Laxmanananda Saraswati Murder Case / ୨୦୦୮ରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ କିଏ କରିଥିଲେ ହତ୍ୟା ? ୧୮ ବର୍ଷ ପରେ ବି ଖୋଲିପାରିନି ରହସ୍ୟ
·1 hour ago·2 min read

Key Points
ରାତି ପାହିଲେ ଜନ୍ମାଷ୍ଟମୀ, ସ୍ବାମୀ ଲକ୍ଷଣାନନ୍ଦ ସରସ୍ବତୀଙ୍କ ତିରୋଧାନ ଦିବସ
ଚକାପାଦ ଓ ତୁମୁଡ଼ିବନ୍ଧ ଆଶ୍ରମରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ
ସ୍ବାମୀଜୀଙ୍କୁ ନିର୍ମମ ହତ୍ୟାର ୧୮ ବର୍ଷ ପରେ ବି ଖୋଲିନି ରହସ୍ୟ
ଚକାପାଦ ଓ ତୁମୁଡ଼ିବନ୍ଧ ଆଶ୍ରମରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ
ସ୍ବାମୀଜୀଙ୍କୁ ନିର୍ମମ ହତ୍ୟାର ୧୮ ବର୍ଷ ପରେ ବି ଖୋଲିନି ରହସ୍ୟ
ରାତି ପାହିଲେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ୨୦୦୮ ମସିହା ଏହି ପବିତ୍ର ତିଥିରେ ହିଁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଆସନ୍ତାକାଲି ପୂରୁଛି ସ୍ୱାମୀଜୀଙ୍କ ୧୮ତମ ବଳିଦାନ ଦିବସ । ହତ୍ୟାକାଣ୍ଡକୁ ୧୮ ବର୍ଷ ବିତିଯାଇଥିଲେ ବି ଆଜି ଯାଏଁ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି ସ୍ୱାମୀଜୀଙ୍କ ଅନୁଗାମୀ ଓ ସଂସ୍କୃତ କନ୍ୟାଶ୍ରମର ଅନ୍ତେବାସୀ । ଅନ୍ୟପଟେ ତଦନ୍ତ କମିଶନ ଫାଇଲ୍ ଗାଏବ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ବେଳେ, ବଳିଦାନ ଦିବସ ପାଇଁ କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି ।
୨୦୦୮ ମସିହାର ସେହି କଳା ରାତି । ପବିତ୍ର ଜନ୍ମାଷ୍ଟମୀ ତିଥିରେ ଜନ୍ମ ନେଇଥିଲା ଆତଙ୍କ । ଜଳିଥିଲା କନ୍ଧମାଳ । ସଂସ୍କୃତ କନ୍ୟାଶ୍ରମରେ ପଶି ବିଧର୍ମୀମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କ ସହଯୋଗୀଙ୍କୁ । ଏହି ହୃଦୟ ବିଦାରକ ହତ୍ୟାକାଣ୍ଡକୁ ୧୮ ବର୍ଷ ପୂରିଛି । କିନ୍ତୁ ଆଜି ବି ନ୍ୟାୟ ଅପେକ୍ଷାରେ ଅନ୍ତେବାସୀ, ଅନୁଗାମୀ ଓ ସମଗ୍ର ହିନ୍ଦୁ ସମାଜ । ପୂର୍ବ ସରକାର ସମୟରେ ଜଷ୍ଟିସ୍ ମହାପାତ୍ର ଓ ଜଷ୍ଟିସ୍ ନାଇଡୁ କମିଶନ ଗଠନ ହୋଇଥିଲା ସତ, କିନ୍ତୁ ଏହି ତଦନ୍ତ ରିପୋର୍ଟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ ହୋଇପାରିଲା ନାହିଁ । ୧୮ ବର୍ଷର ଦୀର୍ଘ ସଂଗ୍ରାମ । ଆଶ୍ରମର ଅନ୍ତେବାସୀ, ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ଆଜି ବି ଆଶାବାଦୀ ଯେ, ଅପରାଧୀ ଓ ଚକ୍ରାନ୍ତକାରୀଙ୍କ ମୁଖା ଖୋଲିବ ଏବଂ ସ୍ୱାମୀଜୀଙ୍କ ଆତ୍ମାକୁ ନ୍ୟାୟ ମିଳିବ ।
