Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ

Odisha

ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ

Ritu Das
Browse all articles by Ritu Das
·2 years ago
ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ

ଅର୍ଗସ ବ୍ୟୁରୋ: ବାଲେଶ୍ଵର ଜିଲ୍ଲା ଖଇରା ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ମଇଁସାମୁଣ୍ଡା ଗାଁର ଦୀପକ ବେହେରାଙ୍କ  ଗର୍ଭବତୀ ପତ୍ନୀ ସସ୍ମିତାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସସ୍ମିତାଙ୍କୁ ଶ୍ବଶୁର ଘର ଲୋକେ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଲେ ବାପଘର ଲୋକେ। 

ସସ୍ମିତା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଶ୍ବଶୁର ଘର ଲୋକେ କହିଥିବା ବେଳେ ସ୍ୱାମୀ ଦୀପକଙ୍କୁ ଖଇରା ପୋଲିସ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।ଘଟଣା ସ୍ଥଳରେ ସାଇଣ୍ଟଫିକ ଟିମ ପହଞ୍ଚି ତଦନ୍ତ କରିବା ସହିତ ଶବ ବ୍ୟବଛେଦ ପାଇଁ ପଠାଇଛି। ମୃତ ସସ୍ମିତା ଖଇରା ଥାନା ସାରୁଗାଁ ପଞ୍ଚାୟତ ମିଟୁଆଣି ଗାଁର କୈଳାସ ସାହୁଙ୍କ ଝିଅ ହୋଇଥିବା ବେଳେ ସେ ୬ବର୍ଷ ତଳେ ମଇଁସାମୁଣ୍ଡା ଗାଁର ଭରତ ବେହେରାଙ୍କ ପୁଅ ଦୀପକ ବେହେରାଙ୍କୁ ବିବାହ କରିଥିଲେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Suspicious death | Argus News