Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦାମଙ୍କ ଉପରୁ ହଟିଲା ବହିଷ୍କାର

Odisha

ଦାମଙ୍କ ଉପରୁ ହଟିଲା ବହିଷ୍କାର

Swayangprajna Mishra
Browse all articles by Swayangprajna Mishra
·2 years ago
ଦାମଙ୍କ ଉପରୁ ହଟିଲା ବହିଷ୍କାର

ଅର୍ଗସ ବ୍ୟୁରୋ : ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ଉପରୁ ହଟିଲା ନିଲମ୍ବନ । ନିଲମ୍ବନ ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ବିଜେଡି ସୁପ୍ରିମୋଙ୍କ ଦସ୍ତଖତ ଥିବା ଦେଖିବାକୁ ମିଳିଛି । ତେବେ ସୂଚନା ମୁତାବକ ୨୦୧୮ରେ ବିଜେଡିରୁ ନିଲମ୍ବନ ହୋଇଥିଲେ ଦାମୋଦର । ବ୍ରାହ୍ମଣ ବିବାଦକୁ ନେଇ ହରାଇଥିଲେ ମନ୍ତ୍ରୀପଦ । 2019ରେ ବିଜେପିରୁ ଟିକେଟ ପାଇ ଲଢି ନିର୍ବାଚନ ହାରିଥିଲେ ।  

 ଅଧିକ ପଢନ୍ତୁ : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମ ରାଉତ ଅସୁସ୍ଥ

ଗତ କିଛିଦିନ ଧରି ଅସୁସ୍ଥତା କାରଣରୁ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଦାମୋଦର ରାଉତ । ରାଜନୀତିରୁ ମଧ୍ୟ ଏକଦମ ଦୂରେଇ ଯାଇଥିଲେ ଦାମୋଦର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Suspension removed from Damodar Raut | Argus News