ସବୁଠାରୁ ବଡ଼ କଥା ହେଉଛି, ଏହି ଅମାନୁଷିକ ହତ୍ୟାକାଣ୍ଡର ତଦନ୍ତ ପାଇଁ ଗଠିତ ଜଷ୍ଟିସ ନାଇଡୁଙ୍କ କମିଶନ୍ ଡିସେମ୍ବର ୨୦୧୫ରୁ ତତକାଳୀନ ବିଜେଡି ସରକାରକୁ ରିପୋର୍ଟ ପ୍ରଦାନ କରିସାରିଛନ୍ତି । ଏହାକୁ ସାର୍ବଜନୀନ କରାଯାଇନଥିବାବେଳେ, ଲୋକସେବା ଭବନରୁ ତଦନ୍ତ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗାଏବ ହୋଇଯାଇଛି । ନୂଆ ସରକାର ଆସିବା ପରେ ଏ ନେଇ FIR ରୁଜୁ ହେବା ସହ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । କମିଶନରେଟ ପୋଲିସ ଓ କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ପୂର୍ବ ସରକାରଙ୍କ ପ୍ରଭାବଶାଳୀ ଅଫିସର ଭୈରବ ପାଣ୍ଡିଆନ, ରାଜେଶ ବର୍ମା, ମନୋଜ ମିଶ୍ର ଓ ୟୁଏନ୍ ବେହେରାଙ୍କୁ ହାଜର ପାଇଁ ନୋଟିସ୍ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିରାଣୀ ବିଏନ୍ ମହାରଣାଙ୍କ ଘରେ ରେଡ୍ ବି ହୋଇଥିଲା । ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସ୍ୱାମୀଜୀଙ୍କ ରକ୍ତର ପ୍ରତ୍ୟେକ ଟୋପାର ନ୍ୟାୟ ମିଳିବ ଏବଂ ସତ୍ୟର ଉନ୍ମୋଚନ ହେବ ।
ଅନ୍ୟପଟେ, ତିଥି ଅନୁସାରେ ଆସନ୍ତାକାଲି ଚକାପାଦ ଗୁରୁକୁଳ ଆଶ୍ରମ ଓ ତୁମୁଡ଼ିବନ୍ଧ ସଂସ୍କୃତ କନ୍ୟାଶ୍ରମରେ ପାଳିତ ହେବ ସ୍ୱାମୀଜୀଙ୍କ ୧୮ତମ ତିରୋଧାନ ଦିବସ । ଏଥିପାଇଁ ଦୁଇ ଆଶ୍ରମରେ ବିଭିନ୍ନ ଯଜ୍ଞ, ସ୍ମୃତିଚାରଣ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ସମଗ୍ର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରତ୍ୟେକ ଆଶ୍ରମରେ ୪ ପ୍ଲାଟୁନ୍ ଲେଖାଏଁ ପୋଲିସ ଫୋର୍ସ ମୁତୟନ ହେବା ସହ ସମ୍ବେଦନଶୀଳ ଅଞ୍ଚଳରେ ନାକାବନ୍ଦୀ ଓ ପେଟ୍ରୋଲିଂକୁ ଜୋରଦାର କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୮ ବର୍ଷର ଦୀର୍ଘ ସଂଗ୍ରାମ । ଆଶ୍ରମର ଅନ୍ତେବାସୀ, ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ଆଜି ବି ଆଶାବାଦୀ ଯେ, ଅପରାଧୀ ଓ ଚକ୍ରାନ୍ତକାରୀଙ୍କ ମୁଖା ଖୋଲିବ ଏବଂ ସ୍ୱାମୀଜୀଙ୍କ ଆତ୍ମାକୁ ନ୍ୟାୟ ମିଳିବ ।
Related Topics
Explore more stories