Sumitra Dead In Swimming Pool / ସୁଇମିଂ ପୁଲ୍ରେ ବୁଡ଼ି ଯୁବତୀଙ୍କ ମୃତ୍ୟୁ ଘଟଣା,ଆସିଲା ପୋଷ୍ଟମର୍ଟମ ରିପୋର୍ଟ
·2 months ago·2 min read

Key Points
ପୁରୀ ସୁଇମିଂ ପୁଲ୍ରେ ବୁଡ଼ି ଯୁବତୀଙ୍କ ମୃତ୍ୟୁ ଘଟଣା
ଆସିଲା ପୋଷ୍ଟମର୍ଟମ ରିପୋର୍ଟ
ହତ୍ୟା ନୁହେଁ, ପାଣିରେ ବୁଡ଼ି ହୋଇଛି ସୁମିତ୍ରାଙ୍କ ମୃତ୍ୟୁ
ସୁମିତ୍ରା ସୁଇମିଂ ପୁଲ୍କୁ ଯାଇ ଜନ୍ମଦିନ ସେଲିବ୍ରେସନ୍ କରୁଥିଲେ

ପୁରୀ,୦୨/୦୭: ପୁରୀ ସମୁଦ୍ରକୂଳ ଥାନା ଅଧୀନ ହୋଟେଲ ନରେନ ପ୍ୟାଲେସର ସୁଇମିଂ ପୁଲ୍ରେ ବୁଡ଼ି ସୁମିତ୍ରା ମହାପାତ୍ର ଓରଫ ମାମାଙ୍କ ମୃତ୍ୟୁ ହୋଇଥିଲା । ମାମାଙ୍କ ସହିତ ଥିବା ପୁରୁଷ ଓ ମହିଳା ବନ୍ଧୁ ନିଶାଦେଇ ହତ୍ୟା କରିଥିବା ନେଇ ସମୁଦ୍ରକୂଳ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ ।
ବୁଧବାର ମୃତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଥିବା ନେଇ କହିଛନ୍ତି ଆଇଆଇସି ମାନସରଞ୍ଜନ ଚକ୍ର। ଚକ୍ରଙ୍କ କହିବାନୁଯାୟୀ, ପାଣିରେ ବୁଡ଼ି ମୃତ୍ୟୁ ହୋଇ ଥିବା ଡାକ୍ତର ରିପୋର୍ଟ ଦେଇଛନ୍ତି । ସେହିଭଳି ସୁଇମିଂ ପୁଲ୍ଠାରେ ଲାଗିଥିବା ସିସିଟିଭିରେ ମଧ୍ୟ ପାଣିରେ ବୁଡ଼ି ଯାଉଥିବାର ଚିତ୍ର ରହିଛି ।
ସୋମବାର ୩୦ ବର୍ଷରେ ପାଦ ଥାପିଥିଲେ ସୁମିତ୍ରା। ଜନ୍ମଦିନ ସେଲିବ୍ରେସନ୍ ପାଇଁ ଜଣେ ପୁରୁଷ ବନ୍ଧୁ ଓ ତାଙ୍କ ପତ୍ନୀଙ୍କ ସହ ହୋଟେଲ ଯାଇଥିଲେ । ଦିନ ସାଢ଼େ ୧୧ଟାରେ ଚକ୍ରତୀର୍ଥ ରୋଡ୍ରେ ଥିବା ଏକ ହୋଟେଲରେ ଚେକ ଇନ୍ କରିଥିଲେ ସୁମିତ୍ରା ଓ ତାଙ୍କ ୨ ବନ୍ଧୁ । ଅପରାହ୍ଣ ପ୍ରାୟ ୪ଟା ସମୟରେ ୩ ବନ୍ଧୁ ସୁଇମିଂ ପୁଲ୍କୁ ଯାଇ ମଜା-ମସ୍ତି କରିଥିଲେ । ସମୟ ପ୍ରାୟ ୪ଟା ୪୦ ବେଳକୁ ଅନ୍ୟ ୨ ସାଙ୍ଗ ଦୂରକୁ ଚାଲି ଯାଇ ମୋବାଇଲ୍ରେ ବ୍ୟସ୍ତ ଥିଲେ । ସେହି ସମୟରେ ସୁମିତ୍ରା ବୁଡ଼ି ଯାଇଥିଲେ । ସୁମିତ୍ରାଙ୍କୁ ପାଇ ନଥିଲେ ଦୁଇ ବନ୍ଧୁ । ଏହାପରେ ସୁଇମିଂ ପୁଲ୍ର ଆଟେଣ୍ଡାଣ୍ଟଙ୍କୁ ଡାକି ଥିଲେ ଦୁଇ ବନ୍ଧୁ । ସୁମିତ୍ରାଙ୍କୁ ଆଟେଣ୍ଡାଣ୍ଟ ଉଦ୍ଧାର କରି ମେଡିକାଲ୍ ପଠାଇଥିଲେ । ମେଡିକାଲ୍ରେ ତାଙ୍କର ମୃତ୍ୟୁ ହୋଇଛି।
ପଢନ୍ତୁ ଏହି ଖବର: ଜନ୍ମଦିନ ପାର୍ଟିରେ ସୁଇମିଂ ପୁଲ୍ରେ ସୁମିତ୍ରାଙ୍କ ମୃତ୍ୟୁ; ଦୁଇ ବନ୍ଧୁଙ୍କୁ ପୋଲିସର ଜେରା
ସେପଟେ ସୁମିତ୍ରାଙ୍କୁ ତାଙ୍କ ଦୁଇ ବନ୍ଧୁ ଜାଣିଶୁଣି ମାରି ଦେଇଛନ୍ତି ବୋଲି ତାଙ୍କ ପରିବାର ଲୋକ ସଙ୍ଗୀନ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁରୀ ସମୁଦ୍ର କୂଳ ଥାନା ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରିଥିଲା । ହୋଟେଲର ସିସିଟିଭି ଫୁଟେଜ୍କୁ ପୋଲିସ ସିଜ୍ କରିଥିଲା। ସୁମିତ୍ରାଙ୍କ ସାଙ୍ଗରେ ହୋଟେଲ୍ ଯାଇଥିବା ଦୁଇ ବନ୍ଧୁଙ୍କୁ ପଚରା ଉଚରା କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୃତ ସୁମିତ୍ରା ଏକ ଇଭେଣ୍ଟ ମ୍ୟାନେଜମେଣ୍ଟରେ କାମ କରି ପରିବାର ଚଳାଉଥିଲେ । ପୂର୍ବ ଦିନ ରାତିରେ ଏକ ହୋଟେଲରେ ଇଭେଣ୍ଟ ସାରି ଫେରିଥିଲେ । ସୋମବାର ନିଜ ଜନ୍ମଦିନ ପାଳନ କରିବାକୁ ହୋଟେଲକୁ ଯାଇଥିଲେ । ସେଠାରେ ସୁଇମିଂ ପୁଲ୍ରେ ବୁଡ଼ି ସୁମିତ୍ରାଙ୍କ ମୃତ୍ୟୁ ହୋଇଥିଲା ।
Related Topics
Explore more stories