Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

swaad odisha Season 2: ଅମୃତା ପାଣିଗ୍ରାହୀ ହେଲେ ବିଜୟୀ 

Banajyotshna Ray
Browse all articles by Banajyotshna Ray
·1 year ago·1 min read
swaad odisha Season 2: ଅମୃତା ପାଣିଗ୍ରାହୀ ହେଲେ ବିଜୟୀ 

ଅର୍ଗସ ବ୍ୟୁରୋ: swaad odisha Season 2  । ଓଡିଶାର ପ୍ରଥମ କୁକିଙ୍ଗ ରିଆଲିଟି ସୋ। ଓଡିଶାର କୋଣ ଅନୁକୋଣରୁ ଆସିଥିଲେ ଅନେକ ପ୍ରତିଯୋଗୀ। ସେମାନଙ୍କ ଭିତରୁ ଜଣେ ବିଜୟୀ ହୋଇଛନ୍ତି। ଓଡିଶା ପାଇଛି ପ୍ରଥମ ସୁପର ସେଫ୍‌। ପ୍ରତ୍ୟେକ ରବିବାର ରାତି 9 ଟା 30 ରେ ଏହି କାର୍ଯ୍ୟକ୍ରମର ପ୍ରସାରଣ ହେଉଥିଲା। ଅନେକ ଲୋକ ଏହାକୁ ଦେଖି ଖୁସି ହେଉଥିଲେ। ଏବଂ ଘରେ ନୂଆ ନୂଆ ଡିସ ତିଆରି କରି ପରିବାର ଲୋକଙ୍କୁ ଖୁଆଉଥିଲେ। ଶେଷରେ ଏହି କାର୍ଯ୍ୟକ୍ରମ ସରିଛି। swaad odisha Season 2ର ବିଜୟୀ ହୋଇଛନ୍ତି ଅମୃତା ପାଣିଗ୍ରାହୀ। ୧୨ ଜଣଙ୍କ ଭିତରୁ ସମସ୍ତଙ୍କୁ ପଛରେ ପକାଇ ସେ ହୋଇଛନ୍ତି ଓ୍ୱିନର। ଅମୃତାଙ୍କୁ ପ୍ରାଇଜ ଦିଆଯାଇଥିବାବେଳେ ସେ ଏହି ସୋ ଜିତି ଖୁସି ଥିବା କହିଛନ୍ତି। ଏହାକୁ ହୋଷ୍ଟ କରୁଥିଲେ  ସ୍ମୃତିଶ୍ରୀ ସିଂ । ଏହି ସିଜନରେ  ଓଡ଼ିଶାର  ଖାଣ୍ଟି ଓଡିଆ ବ୍ୟଞ୍ଜନ କିଣିଥିଲା ଦର୍ଶକଙ୍କ ମନ । ଭଳିକି ଭଳି ଆଞ୍ଚଳିକ ଏବଂ ପାରମ୍ପରିକ  ଖାଦ୍ୟର ପସରା ଦେଖିବାକୁ ପାଇଥିଲେ ଦର୍ଶକ । 

ଓଡ଼ିଆଙ୍କ ପ୍ରିୟ ପଖାଳ ଭାତ, ଛେନା ପୋଡ, ମାଛ ବେସର, ପିଠା ଭଳି ଅନେକ ସୁସ୍ୱାଦୁ ବ୍ୟଞ୍ଜନ ତିଆରି ହେବା ସହିତ, ବ୍ୟଞ୍ଜନର ଟିକ୍ ନିକ୍ ଖବର ଆପଣ ଦେଖିଥିଲେ ଏହି ସୋ ମାଧ୍ୟମରେ । ପ୍ରତିଟି ଓଡ଼ିଆ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ଖାଦ୍ୟ ଓ ସ୍ୱାଦକୁ ଜାଣୁଛନ୍ତି ।  ଓଡ଼ିଶାର ସ୍ୱତନ୍ତ୍ର ଖାଦ୍ୟ ଓ ତାର ସ୍ୱାଦକୁ ନେଇ ଆରମ୍ଭ ହୋଇଥିଲା ସ୍ୱାଦ ଓଡ଼ିଶା ସିଜନ-୨ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
swad odisha Season 2: Amruta panigrahi wins the show | Argus News