Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତୀର୍ଥଯାତ୍ରା ଯିବା ପୂର୍ବରୁ ଗାଇଡଙ୍କ ସନ୍ଦେହ ଜନକ ମୃତ୍ୟୁ

Smruti Parija
Browse all articles by Smruti Parija
·2 years ago·1 min read
ତୀର୍ଥଯାତ୍ରା ଯିବା ପୂର୍ବରୁ ଗାଇଡଙ୍କ ସନ୍ଦେହ ଜନକ ମୃତ୍ୟୁ

ରାୟଗଡା:  ଗାଇଡଙ୍କ ସନ୍ଦେହଜନକ ମୃତ୍ୟୁ । ବରିଷ୍ଠ ନାଗରିକଙ୍କୁ ନେଇ ତୀର୍ଥ ଯାତ୍ରାରେ ଯାଇଥାନ୍ତେ ଗାଇଡ । ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡାରେ । ମୃତ ଗାଇଡ ହେଲେ ଅଟଳବିହାରି ହୋତା । ସେ ନବରଙ୍ଗପୁର ଜିଲ୍ଲା ସାନମୁଶି ଗାଁର ଉଚ୍ଚ ବିଦ୍ୟାଳୟରେ କ୍ରୀଡା ଶିକ୍ଷକ ଥିଲେ।

ତୀର୍ଥ ଯାତ୍ରୀ ମାନେ ଆଜି ସ୍ବତନ୍ତ୍ର ଟ୍ରେନ ଯୋଗେ ନାସିକ ଯାଇଥାନ୍ତେ । ନବରଙ୍ଗପୁର ଜିଲ୍ଲାରୁ ୧୪୬ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ୬ ଜଣ ଗାଇଡ ଗତକାଲି ଆସି ପୌର ପରିଷଦ ଅଞ୍ଚଳ ରାନିଗୁଡ଼ା ବିଜୁ କଲ୍ୟାଣୀ ମଣ୍ଡପରେ ରାତି ଯାପନ କରିଥଲେ । 

ସୂଚନା ଅନୁସାରେ, ମୃତ ଗାଇଡ ଜଣକ ହୃଦରୋଗରେ ପୀଡିତ ଥିଲେ । ହେଲେ ତା ପରେ ମଧ୍ୟ କିପରି ତାଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ତାକୁ ନେଇ ଉଠିଛି ପ୍ରଶ୍ନ । ପ୍ରଶାସନର ଅବହେଳାରୁ ଚାଲିଗଲା ଶିକ୍ଷକଙ୍କ ଜୀବନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାତିରେ ଅଟଲଙ୍କ ସ୍ଵlସ୍ଥ୍ୟଅବସ୍ଥା ବିଗିଡିବା କାରଣରୁ ସେ ଠିକ ଭାବେ ଶୋଇ ପାରି ନଥିଲେ । ରହୁଥିବା ସ୍ଥାନରୁ ଖୋଲା ସ୍ଥାନକୁ ଆସିବା ନିମନ୍ତେ ଯିବା ସମୟରେ ସୀଢୀରୁ ଖସି ମୃତ୍ୟୁବରଣ କରିଥିବା ନେଇ ପରିବାରବର୍ଗ ସୂଚନା ଦେଇଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Suspicious death of guide before leaving for pilgrimage-at-rayagada | Argus News