Birth Centenary Celebration / ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ,ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସାଂସଦ ଧର୍ମେନ୍ଦ୍ର ପ୍ରଧାନ
·2 weeks ago·2 min read

Key Points
ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଦିବସ
ସ୍ୱାମୀଜୀଙ୍କ ଜନ୍ମସ୍ଥାନ ତାଳଚେରେର ଜନ୍ମ ଶତବାର୍ଷିକୀ ପାଳନ ହେଉଛି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗଦାନ
ସ୍ୱାମୀଜୀଙ୍କ ଜନ୍ମସ୍ଥାନ ତାଳଚେରେର ଜନ୍ମ ଶତବାର୍ଷିକୀ ପାଳନ ହେଉଛି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗଦାନ
ତାଳଚେର,୨୧/୦୮: ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଦିବସ। ଏଥିପାଇଁ ସ୍ୱାମୀଜୀଙ୍କ ଜନ୍ମସ୍ଥାନ ଅନୁଗୁଳ ଜିଲ୍ଲା ତାଳଚେରର ଗୁରୁଜାଙ୍ଗ ଗାଁରେ ଜନ୍ମ ଶତବାର୍ଷିକୀ ମହୋତ୍ସବ ପାଳନ ହେଉଛି। ସ୍ୱାମୀଜୀଙ୍କର ଜନ୍ମ ଶତବାର୍ଷିକୀ ମହୋତ୍ସବ ସମିତି, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଗ୍ରାମବାସୀ, ଶୁଭେଚ୍ଛୁ, ଅନୁଗାମୀ ଓ ସାଧୁସନ୍ଥଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥ ଓ ବରେଣ୍ୟ ବ୍ୟକ୍ତିବିଶେଷ ଯୋଗଦଇଛନ୍ତି। ଏହି ଅବସରରେ ଅଞ୍ଚଳରେ ଶୁଭେଚ୍ଛୁ ଓ ଅନୁଗାମୀଙ୍କ ଭିଡ଼ ଜମିବାରେ ଲାଗିଛି । ଜନ୍ମ ଶତବାର୍ଷିକୀ ଅବସରରେ ଦିନତମାମ ବିଭିନ୍ନ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସୂଚୀ ନିର୍ଦ୍ଧାରଣ କରାଯାଇଛି । କଳସ ଯାତ୍ରା, ଗୋ-ପୂଜନ ସହ ଯଜ୍ଞ ଆରମ୍ଭ ହୋଇଛି । ନଗର ପରିକ୍ରମା, ଧର୍ମସଭା, ଯଜ୍ଞର ପୂର୍ଣ୍ଣାହୁତି, ଶତବାର୍ଷିକୀ କାର୍ଯ୍ୟକର୍ତ୍ତାଙ୍କ ପ୍ରାନ୍ତ ବୈଠକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ।
କନ୍ଧମାଳର ଜଙ୍ଗଲଘେରା ଦୁର୍ଗମ ଅଞ୍ଚଳରୁ ସାରା ଓଡ଼ିଶାରେ ଜନଜାତିଙ୍କ କଲ୍ୟାଣ, ଶିକ୍ଷାର ବିସ୍ତାର ଏବଂ ଧର୍ମର ରକ୍ଷା ପାଇଁ ଯାହାଙ୍କର ସଂଗ୍ରାମ ଅବିସ୍ମରଣୀୟ ଥିଲା, ସେ ହେଉଛନ୍ତି ‘ବେଦାନ୍ତକେଶରୀ’ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ । ଅଗଷ୍ଟ ୨୧ ତାରିଖରେ ପୂଜ୍ୟ ସ୍ୱାମୀଜୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କ ଜନ୍ମପୀଠ ତାଳଚେର ଗୁରୁଜାଙ୍ଗରୁ ଆରମ୍ଭ କରି କନ୍ଧମାଳର ଚକାପାଦ ଓ ଜଲେଶପଟ୍ଟା ଆଶ୍ରମ ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି।
