ଗ୍ରାଉଣ୍ଡ ନେତୃତ୍ୱ । ୟା ଭିତରେ ପୁଣି ଥରେ ଗଣମାଧ୍ୟମକୁ ସାମ୍ନା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। କହିଛନ୍ତି କୌଣସି ବୈଠକ ସ୍ଥିର ହୋଇନାହିଁ। ଦିଲ୍ଲୀରୁ ଡାକରା ଆସିଲେ ଯିବ ବିଜେପି ଟିମ୍। କଣ ଆଲୋଚନା ହେବ ନିଷ୍ପତ୍ତି ନେବେ ଶୀର୍ଷ ନେତୃତ୍ବ। । ମୁଖ୍ୟମନ୍ତ୍ରୀଙ୍କ 'ଗୁଜବ ଓ ମିଛ' ମନ୍ତବ୍ୟ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି ମନମୋହନ। କହିଛନ୍ତି ଜନତା ହିଁ ବିଚାରପତି, ସେମାନେ ହିଁ ନେବେ ନିଷ୍ପତ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୫ ଦିନ ହେଲା ୨ ଦଳର ନେତା ଓ କର୍ମୀଙ୍କୁ ନିଦ ନାହିଁ। କେହି କିଛି ବି କହି ପାରୁ ନାହାଁନ୍ତି।   ଏହା ଭିତରେ ୧୪ ତାରିଖରେ ଏନଡିଏ ବୈଠକ ଉପରେ ନଜର ରହିଛି। ଚର୍ଚ୍ଚା ହେଉଛି ତା ପୂର୍ବରୁ ଆସିପାରେ ସ୍ପଷ୍ଟ ଚିତ୍ର।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus Whatsapp Channel Mobile Top
Sponsored
Suspense continues over BJP-BJd alliance | Argus News