Odisha News / SVM କଲେଜରେ ଉତ୍ତେଜନା; କ୍ୟାଣ୍ଟିନ୍ ଖାଦ୍ୟକୁ ନେଇ ଅଧ୍ୟାପକଙ୍କୁ ତାଲା ପକାଇଲେ ଛାତ୍ରଛାତ୍ରୀ
·35 mins ago·2 min read

Key Points
କଲେଜର ହଷ୍ଟେଲ କ୍ୟାଣ୍ଟିନରେ ନିମ୍ନମାନର ଖାଦ୍ୟ ଓ ବାଧ୍ୟତାମୂଳକ ମାସିକ ଟଙ୍କା ଆଦାୟକୁ ନେଇ ତେଜିଛି ଅସନ୍ତୋଷ । ଦୀର୍ଘଦିନ ଧରି କ୍ୟାଣ୍ଟିନରେ ଖାଦ୍ୟର ମାନକୁ ନେଇ ଅଭିଯୋଗ କରି ଆସୁଛନ୍ତି ଛାତ୍ରୀ ।
ଜଗତସିଂହପୁର: ଦେଉଛନ୍ତି ଖରାପ ଖାଦ୍ୟ । ନେଉଛନ୍ତି ମୋଟା ଅଙ୍କର ଟଙ୍କା । ନିମ୍ନମାନର ଖାଦ୍ୟ ଦେଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଯାହାକୁ ନେଇ ଜଗତସିଂହପୁର SVM କଲେଜରେ ଉତ୍ତେଜନା ପ୍ରକାଶ ପାଇଛି ।
କଲେଜର ହଷ୍ଟେଲ କ୍ୟାଣ୍ଟିନରେ ନିମ୍ନମାନର ଖାଦ୍ୟ ଓ ବାଧ୍ୟତାମୂଳକ ମାସିକ ଟଙ୍କା ଆଦାୟକୁ ନେଇ ତେଜିଛି ଅସନ୍ତୋଷ । ଦୀର୍ଘଦିନ ଧରି କ୍ୟାଣ୍ଟିନରେ ଖାଦ୍ୟର ମାନକୁ ନେଇ ଅଭିଯୋଗ କରି ଆସୁଛନ୍ତି ଛାତ୍ରୀ । ଏପରିକି ମାତ୍ର ଦଶ ଦିନ କ୍ୟାଣ୍ଟିନରେ ଖାଇଲେ ପୂରା ମାସକର ଟଙ୍କା ଦେବାକୁ ପଡୁଥିବା ଅଭିଯୋଗ କରିଛନ୍ତି ହଷ୍ଟେଲ ଛାତ୍ରୀ ।
ଏନେଇ ଅଭିଯୋଗ କଲେ ମଧ୍ୟ ସମାଧାନ ବଦଳରେ ଧମକ ମିଳୁଛି । "ଇଛା ହେଲେ ରୁହ ନହେଲେ ହଷ୍ଟେଲ ଛାଡ଼" ବୋଲି ୱାର୍ଡେନ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଛାତ୍ରୀ । ଏହି ସମସ୍ୟାକୁ ନେଇ ଏବିଭିପି ପକ୍ଷରୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପ୍ରତିକାର ନହେବାରୁ ଆଜି ଶତାଧିକ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ଅଧ୍ୟାପକଙ୍କୁ ତାଲା ପକାଇ ପ୍ରତିବାଦ କରିଛନ୍ତି । ଖବର ପାଇ ଜଗତସିଂହପୁର ସଦର ଥାନା ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି । ଅନ୍ୟପଟେ ସମସ୍ୟାର ଖୁବଶୀଘ୍ର ସମାଧାନ ସହ ଆଗକୁ ବାଧ୍ୟତାମୂଳକ ଖାଦ୍ୟ ବ୍ୟବସ୍ଥା ହଟାଇବା ଏବଂ ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟକର ଓ ଉନ୍ନତମାନର ଖାଦ୍ୟ ଯୋଗାଇବାକୁ କଲେଜ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଅଧିକାରୀଙ୍କୁ ଶନିବାର-ରବିବାର କାମରେ ରହିବାକୁ ନିର୍ଦ୍ଦେଶ; ମାଡ଼ି ଆସୁଛି ବାତ୍ୟା
ଆନ୍ଦୋଳନରତ ଛାତ୍ରୀ ସୁନୀତା ସାମଲ କହିଛନ୍ତି, "ଖାଦ୍ୟକୁ ନେଇ ଅଭିଯୋଗ ଗଲେ ୱାର୍ଡେନ ହଷ୍ଟେଲ ବାହାରି ଯିବାକୁ କହୁଛନ୍ତି । ଆମେ ମାଗଣା ରହୁନୁ, ରହିବା ପାଇଁ ଟଙ୍କା ଦେଉଛୁ । ଖାଇଲେ, ନଖାଇଲେ ବି ମାସିକ ଟଙ୍କା ଦେବାକୁ ପଡ଼ୁଛି । ଖାଦ୍ୟର ମାନ ଠିକ୍ ନାହିଁ । ଖାଦ୍ୟରୁ ପୋକ ବାହାରିଲେ ତାହାକୁ ପୋଡ଼ା ପିଆଜ ବୋଲି କହୁଛନ୍ତି ।"
କଲେଜର ଛାତ୍ର ସଂସଦର ସଭାପତି ଶାଶ୍ଵତୀ ସୌମ୍ୟ ସ୍ଵାଇଁ କହିଛନ୍ତି, "କଲେଜ ହଷ୍ଟେଲର ବଡ଼ ଅସୁବିଧା ଥିଲା କ୍ୟାଣ୍ଟିନରେ ନିମ୍ନମାନର ଖାଦ୍ୟ ଦିଆ ଯାଉଥିଲା । ୫ ଦିନ ଖାଇଲେ ବି ମାସକର ଟଙ୍କା ଦେବାକୁ ପଡ଼ୁଥିଲା । ବାରମ୍ବାର ଅଭିଯୋଗ କରି ଆସୁଥିଲୁ, ନ ଶୁଣିବାରୁ ପ୍ରତିବାଦ କରିବା ପରେ କଥା ଶୁଣିଲେ । ବାଧ୍ୟତାମୂଳକ ମିଲ୍ ହଟାଇବାକୁ କର୍ତ୍ତୃପକ୍ଷ ରାଜି ହୋଇଛନ୍ତି ।"