ପଢନ୍ତୁ ଏହି ଖବର: MMDR ବିଲ୍: ମିଛ କହି ଓଡ଼ିଶାବାସୀଙ୍କୁ ଭ୍ରମିତ କରନ୍ତୁ ନାହିଁ, ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍
୧୯୨୬ ମସିହା ଅଗଷ୍ଟ ୧୮ ତାରିଖରେ ଅନୁଗୁଳ ଜିଲ୍ଲା ତାଳଚେରର ଗୁରୁଜାଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସ୍ୱାମୀ ଲକ୍ଷ୍ମଣାନନ୍ଦ। ଯୌବନରୁ ହିଁ ସଂସାରର ସୁଖ-ସ୍ୱାଚ୍ଛନ୍ଦ୍ୟ ତ୍ୟାଗ କରି ସେ ସନ୍ନ୍ୟାସ ମାର୍ଗ ଆପଣାଇଥିଲେ । କନ୍ଧମାଳର ନିରୀହ ଓ ଗରିବ ଆଦିବାସୀଙ୍କ ଦୁର୍ଦ୍ଦଶା ଦେଖି ୧୯୬୯ ମସିହାରେ ସେ କନ୍ଧମାଳକୁ ନିଜର କର୍ମଭୂମି ଭାବେ ବାଛିନେଇଥିଲେ । ଚକାପାଦଠାରେ ଗୁରୁକୁଳ ସଂସ୍କୃତ ଆଶ୍ରମ ଏବଂ ୧୯୮୮ରେ ଜଲେଶପଟ୍ଟାଠାରେ ‘ଶଙ୍କରାଚାର୍ଯ୍ୟ କନ୍ୟାଶ୍ରମ’ ପ୍ରତିଷ୍ଠା କରି ଜନଜାତି ଝିଅମାନଙ୍କୁ ଶିକ୍ଷିତ କରିବାର ସଙ୍କଳ୍ପ ନେଇଥିଲେ। "ଗୋଟିଏ ଝିଅ ଶିକ୍ଷିତ ହେଲେ ତା’ର ସାତ ପିଢ଼ି ଶିକ୍ଷିତ ହେବେ" - ଏହି ଆଦର୍ଶରେ ଗାଁ ଗାଁ ବୁଲି ସଚେତନତା ସୃଷ୍ଟି କରିବା ସହ ଗୋ-ସଂରକ୍ଷଣ, ନିଶା ନିବାରଣ ଓ ସମାଜ ସୁଧାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ସାମାଜିକ ଜାଗରଣ ଓ ଧର୍ମାନ୍ତରୀକରଣ ବିରୋଧରେ ସ୍ୱାମୀଜୀଙ୍କ ଦୃଢ଼ ସ୍ୱରକୁ କେତେକ ଅସାମାଜିକ ମୌଳବାଦୀ ସହ୍ୟ କରିପାରିନଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୦୮ ମସିହା ଅଗଷ୍ଟ ୨୩ ତାରିଖରେ ଜନ୍ମାଷ୍ଟମୀ ରାତିରେ, ଜଲେଶପଟ୍ଟା ଆଶ୍ରମରେ ୩୦ରୁ ୪୦ ଜଣ ସଶସ୍ତ୍ର ଆତତାୟୀ ଅତର୍କିତ ଗୁଳିବର୍ଷଣ କରିଥିଲେ। ଏଥିରେ ସ୍ୱାମୀଜୀଙ୍କ ସହ ମାତା ଭକ୍ତିମୟୀ, ବାବା ଅମୃତାନନ୍ଦ, କିଶୋର ବାବା ଓ ପୁରୁଷୋତ୍ତମ ଗନ୍ଠି ଶହୀଦ ହୋଇଥିଲେ। ଏହି ନୃଶଂସ ହତ୍ୟାକାଣ୍ଡ ସାରା ରାଜ୍ୟରେ ବିରାଟ ଆଲୋଡ଼ନ ସୃଷ୍ଟି କରିଥିଲା । ହତ୍ୟାକାଣ୍ଡର ତଦନ୍ତ ପାଇଁ ଗଠିତ ଜଷ୍ଟିସ ଏ.ଏସ. ନାଇଡୁ କମିଶନଙ୍କ ରିପୋର୍ଟ ସରକାରୀ ଫାଇଲ ଭିତରେ ଚାପି ହୋଇରହିବା ଏବଂ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଧରା ରହିବାକୁ ନେଇ ଆଜି ବି ଅନୁଗାମୀଙ୍କ ମନରେ ଅସନ୍ତୋଷ ରହିଛି । ତେବେ ତାଙ୍କ ବଳିଦାନ ଓ ନିସ୍ୱାର୍ଥପର ସେବାକୁ ସମ୍ମାନ ଜଣାଇ ନିକଟରେ ରାଜ୍ୟ ସରକାର ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟକୁ ‘ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ଭେଷଜ ମହାବିଦ୍ୟାଳୟ’ ଭାବେ ନାମିତ କରିଛନ୍ତି ।
Related Topics
Explore more stories