Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସିଂହଦ୍ବାର ଥାନାରେ ଏତଲା ଦେଲେ ଶ୍ରୀମନ୍ଦିର ସେବାୟତ 

Manini Pattanayak
Browse all articles by Manini Pattanayak
·2 years ago·1 min read
ସିଂହଦ୍ବାର ଥାନାରେ ଏତଲା ଦେଲେ ଶ୍ରୀମନ୍ଦିର ସେବାୟତ 

ପୁରୀ: IAS ବାବା ନାମକ ଆପ ନାମରେ ସାଙ୍ଘାତିକ ଅଭିଯୋଗ । ସିଂହଦ୍ବାର ଥାନାରେ ଏତଲା ଦେଲେ ଶ୍ରୀମନ୍ଦିର ସେବାୟତ । ଏହି ଆପରେ ମହାପ୍ରଭୁଙ୍କ ଅପପ୍ରଚାର ହେବା ସହ ପୁରୀର ନାମକୁ ଅପଭ୍ରଂଶ କରାଯାଇଥିବାର ଅଭିଯୋଗ ହୋଇଛି । ମୋହନ କୁମାର ଓ ଅଫତାବ ଅଲି ନାମକ ଦୁଇ ଜଣ ବ୍ୟକ୍ତି ଏହି ଆପକୁ ଖୋଲି ୟୁପିଏସସି ପ୍ରସ୍ତୁତି ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଉଛନ୍ତି । ସେହି ଆପରେ ଆଇଏଏସ୍ ଅଫିସରଙ୍କୁ ତିଆରି କରୁଛନ୍ତି ।

ହେଲେ ଏହି ଆପରେ ପୁରୀ ଜଗନ୍ନାଥ ବଦଳରେ ପୁରୋ ଜଗନ୍ନାଥ ଲେଖାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ସେହିପରି ଅନ୍ୟ କୌଣସି ଦେବାଳୟର ଫଟୋକୁ ଏହାର ୱେବ୍ ପେଜରେ ସ୍ଥାନ ଦେଇ ଜଗନ୍ନାଥ ମନ୍ଦିର ବୋଲି ଦର୍ଶାଯାଇଛି । ପୁରୀ ଜଗନ୍ନାଥ ମନ୍ଦିରକୁ ବିଶ୍ବ ଦରବାରରେ ସମସ୍ତେ ଜାଣନ୍ତି । ମହାପ୍ରଭୁଙ୍କ ନାଁ ନେଇ ଏହିଭଳି ଅପପ୍ରଚାର ସନାତନ ଧର୍ମ ପ୍ରତି କୁଠାରଘାତ ବୋଲି କହିଛନ୍ତି ସେବାୟତ ଶମ୍ଭୁନାଥ ଖୁଣ୍ଟିଆ । ମହାପ୍ରଭୁଙ୍କୁ ନେଇ ଏହିଭଳି ବ୍ୟବସାୟୀ କରୁଥିବା ବ୍ୟକ୍ତିଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଉକ୍ତ ଆପକୁ ବନ୍ଦ କରାଯାଉ ବୋଲି ଶ୍ରୀ ମନ୍ଦିର ଛାମୁ ଖୁଣ୍ଟିୟା ସେବାୟତ ଶ୍ରୀଯୁକ୍ତ ସୋମନାଥ ଖୁଣ୍ଟିଆ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Suspenseful allegations in the name of IAS Baba App | Argus News