Videos
|
Odisha

Swami Laxmanananda Conspiracy / ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପଛରେ ଷଡ଼ଯନ୍ତ୍ର ? ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପଛରେ ଷଡ଼ଯନ୍ତ୍ର ? ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ
Swami Laxmanananda Conspiracy

Key Points

କିଏ ଚାପି ଦେଇଥିଲା କମିଶନ ରିପୋର୍ଟ ?
ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ
ସ୍ୱାମୀଜୀଙ୍କ ହତ୍ୟାର ରହସ୍ୟ ଖୋଲିବ ?
ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡରେ ଷଡ଼ଯନ୍ତ୍ର ଥିବା ସନ୍ଦେହ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦେଇଛନ୍ତି ବଡ଼ ବୟାନ । ସେ କହିଛନ୍ତି, ଜାଣିଶୁଣି କମିଶନ ରିପୋର୍ଟକୁ ବିଗତ ସରକାର ହଜେଇ ଦେଇଛନ୍ତି । ସରକାର ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ପୂର୍ଣ୍ଣ ଆଶା କମିଶନ ରିପୋର୍ଟ ମିଳିବ, ଦୋଷୀ ଦଣ୍ଡ ପାଇବେ । ରିପୋର୍ଟ ଆସିବା ପରେ କିଏ ଓ କାହିଁକି ତଦନ୍ତ ରିପୋର୍ଟକୁ ଚାପି ଦେଇଛି ତାହା ଜଣା ପଡିବ ।

ସେହିପରି ଆଇନ ମନ୍ତ୍ରୀ ଆହୁରି କହିଛନ୍ତି, ଯେଉଁମାନଙ୍କ ସମ୍ପୃକ୍ତି ଅଛି ଓ ଯେଉଁମାନେ ଦୋଷୀ ସେମାନଙ୍କୁ ଦଣ୍ଡିତ କରିବେ ଆମ ସରକାର । ଜଣେ ମହାନ ସନ୍ଥ ଯିଏ ହିନ୍ଦୁ ଧର୍ମ ଓ ଜନଜାତିଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିଲେ । ତାଙ୍କର ଜଘନ୍ୟ ହତ୍ୟାକାଣ୍ଡ ଘଟିଲା । ସ୍ଵାମୀଜୀଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ।

ସୂଚନା ଅନୁସାରେ, ୨୦୦୮ ମସିହାର ପବିତ୍ର ଜନ୍ମାଷ୍ଟମୀ ତିଥିରେ ଜନ୍ମ ନେଇଥିଲା ଆତଙ୍କ । ଜଳିଥିଲା କନ୍ଧମାଳ । ସଂସ୍କୃତ କନ୍ୟାଶ୍ରମରେ ପଶି ବିଧର୍ମୀମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କ ସହଯୋଗୀଙ୍କୁ । ଏହି ହୃଦୟ ବିଦାରକ ହତ୍ୟାକାଣ୍ଡକୁ ୧୮ ବର୍ଷ ପୂରିଛି । କିନ୍ତୁ ଆଜି ବି ନ୍ୟାୟ ଅପେକ୍ଷାରେ ଅନ୍ତେବାସୀ, ଅନୁଗାମୀ ଓ ସମଗ୍ର ହିନ୍ଦୁ ସମାଜ । ପୂର୍ବ ସରକାର ସମୟରେ ଜଷ୍ଟିସ୍ ମହାପାତ୍ର ଓ ଜଷ୍ଟିସ୍ ନାଇଡୁ କମିଶନ ଗଠନ ହୋଇଥିଲା ସତ, କିନ୍ତୁ ଏହି ତଦନ୍ତ ରିପୋର୍ଟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ ହୋଇପାରିଲା ନାହିଁ । ୧୮ ବର୍ଷର ଦୀର୍ଘ ସଂଗ୍ରାମ । ଆଶ୍ରମର ଅନ୍ତେବାସୀ, ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ଆଜି ବି ଆଶାବାଦୀ ଯେ, ଅପରାଧୀ ଓ ଚକ୍ରାନ୍ତକାରୀଙ୍କ ମୁଖା ଖୋଲିବ ଏବଂ ସ୍ୱାମୀଜୀଙ୍କ ଆତ୍ମାକୁ ନ୍ୟାୟ ମିଳିବ ।

ସବୁଠାରୁ ବଡ଼ କଥା ହେଉଛି, ଏହି ଅମାନୁଷିକ ହତ୍ୟାକାଣ୍ଡର ତଦନ୍ତ ପାଇଁ ଗଠିତ ଜଷ୍ଟିସ ନାଇଡୁଙ୍କ କମିଶନ୍ ଡିସେମ୍ବର ୨୦୧୫ରୁ ତତକାଳୀନ ବିଜେଡି ସରକାରକୁ ରିପୋର୍ଟ ପ୍ରଦାନ କରିସାରିଛନ୍ତି । ଏହାକୁ ସାର୍ବଜନୀନ କରାଯାଇନଥିବାବେଳେ, ଲୋକସେବା ଭବନରୁ ତଦନ୍ତ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗାଏବ ହୋଇଯାଇଛି । ନୂଆ ସରକାର ଆସିବା ପରେ ଏ ନେଇ FIR ରୁଜୁ ହେବା ସହ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । କମିଶନରେଟ ପୋଲିସ ଓ କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ପୂର୍ବ ସରକାରଙ୍କ ପ୍ରଭାବଶାଳୀ ଅଫିସର ଭୈରବ ପାଣ୍ଡିଆନ, ରାଜେଶ ବର୍ମା, ମନୋଜ ମିଶ୍ର ଓ ୟୁଏନ୍ ବେହେରାଙ୍କୁ ହାଜର ପାଇଁ ନୋଟିସ୍ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିରାଣୀ ବିଏନ୍ ମହାରଣାଙ୍କ ଘରେ ରେଡ୍ ବି ହୋଇଥିଲା । ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସ୍ୱାମୀଜୀଙ୍କ ରକ୍ତର ପ୍ରତ୍ୟେକ ଟୋପାର ନ୍ୟାୟ ମିଳିବ ଏବଂ ସତ୍ୟର ଉନ୍ମୋଚନ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: